22.1 C
Bhubaneswar
Friday, February 13, 2026
Homeଓଡିଶାଫାଲେରିଆ ନିରାକାରଣ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ କମିଟି ବୈଠକ

ଫାଲେରିଆ ନିରାକାରଣ ପାଇଁ ଜିଲ୍ଲା ସ୍ତରୀୟ ସମନ୍ନୟ କମିଟି ବୈଠକ

ଯାଜପୁର : ଯାଜପୁର ଜିଲ୍ଲା ରେ କେହି ଔଷଧ ସେବନ ରୁ ଯେପରି ବାଦ ନ ପଡନ୍ତି, ଜିଲ୍ଲାପାଳ ତାଗିଦ୍ କଲେ: ଫାଇଲେରିଆ ନିରାକରଣ ନିମନ୍ତେ ଜିଲ୍ଲାସ୍ତରୀୟ ସମନ୍ୱୟ କମିଟି ବୈଠକ। ଫାଇଲେରିଆ ରୋଗ ଏକ ମାରାତ୍ମକ ରୋଗ ଯାହା ସମାଜର ଉନ୍ନତିର ଗତି ପଥରେ ପ୍ରତିବନ୍ଧକ ହୋଇଥାଏ। ଶିଶୁ ଠାରୁ ଆରମ୍ଭ କରି ଯୁବକ/ଯୁବତୀ,ବୃଦ୍ଧ/ବୃଦ୍ଧା ସମସ୍ତେ ସଚେତନ ନ ରହିଲେ ଏହି ରୋଗରେ ଆକ୍ରାନ୍ତ ହେବାର ସମ୍ଭାବନା ରହିଥାଏ। ଏଣୁ ଆସନ୍ତା 10 ତାରିଖ ଠାରୁ 19 ତାରିଖ ପର୍ଯ୍ୟନ୍ତ ବାତଜ୍ୱର ଏବଂ ଫାଇଲେରିଆ ନିରାକରଣ ଅଭିଯାନରେ ଶିଶୁ ଠାରୁ ଆରମ୍ଭ କରି ବୁଦ୍ଧ ବୃଦ୍ଧା ପର୍ଯ୍ୟନ୍ତ କେହି ଜଣେ ହେଲେ ଯେପରି ସମୂହ ଔଷଧ ସେବନରୁ ବାଦ ନପଡନ୍ତି ସେଥିପାଇଁ ଏହି ମହାନ ସେବାରେ ନିୟୋଜିତ ସଂପୃକ୍ତ ବିଭିନ୍ନ ବିଭାଗର ଅଧିକାରୀ, କର୍ମଚାରୀ, ବିଶେଷ ଭାବରେ ସ୍ୱାସ୍ଥ୍ୟ, ଶିକ୍ଷା ଓ ଜିଲ୍ଲା ସମାଜ ମଙ୍ଗଳ ଆଦି ବିଭାଗ ର ସମସ୍ତ ଡାକ୍ତର,ବ୍ଲକ ଶିକ୍ଷା ଅଧିକାରୀ,ସି ଡି ପି ଓ , ଅଙ୍ଗନୱାଡ଼ି ସୁପର ଭାଇଜର ସମସ୍ତେ ଯତ୍ନବାନ ହେବା ସହ ନିଷ୍ଠାପର ଭାବେ ସେବା ପ୍ରଦାନ କରିବାକୁ ତାଗିଦ୍ କରି ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ, ଯାଜପୁର ପକ୍ଷରୁ ଚଳିତ ଅଗଷ୍ଟ ମାସ ଆସନ୍ତା 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଜାତୀୟ ଭେକ୍ଟର ବାହିତ ରୋଗନିୟନ୍ତ୍ରଣ କାର୍ଯ୍ୟକ୍ରମ ଅଧୀନ ସମୂହ ଔଷଧ ସେବନ ଅଭିଯାନକୁ ମିଶନ ମୋଡରେ ଶତ ପ୍ରତିଶତ ସଫଳ କରିବାକୁ ଆଜି ଅପରାହ୍ନରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ ଗୃହରେ ଜିଲା ସ୍ତରୀୟ ସମନ୍ୱୟ କମିଟି ବୈଠକ ରେ ଅଧ୍ୟକ୍ଷତା କରିଜିଲ୍ଲାପାଳ ଏବଂ ଜିଲ୍ଲା ମାଜିଷ୍ଟ୍ରେଟ ଶ୍ରୀ ନିଖିଲ ପବନ କଲ୍ୟାଣ ଉପରୋକ୍ତ ବିଷୟ ପ୍ରକାଶ କରିଛନ୍ତି। ଅଗଷ୍ଟ 10 ତାରିଖରୁ 19 ତାରିଖ ପର୍ଯ୍ୟନ୍ତ ଆଶା କର୍ମୀ ଅଙ୍ଗନୱାଡି କର୍ମୀ, ପୁରୁଷ ମହିଳା ସ୍ୱାସ୍ଥ୍ୟ କର୍ମୀ ସମସ୍ତେ ଘର ଘର ବୁଲି 2 ବର୍ଷ ରୁ 5 ବର୍ଷ 100 ମିଲିଗ୍ରାମ ଡି ଇ ସି ବଟିକା 1ଟି ଓ ଆଲବେଣ୍ଡାଜଲ୍ 1ଟି,6 ବର୍ଷରୁ 14 ବର୍ଷ 200 ମିଲି ଗ୍ରାମର ଡି ଇ ସି 2 ଟି ଓ ଆଲବେଣ୍ଡାଜଲ 1ଟି ,15 ବର୍ଷ ବା ତା ଠାରୁ ଉର୍ଦ୍ଧ 300 ମିଲି ଗ୍ରାମର ଡି ଇ ସି ବଟିକା 3 ଟି ଓ ଆଲବେଣ୍ଡାଜଲ 1ଟି ବାଟିକା ନିଶ୍ଚିତ ଖାଇବେ। 2 ବର୍ଷରୁ କମ୍ ଶିଶୁ ଗର୍ଭ ବତୀ ମହିଳା ଏବଂ ଗୁରୁତର ଥିବା ରୋଗୀ ଏହି ବଟିକା ଖାଇବେ ନାହିଁ। ସେହିପରି ଉଚ୍ଚତା ଅନୁସାରେ 90 ତୁ 119 ସେମି ଆଇଭର ମେକ୍ତିନ (3 ମିଲି ଗ୍ରାମ ବଟିକା) 1ଟି(ହଳଦିଆ ରଙ୍ଗ),120 ରୁ 140 ସେମି 2 ଟି(ନୀଳ ରଙ୍ଗ), 141 ରୁ 158 ସେମି 3 ଟି(ସବୁଜ ରଙ୍ଗ) ଏବଂ 159 ସେମିରୁ ତ ଦୁର୍ଦ୍ଧ ଉଚ୍ଚତା 4 ଗୋଟି ଗୋଲାପି ରଙ୍ଗର ବଟିକା ନିଶ୍ଚିତ ଖାଇବେ। ଏହି ସମୂହ ବଟିକା ସେବନର ପ୍ରତ୍ୟେକ ଦିବସର ରିପୋର୍ଟ ଜିଲ୍ଲା ପ୍ରଶାସନକୁ ପ୍ରଦାନ କରିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ। ସେପରି ବ୍ଲକ ମାନଙ୍କରେ ବି ଡି ଓ ମାନେ , ଶିକ୍ଷାନୁଷ୍ଠାନ ମାନଙ୍କରେ ଶିକ୍ଷକ ମାନେ, ପୌର ପରିଷଦ ଅଞ୍ଚଳରେ ପୌର ନିର୍ବାହୀ ଅଧିକାରୀ,ଏବଂ ଶିଳ୍ପାନୁଷ୍ଠାନ କଳିଙ୍ଗ ନଗର, ବ୍ୟାସ ନଗରରେ ଶିଳ୍ପାନୁଷ୍ଠାନ ଅଧିକାରୀ ଓ କର୍ମଚାରୀ ମାନେ ଏହି କାର୍ଯ୍ୟ କ୍ରମ କୁ ତୃଣମୂଳ ସ୍ତରରେ ପହଞ୍ଚାଇବାକୁ ଜିଲ୍ଲାପାଳ ସମସ୍ତ ସଂପୃକ୍ତ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ମୂଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡାକ୍ତର ଶିବାଶିଷ ମହାରଣା,ନିର୍ବାହୀ ଅଧିକାରୀ ବ୍ୟାସ ନଗର ପୌରପରିଷଦ ଶ୍ରୀ ତରୁଣ କୁମାର ମହାପାତ୍ର,ଏ ପି ଏମ , ଭାଗିରଥୀ ପାଣିଗ୍ରାହୀ, ମାଇନିଙ୍ଗ ଅଫିସର, ଯାଜପୁର ରୋଡ ରଞ୍ଜିତ କୁମାର ଦାସ, ଜିଲ୍ଲା ମଙ୍ଗଳ ଅଧିକାରୀ ଶରତ ଚନ୍ଦ୍ର ବେହେରା, ସହକାରୀ ବେସାମରିକ ଯୋଗାଣ ଅଧିକାରୀ ଜେ ସି ଟୁଡୁ,ଏ ଡି ପି ଏଚ୍ ଓ ଡାକ୍ତର ଦେବରାଜ ହାଁସଦା, ଡାକ୍ତର ପ୍ରଦୀପ କୁମାର ଦାଶ, ଜିଲ୍ଲା ସମାଜ ମଙ୍ଗଳ ବିଭାଗ ,ପି ଓ ସରୋଜିନୀ ଦାସ, ଜିଲ୍ଲା ସମାଜ ସୁରକ୍ଷା ଅଧିକାରୀ ରବୀନ୍ଦ୍ର କୁମାର ବେହେରା, ମାଇନିଙ୍ଗ ଅଫିସର ,ଯାଜପୁର ଟାଉନ ଜେ କେ ସେଠୀ,ଡି ଓ ,ଏନ୍ ଟି ଡି , ସଂଗ୍ରାମ କେଶରୀ ଷଡଙ୍ଗୀ ଙ୍କ ସମେତ ବିଭିନ୍ନ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking