28.1 C
Bhubaneswar
Friday, September 20, 2024
Homeଓଡିଶାନୀଳାଚଳ ନିଯୁକ୍ତି ପ୍ରସଙ୍ଗରେ ତିନିମାସ ମଧ୍ୟରେ ଆଇନ ଅନୁଯାୟୀ ପଦକ୍ଷେପ ନେବ ଜିଲ୍ଲା ପ୍ରଶାସନ :...

ନୀଳାଚଳ ନିଯୁକ୍ତି ପ୍ରସଙ୍ଗରେ ତିନିମାସ ମଧ୍ୟରେ ଆଇନ ଅନୁଯାୟୀ ପଦକ୍ଷେପ ନେବ ଜିଲ୍ଲା ପ୍ରଶାସନ : ହାଇକୋର୍ଟ

ଯାଜପୁର : ଯାଜପୁର ଜିଲ୍ଲା ର କଳିଙ୍ଗ ନଗର ଶିଳ୍ପl ଅଞ୍ଚଳ ରେ ଥିବା ନୀଳାଚଳ କାରଖାନା ପାଇଁ ଭିଟାମାଟି ଦେଇ ବିସ୍ତାପିତ ହୋଇଥିବା ମୃତ କର୍ମଚାରୀଙ୍କ ପରିବାରକୁ ନିଯୁକ୍ତି ପ୍ରସଙ୍ଗରେ ହାଇକୋର୍ଟ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଦେଶ ମୁତାବକ ଜିଲ୍ଲା ପ୍ରଶାସନ ୩ ମାସ ମଧ୍ୟରେ ଆଇନ ଅନୁଯାୟୀ ପଦକ୍ଷେପ ନେବେ। ସୂଚନା ମୁତାବକ, ସୁକିନ୍ଦା ଥାନା କଇଁଜିରା ଗ୍ରାମର ଲୁଣିଆଁ ମୁଣ୍ଡା ନୀଳାଚଳ କାରଖାନା ପାଇଁ ବିସ୍ଥାପିତ ହୋଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ କାରଖାନାରେ ଫିଲ୍‌ଡମ୍ୟାନ ଭାବେ ନିଯୁକ୍ତି ପାଇଥିଲେ। ସ୍ୱାସ୍ଥ୍ୟଗତ ସମସ୍ଯା କାରଣରୁ ତାଙ୍କର ମୃତ୍ୟୁ ହୋଇଥିଲା। ପରେ ତାଙ୍କ ପୁଅ ରଥିଆ ମୁଣ୍ଡା ବାପାଙ୍କ ସ୍ଥାନରେ ନିଯୁକ୍ତି ପାଇବାକୁ ଆର୍‌ପିଡିଏସି ବୈଠକରେ ୩ ଥର ଆବେଦନ କରିଥିଲେ I ସେଠାରୁ କୌଣସି ସୁଫଳ ମିଳିନଥିଲା। ଏହି ଘଟଣା କୁ କେନ୍ଦ୍ରକରି ବିସ୍ଥାପିତ ପରିବାର ପକ୍ଷରୁ ବିଭିନ୍ନ ଦାବୀ ନେଇ ପ୍ଳାଣ୍ଟ ସାମ୍ନାରେ ଦୀର୍ଘଦିନ ଧରି ଧାରଣା ମଧ୍ୟ ଦେଇଥିଲେ। ହେଲେ ପ୍ଳାଣ୍ଟ କତୃପକ୍ଷ ସେମାନଙ୍କ ଅଭିଯୋଗ ଶୁଣିନଥିଲେ ବୋଲି ପରିବାର ଲୋକ ଅଭିଯୋଗ କରିଛନ୍ତି। ପରେ ରଥିଆ ମୁଣ୍ଡା ନ୍ୟାୟ ଆଶାରେ ଗତମାସ ଏପ୍ରିଲ ୨୩, ୨୦୨୪ ରେ ହାଇକୋର୍ଟରେ ଏକ ରିଟ୍ ପିଟିସନ୍ ମଧ୍ୟ ଦାଖଲ କରିଥିଲେ। ୨୦୨୪ ଅଗଷ୍ଟ ପହିଲାରେ ଏହି ମାମଲାର ଶୁଣାଣୀ କରି ମାନ୍ୟବର ଉଚ୍ଚନ୍ୟାୟାଳୟ ତିନି ମାସ ମଧ୍ୟରେ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ରାଜସ୍ୱ ବିଭାଗୀୟ କମିଶନର (କେନ୍ଦ୍ର), ଯାଜପୁର ଜିଲ୍ଲାପାଳ ଓ ଅତିରିକ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ବ୍ୟତୀତ କର୍ତ୍ତୃପକ୍ଷ କେଉଁ ପଦକ୍ଷେପ ନେଲେ ସେ ସମ୍ପର୍କରେ ଦୁଇ ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଜଣାଇବେ ଏବଂ ଆବେଦନକାରୀଙ୍କ ଅଭିଯୋଗର ସମାଧାନ ପାଇଁ ପ୍ରଶାସନକୁ ଆଇନ ଅନୁଯାୟୀ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking