33.3 C
Bhubaneswar
Sunday, May 18, 2025
Homeଓଡିଶାବିଭିନ୍ନ ଜିଲ୍ଲା ସମେତ ଭୁବନେଶ୍ୱରରେ ଅସ୍ତବ୍ୟସ୍ତ କଲାଣି ଡିଜେ ଶବ୍ଦ

ବିଭିନ୍ନ ଜିଲ୍ଲା ସମେତ ଭୁବନେଶ୍ୱରରେ ଅସ୍ତବ୍ୟସ୍ତ କଲାଣି ଡିଜେ ଶବ୍ଦ

ଭୁବନେଶ୍ୱର: ବାଲେଶ୍ୱରରୁ କଟକ, ଯାଜପୁରରୁ ଜଗତସିଂହପୁର। ଡିଜେ ସାଉଣ୍ଡ୍‌‌କୁ ନେଇ ଦେଖାଯାଉଛି ବିଭ୍ରାଟ। ଗତକାଲି କେନ୍ଦ୍ରାପଡ଼ା ପାଟକୁରାରେ ଉଚ୍ଚଶବ୍ଦରେ ଡିଜେ ସାଉଣ୍ଡ୍‌‌ ବାଜିବାରୁ ୧୫ଜଣ ଗୁରୁତର ଆହତ ହୋଇଛନ୍ତି। ବିଭିନ୍ନ ଜିଲ୍ଲା ସମେତ ଭୁବନେଶ୍ୱରରେ ଏବେ ଅସ୍ତବ୍ୟସ୍ତ କଲାଣି ଡିଜେ ଶବ୍ଦ। ପ୍ରଚଣ୍ଡ ଶବ୍ଦରେ ଡିଜେ ବାଜିବା ସହ କମ୍ପୁଛି ପୂରା ପରିବେଶ। ସାହି ସାହିରେ ହେଉଥିବା ଭସାଣୀରେ ପ୍ରତିପକ୍ଷ ଗୋଷ୍ଠୀ ମଧ୍ୟରେ ପ୍ରତିଯୋଗିତା ଲାଗୁଛି। ଭସାଣୀରେ ଟକ୍କର ଦେବା ଲାଗି ଉଚ୍ଚଶବ୍ଦରେ ଡିଜେ ବଜାଉଛନ୍ତି। ସେହିପରେ ଡିଜେ ବଜାଇବା ଉପରେ କଟକଣା ଲଗାଯାଇଛି। ସୁପ୍ରିମକୋର୍ଟ ନିର୍ଦେଶ ଅନୁସାରେ ୬୫ ଡେସିବେଲ୍‌‌ରୁ କମ୍‌‌ ଶବ୍ଦ ବାଜିବାର ନିୟମ ରହିଛି। ମାତ୍ର ନିୟମକୁ ଦଳିଚକଟି ଡିଜେ ମାଲିକ ଏବଂ ପୂଜା କମିଟି ସଦସ୍ୟ ଚଳାଇଛନ୍ତି ଅରାଜକତା। ଛୋଟପିଲା ଓ ହୃଦରୋଗୀ ରହିଥିବାରୁ ଉଚ୍ଚଶବ୍ଦରେ ଡିଜେ ବାଜିଲେ ଦେହ ଲାଗି କ୍ଷତିକାରକ ସହ ଜୀବନ ଚାଲିଯିବାର ନଜିର୍‌‌ ରହିଛି। ସେପରି ଉଚ୍ଚଶବ୍ଦରେ ଡିଜେ ବାଜୁଥିଲେ ମଧ୍ୟ ମାପିବା ଲାଗି ପୁଲିସ ନିକଟରେ ଯନ୍ତ୍ର ନଥିବା କୁହାଯାଉଛି।

ଏହାରି ଭିତରେ ଅନୁମତି ନ ନେଇ ଉଚ୍ଚଶବ୍ଦରେ ଡିଜେ ବଜାଉଥିଲେ ମାଲିକ ଓ କମିଟି ସଦସ୍ୟ ଫସିବେ ବୋଲି ପୁଲିସ ପକ୍ଷରୁ ଏପରି ଚରମବାଣୀ ଶୁଣାଇ ଦିଆଯାଇଛି। ସେପଟେ ଗଣେଶ ପୂଜାରେ ଭୁବନେଶ୍ୱରରେ ୭ରୁ ଅଧିକ ମାର୍‌‌ପିଟ୍‌‌ ଘଟଣା ଘଟିଛି। ଧଉଳି, ବାଲିପାଟଣା, ଜଟଣୀ ଭଳି ଉପକଣ୍ଠ ଥାନା ଅଞ୍ଚଳରେ ଭସାଣୀ ଉତ୍ସବ ସମୟରେ ଦୁଇଗୋଷ୍ଠୀ ମଧ୍ୟରେ ମାର୍‌‌ପିଟ୍‌‌ ହୋଇଛି। ମାରଣାସ୍ତ୍ରରେ ହଣାକଟା ହେବା ସହ ବୁଲୁଛି ଖଣ୍ଡା। ଏଥିରେ ପୁଲିସ ହସ୍ତକ୍ଷେପ କରିବାକୁ ପୁଲିସକୁ ମାଡ ମାରି ଲହୁଲୁହାଣ କରିଛନ୍ତି। ଗଣେଶଙ୍କ ପୂଜା ପରେ ଭୁବନେଶ୍ୱରରେ ଅନ୍ୟ ପୂଜାର ମାହୋଲ୍‌‌ ଆରମ୍ଭ ହୋଇଯିବ। ଦୁର୍ଗା ଓ ଅନ୍ୟ ପୂଜା ଥିବାବେଳେ ଏବେଠାରୁ ସହରର ଆଇନ୍‌‌ଶୃଙ୍ଖଳା ବିଗିଡୁଥିବା ଦେଖାଦେଇଛି। ଆଗକୁ ଆହୁରି ପରିସ୍ଥିତି ଖରାପ ହେବ ବୋଲି ଆଶଙ୍କା କରାଯାଉଛି। ପୂଜା କମିଟି ଭିତରେ ଛକାପଞ୍ଝା ଓ କିଛି ବିଶୃଙ୍ଖଳାକାରୀ ଭସାଣ ଉତ୍ସବରେ ମିଶି ପୂଜା ମାହୋଲ୍‌‌କୁ ଭଣ୍ଡୁର କରିବାକୁ ଯୋଜନା କରୁଛନ୍ତି। ସେଭଳି ବିଭିନ୍ନ ପୂଜା କମିଟି ସଦସ୍ୟଙ୍କୁ ନେଇ କମିସନରେଟ ପୁଲିସ ପକ୍ଷରୁ ଶାନ୍ତିକମିଟି ମାଧ୍ୟମରେ ସମାଧାନ କରିବାକୁ ଅଣ୍ଟା ଭିଡିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking