ହାଇଦ୍ରାବାଦ: ଆୟୁର୍ବେଦ ହେଉଛି ଭାରତୀୟ ଚିକିତ୍ସା ପ୍ରଣାଳୀର ଏକ ସର୍ବପୁରାତନ ଚିକିତ୍ସା । କେବଳ ଆମ ଦେଶ କାହିଁକି ବିଶ୍ବର ବିଭିନ୍ନ ଦେଶରେ ରୋଗ ଏବଂ ରୋଗରୁ ଉପଶମ ପାଇଁ ଏହି ଉପାୟକୁ ଆପଣାଯାଏ । ଆୟୁର୍ବେଦ ଚିକିତ୍ସାରେ ପାର୍ଶ୍ବ ପ୍ରତିକ୍ରିୟା ନଥିବାରୁ ଏହାକୁ ସର୍ବୋତ୍କୃଷ୍ଟ ବୋଲି ବିବେଚନା କରାଯାଏ । ଯଦି ଆମେ ଓଜନ ନିୟନ୍ତ୍ରଣ କଥା ଆସିବ ତେବେ ଅଧିକାଂଶ ଲୋକେ ଏହି ଚିକିତ୍ସାକୁ ଆପଣାଇବେ ନିଶ୍ଚୟ । କାରଣ ଓଜନ ନିୟନ୍ତ୍ରଣ ପାଇଁ ଉପଲବ୍ଧ ହେଉଥିବା ସପ୍ଲିମେଣ୍ଟ ସ୍ବାସ୍ଥ୍ୟ ହାନିକାରକ । ଆଜିର ଆର୍ଟିକିଲରେ ଆୟୁର୍ବେଦ ଉପାୟରେ କିପରି ଓଜନ ନିୟନ୍ତ୍ରଣ କରିବେ ସେ ବାବଦରେ ଆଲୋଚନା କରାଯାଇଛି…
ଲେମ୍ବୁ ପାଣି:- ଏହା ଏକ ପ୍ରାକୃତିକ ଡିଟକ୍ସିଫାଇଙ୍ଗ୍ ପାନୀୟ ଭାବରେ ଜଣାଶୁଣା, ଯାହା ଓଜନ ହ୍ରାସ ପାଇଁ ସର୍ବୋତ୍କୃଷ୍ଟ ହୋଇପାରେ । ହେଲ୍ଥଲାଇନ ଅନୁଯାୟୀ, ଲେମ୍ବୁ ପାଣି ହାଇଡ୍ରେସନ କରେ, ମେଟାବୋଲିଜିମ୍ ବୃଦ୍ଧି କରିଥାଏ ଏବଂ ଓଜନ ନିୟନ୍ତ୍ରଣରେ ସହାୟକ ହୁଏ ।
ନିୟମିତ ବ୍ୟାୟାମ କରନ୍ତୁ:- ଏକ ସୁସ୍ଥ ଓଜନ ବଜାୟ ରଖିବା ପାଇଁ ନିୟମିତ ବ୍ୟାୟାମ ଆବଶ୍ୟକ । ଆୟୁର୍ବେଦ ଅନୁଯାୟୀ, ନିୟମିତ ବ୍ୟାୟାମ କଲେ ଶରୀରର ଅଧିକ ଝାଳ ବୋହିଥାଏ । ଆୟୁର୍ବେଦ ବିଶେଷଜ୍ଞଙ୍କ ଅନୁଯାୟୀ, 45-60 ମିନିଟ୍ ଦୈନିକ ବ୍ୟାୟାମ, ଯୋଗ କିମ୍ବା ଶାରୀରିକ କାର୍ଯ୍ୟକଳାପ କରିବା ଦ୍ବାରା ମେଟାବୋଲିଜମ୍ କାର୍ଯ୍ୟ ଭଲ ହୋଇଥାଏ ।
ଧ୍ୟାନ:- ଓଜନ ହ୍ରାସ କରିବାର ସର୍ବୋତ୍ତମ ଏବଂ ପ୍ରଭାବଶାଳୀ ଉପାୟ ମଧ୍ୟରୁ ଧ୍ୟାନ ପ୍ରମୁଖ । ହେଲ୍ଥଲାଇନ ଅନୁଯାୟୀ, ଧ୍ୟାନ ହେଉଛି ଏକ ଅଭ୍ୟାସ ଯାହା ଶାନ୍ତ ଭାବନା ହାସଲ କରିବା ପାଇଁ ମନ ଏବଂ ଶରୀରକୁ ସଂଯୋଗ କରିବାରେ ସାହାଯ୍ୟ କରିଥାଏ ।