18.1 C
Bhubaneswar
Thursday, January 9, 2025
Homeଓଡିଶାଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିଷେଧ ଟାସ୍କପୋଂର୍ସ ଏବଂ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଜିଲ୍ଲାସ୍ତରୀୟ ବାଲ୍ୟ ବିବାହ ନିଷେଧ ଟାସ୍କପୋଂର୍ସ ଏବଂ ଶିଶୁ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

 ଭୁବନେଶ୍ୱର: ଆଜିର ଶିଶୁ ଆଗାମୀ ଭବିଷ୍ୟତର କର୍ଣ୍ଣଧାର । ବିଂଶ ଶତାବ୍ଦିରେ ମାନବ ସଭ୍ୟତା ପଦାର୍ପଣ କରିଥିବା ବେଳେ କନ୍ୟା ସନ୍ତାନ ଏବଂ ମହିଳାମାନେ ପୁରୁଷ ମାନଙ୍କ ଠାରୁ କୈାଣସି ଗୁଣରେ କମ୍ ନ ରହି ସର୍ବାଗ୍ରେ ସ୍ଥାନ ଅଳଙ୍କୃତ କରୁଥିବା ଭାରତ ଭଳି ବିକଶିତ ରାଷ୍ଟ୍ରରେ ଓ ବିଶ୍ୱର ଅନ୍ୟ ରାଷ୍ଟ୍ରରେ ପରିଲକ୍ଷିତ ହେଊଅଚ୍ଥି । ଏଥିନିମନ୍ତେ ମହିଳା ମାନଙ୍କୁ ଶିକ୍ଷା, ସ୍ୱାସ୍ôଥ୍ୟ, କର୍ମସଂସ୍ଥାନ ଏବଂ ସେମାନଙ୍କ ଅର୍ଥିକ ମାନଦଣ୍ଡକୁ ସୁଦୃଢ କରି ସମାଜର ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ବିବିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରାଯାଉଅଚ୍ଥି । ବେଟୀ ବଚାଓ ଓ ବେଟୀ ପଢାଓ ଏବଂ ୱାନ ଷ୍ଟପ୍ ସେଣ୍ଟର ସରକାରଙ୍କର ୨ ଟି ପ୍ରମୁଖ ଅଗ୍ରଣୀ ଯୋଜନା, ଯାହାକି, କନ୍ୟା ସନ୍ତାନ ମାନଙ୍କୁ ପାଠ ପଢିବା ପାଇଁ ସୁଯୋଗ ଦେବା, ଅଧାରୁ ପାଠ ଚ୍ଥାଡୁଥିବା ଝିଅ ପିଲା ମାନଙ୍କୁ ପୁନଃ ବିଦ୍ୟାଳୟକୁ ପେଂରାଇ ଆଣିବା, ବାଲ୍ୟ ବିବାହକୁ ପ୍ରତିରୋଧ କରି ସେମାନଙ୍କୁ ଶିକ୍ଷା ଓ ସ୍ୱାସ୍ଥ୍ୟର ସମସ୍ତ ପ୍ରକାର ପ୍ରେତ୍ସାହନ ଯୋଗାଇ ଦେଇ ସମାଜରେ ଜଣେ ପ୍ରତିଷ୍ଠିତ ବ୍ୟକ୍ତି ଭାବେ ଗଢି ତୋଳିବା ପାଇଁ ସରକାର ଅହରହ ଊଦ୍ୟମ ଜାରି ରଖିଚ୍ଥନ୍ତି । ଏହି ଅବସରରେ ଜିଲ୍ଳ୍‌ା ପ୍ରଶାସନ ଓ ଜିଲ୍ଳ୍‌ା ଶିଶୁ ସୁକକ୍ଷା ୟୁନିଟ୍ ମିଳିତ ଆନୁକୂଲ୍ୟରେ ଆଜି ପୂର୍ବାହ୍ନରେ ଜିଲ୍ଳ୍‌ାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ନିରଂଜନ କରଙ୍କ ଅଧ୍ୟକ୍ଷତାରେ ଅନୁୁଷ୍ଠିତ ଉକ୍ତ ବୈଠକରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ଦୁଖବନ୍ଧୁ ନାୟକ ଯୋଗଦେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରୀକ୍ଷାରେ ୨୦୨୩ ବର୍ଷରେ ଜିଲ୍ଳ୍‌ାରେ ସର୍ବୋଚ୍ଚ ନମ୍ୱର ରଖିଥିବା ୧୦ ଗୋଟି ବ୍ଳ୍‌କର ବିଭିନ୍ନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୧୦ ଜଣ ଚ୍ଥାତ୍ରୀଙ୍କୁ ଏବଂ ମାଧ୍ୟମିକ ଶିକ୍ଷା ପରୀକ୍ଷାରେ ୧୦ ଗୋଟି ବ୍ଳ୍‌କର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ସର୍ବୋଚ୍ଚ ନମ୍ୱର ରଖିଥିବା ୧୦ ଜଣ ଚ୍ଥାତ୍ରୀଙ୍କୁ ମାନପତ୍ର ଓ ପୁଷ୍ପଗୁଚ୍ଚ୍ଥ ଦେଇ ସମ୍ୱର୍ଦ୍ଧିତ କରିଥିଲେ । ସେହିପରି ଜିଲ୍ଳ୍‌ାର ଦାନଗଦୀ ବ୍ଳ୍‌କର ବୁଦ୍ଧରାଜ ଉଚ୍ଚ ବିଦ୍ୟାପୀଠ, ରସୁଲପୁର ବ୍ଳ୍‌କର ବ୍ରହ୍ମବରଦା ବାଳିକା ଉଚ୍ଚ ବିଦ୍ୟାଳୟ, ସୁକିନ୍ଦ ବ୍ଳକର ହାତୀବାରି ଉଚ୍ଚ ବିଦ୍ୟାଳୟ ଏସ୍‌ଏମ୍‌ସି କମିଟିକୁ ଉତ୍କୃଷ୍ଟ ପରିଚାଳନା ପାଇଁ ପ୍ରତ୍ୟେକଙ୍କୁ ୧୦ ହଜାର ଲେଖାଏଁ ଓ ଆଉଁରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ବିଂଝାରପୁର, ବ୍ରହ୍ମବରଦା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ରସୁଲପୁର ଏବଂ ଅବଦଲପୁର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ, ଯାଜପୁର ଉତ୍କୃଷ୍ଟ ଏସ୍‌.ଏମ୍‌.ସି. କମିଟି ପରିଚାଳନା ପାଇଁ ପ୍ରତ୍ୟେକ ୧୦ ହଜାର ଲେଖାଏଁ ଅର୍ଥରାଶି ପୁରସ୍କାର ପ୍ରଦାନ କରାଯିବା ସହ ଅତିରିକ୍ତ ଜିଲ୍ଳ୍‌ାପାଳ ଶ୍ରୀ ନାୟକ ନିଜ ଅଭିଭାଷଣରେ ଝିଅ ମାନଙ୍କୁ ସେମାନଙ୍କ ପାରଦର୍ଶିିତା ପାଇଁ ପୁରସ୍କୃତ କରି ପ୍ରଶାସନ ଗର୍ବିତ ବୋଲି ଉଲ୍ଳେଖ କରିବା ସହ ବେଟୀ ବଚାଓ, ବେଟୀ ପଢାଓ ଏକ ଆନ୍ଦୋଳନ କହି “ଶିଶୁ ହସିଲେ ଦୁନିଆଁ ହସେ” ଏବଂ ବାଲ୍ୟ ବିବାହ ନିଷେଧ ଏବଂ ଶିଶୁ ମଙ୍ଗଳ ଓ ସୁରକ୍ଷା ଉପଲକ୍ଷେ ଆଜି ବିଭିନ୍ନ ବିଭାଗୀୟ ଅଧିକାରୀ, କର୍ମକର୍ତ୍ତା ଓ ଶିଶୁ ମାନଙ୍କୁ ବିଭିନ୍ନ ଆପଦକାଳୀନ ସମୟରେ କୋଳେଇ ନେଉଥିବା ଅନୁଷ୍ଠାନ ମାନଙ୍କୁ ସାଧୁବାଦ ଜ୍ଞାପନ କରିଥିଲେ ।
ସମ୍ମାନିତ ଅତିଥି ଭାବେ ଜିଲ୍ଳ୍‌ା ଆଇନ ସେବା ପ୍ରାଧିକରଣ ସଚିବ ଶ୍ରୀମତୀ ଜ୍ୟୋର୍ତିମୟୀ ଦାସ ଯୋଗଦେଇ ଶିଶୁ ମାନଙ୍କ କଲ୍ୟାଣ ନିମନ୍ତେ ତଥା କିଶୋରୀ ବାଳିବା ମାନଙ୍କ ଉନ୍ନତି ନିମନ୍ତେ ଓ ବାଲ୍ୟ ବିବାହ ନିଷେଧ ବିଭିନ୍ନ ଆଇନଗତ ଦିଗ ସମ୍ୱନ୍ଧରେ ଆଲୋକପାତ କରିଥିଲେ । ସେହିପରି ବିଷୟ ବିଷାରଦ ଆକ୍ସନ ଏଡ୍ ରାଜ୍ୟ ପରିଚାଳକ ଶ୍ରୀ ବି.ଏନ୍‌. ଦୁର୍ଗା କନ୍ୟା ସନ୍ତାନଙ୍କ ପ୍ରଥମେ ପିତା ମାତା ଯତ୍ନ ନେବା, କିଶୋରୀ ବାଳିକା ମାନଙ୍କୁ ବାଲ୍ୟ ବିବାହରୁ ନିଷେଧ କରି ଦଣ୍ଡ ବିଧାନ ସମ୍ୱନ୍ଧରେ ପ୍ରଶିକ୍ଷଣ ଦେଇଥିଲେ । ସେହିପରି ଶିଶୁ ମଙ୍ଗଳ ସମିତି ଅଧ୍ୟକ୍ଷା ଶ୍ରୀମତୀ ରେକ୍ସୋନା ଜେନା, ସଦସ୍ୟ ଓ ବରିଷ୍ଠ ଆଇନଜ୍ଞ ସାମ୍ୱାଦିକ ଶ୍ରୀ ଜୟନ୍ତ ଗୋସ୍ୱାମୀ, ସଦସ୍ୟା ଶ୍ରୀମତୀ ତୃପ୍ତି ଜେନା, ଆକ୍ସନ ଏଡ୍ ଜିଲ୍ଳ୍‌ା ସଂଯୋଜକ ଶ୍ରୀ ସୁବାସ ଦିଗାଲ, ଅତିରିକ୍ତ ଜିଲ୍ଳ୍‌ା ଜନସ୍ୱାସ୍ଥ୍ୟ ଅଧିକାରୀ ଡା. ଡି. ହାଂସଦା, ଭାରପ୍ରାପ୍ତ ଜିଲ୍ଳ୍‌ା ଶିକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ସ୍ୱାଇଁ, ଜିଲ୍ଳ୍‌ା କର୍ମ ନିୟୋଜନ ଅଧିକାରୀ ଶ୍ରୀ ପ୍ରଭାତ କୁମାର ବସ୍ତି, ଜିଲ୍ଳ୍‌ା ସମାଜ ମଙ୍ଗଳ ବିଭାଗ ସୁରକ୍ଷା ଅଧିକାରୀ ଶ୍ରୀମତୀ ସଂଯୁକ୍ତା ଘଡାଇ, ୱାନ ଷ୍ଟପ୍ ସେଣ୍ଟର(ସଖୀ) ପ୍ରଶାସିକା ଶ୍ରୀମତୀ ନିବେଦିତା ଶରଣ, ସମାଜସେବୀ ଶ୍ରୀ ମଣ୍ଟୁ ଦାସ, ଟାଟା ଷ୍ଟିଲ ପାଂଉଣ୍ଡେସନ ସି.ଏସ୍‌.ଆର. ଦଳ ମୁଖ୍ୟ ଆଲେନ ଯୋସେପଂ୍‌, ପିପୁଲ୍ସ ପୋଂରମ୍‌, ମିଶନ ଆଶ୍ରା ଅଧିକ୍ଷକ ଶ୍ରୀମତୀ ଅନନ୍ୟା ତ୍ରିପାଠୀ ଏବଂ ତାଙ୍କ ଟିମ୍ ପ୍ରମୁଖ ଯୋଗଦେଇ ସୁକିନ୍ଦା ଓ ଦାନଗଦୀ ବ୍ଳ୍‌କରେ ବିଶେଷ ଭାବରେ ଦେଖାଯାଉଥିବା ସମସ୍ୟା ଗୁଡିକ ଉପରେ ପୁଙ୍ଖାନୁପୁଙ୍ଖ ଭାବେ ଆଲୋଚନା କରାଯାଇ ଅଙ୍ଗନୱାଡି କେନ୍ଦ୍ର ଗୁଡିକୁ ସକ୍ରିୟ କରାଇବା ସହ ଶିଶୁ ଓ କନ୍ୟା ସନ୍ତାନ, କିଶୋରୀ ବାଳିକା ମାନଙ୍କ ପାଇଁ ନିଆଯାଊଥିବା ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ୱନ୍ଧରେ ସଂପୃକ୍ତ ଅନୁଷ୍ଠାନର ମୁଖ୍ୟମାନେ ବକ୍ତବ୍ୟ ରଖି ଯାଜପୁର ଜିଲ୍ଳ୍‌ାକୁ ମିଶନ ମୋଡରେ ବାଲ୍ୟ ବିବାହମୁକ୍ତ ଜିଲ୍ଳ୍‌ା ଭାବେ ଗଢି ତୋଳିବା ନିମନ୍ତେ ସମସ୍ତେ ନିଷ୍ଠାର ସହ ସେବା କରିବାକୁ ଆଲୋଚନା କରାଯାଇଥିଲା ।
ବୈଠକ ପ୍ରାରମ୍ଭରେ ସଭାପତିତ୍ୱ ବକ୍ତବ୍ୟରେ ଜିଲ୍ଳ୍‌ା ଶିଶୁ ସୁରକ୍ଷା ଅଧିକାରୀ ଏକତ୍ରିତ ଭାବେ ଅନୁଷ୍ଠିତ ହେଊଥିବା ଶିଶୁ, କନ୍ୟା ସନ୍ତାନ, କିଶୋରୀ ବାଳିକା, ବାଲ୍ୟ ବିବାହ ନିଷେଧ ତିନି ଗୋଟି ବୈଠକର ବିଭିନ୍ନ ମଙ୍ଗଳକାରୀ ଯୋଜନା ଉପରେ ବିସ୍ତୃତ ଭାବେ ଊପସ୍ଥାପନ କରିଥିବା ବେଳେ ଅନ୍ୟ ମାନଙ୍କ ମଧ୍ୟରେ ବିଭିନ୍ନ ବିଭାଗୀୟ ଅଧିକାରୀ, ଶିଶୁ ମଙ୍ଗଳ ସମିତି କର୍ମକର୍ତ୍ତା, ବ୍ଳ୍‌କ ଶିକ୍ଷା ଅଧିକାରୀ, ସିଡିପିଓ, ଅଙ୍ଗନୱାଡି ସୁପରଭାଇଜର, ସେଚ୍ଚ୍ଥାସେବୀ ଅନୁଷ୍ଠାନର କର୍ମକର୍ତ୍ତା ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking