24.1 C
Bhubaneswar
Thursday, February 20, 2025
Homeଦେଶ ବିଦେଶକେଉଁଠୁ ଆସିଛି ବଜେଟ  ଶବ୍ଦ  ଜାଣିଛନ୍ତି କି ?

କେଉଁଠୁ ଆସିଛି ବଜେଟ  ଶବ୍ଦ  ଜାଣିଛନ୍ତି କି ?

ନୂଆଦିଲ୍ଲୀ: ଫେବୃୟାରୀ ୧ରେ କେନ୍ଦ୍ର ଅର୍ଥମନ୍ତ୍ରୀ ବଜେଟ୍ ଉପସ୍ଥାପନା କରିବେ ଯାହାକୁ ନେଇ କଳ୍ପନା ଜଳ୍ପନା ଜାରି ରହିଛି । ଏ ସବୁ ଉପରେ ଆଜିଠାରୁ ଚର୍ଚ୍ଚା ଆଲୋଚନା ହେଲାଣି । ଯେଉଁଠି ଦେଖିଲେ ସେଠି ଖାଲି ବଜେଟ୍ କଥା ।   ଖାଲି ଦେଶର ବଜେଟ୍ ନୁହେଁ ଏହି ଶବ୍ଦ ଆମେ ଦୈନନ୍ଦିନ ଜୀବନରେ ବି ବହୁଳ ମାତ୍ରାରେ ବ୍ୟବହାର କରୁ । ବଜେଟ୍’ ଶବ୍ଦ ଫ୍ରେଞ୍ଚ ଶବ୍ଦ ‘ବୁଗେଟ’ରୁ ଆସିଛି । ଯାହାର ଅର୍ଥ ଛୋଟିଆ ବ୍ୟାଗ । ବୁଗେଟ୍ ‘ବୁଗେ’ରୁ ଉତ୍ପନ୍ନ ହୋଇଛି ଯାହାର ଅର୍ଥ ଚମଡା ବ୍ରିଫକେସ୍ । କୁହାଯାଏ ଇଂଲଣ୍ଡର ତତ୍କାଳୀନ ଅର୍ଥମନ୍ତ୍ରୀ ରବର୍ଟ ୱାଲପୋଲ ୧୭୩୩ ମସିହାରେ ଗୋଟେ ଛୋଟ ବ୍ୟାଗରେ ବଜେଟର ପ୍ରସ୍ତାବ ଦେଇଥିଲେ । ଭାରତୀୟ ବଜେଟର ଇତିହାସ ୧୫୦ ବର୍ଷରୁ ଅଧିକ ପୁରୁଣା । ୧୮୫୭ର ବିପ୍ଳବ ପରେ, ଯେତେବେଳେ ବ୍ରିଟିଶ ସରକାର ଇଷ୍ଟ ଇଣ୍ଡିଆ କମ୍ପାନୀରୁ ଭାରତର ପ୍ରଶାସନକୁ ଗ୍ରହଣ କଲେ, ୧୮୬୦ ମସିହାରେ ଭାରତର ପ୍ରଥମ ବଜେଟ୍ ଆସିଲା ।  ସ୍ୱାଧୀନ ଭାରତରେ ପ୍ରଥମ ବଜେଟ୍ ୨୬ ନଭେମ୍ବର ୧୯୪୭ରେ ଆସିଥିଲା ।
ବର୍ତ୍ତମାନ ବଜେଟରେ ଅନେକ ପରିବର୍ତ୍ତନ ଆସିଛି । ବଜେଟ୍ ଉପସ୍ଥାପନର ଶୈଳୀ ବି ବଦଳିଛି, ବଜେଟ୍ କାଗଜବିହୀନ ଏବଂ ଡିଜିଟାଲ୍ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking