ଗଞ୍ଜାମ: ବହୁ କଳ୍ପନା ଜଳ୍ପନା ତଥା ବାଦ ବିବାଦ ପରେ ସମସ୍ୟାର ଅନ୍ତ ଘଟାଇ ଗଞ୍ଜାମ ଜିଲ୍ଲା ଛତ୍ରପୁର ବ୍ଲକ୍ ଅଧ୍ୟକ୍ଷା ରୂପେ ନିର୍ବାଚିତ ହୋଇଛନ୍ତି କିରଣ କୁମାରୀ ଦାସ । ମୋଟ୍ ୧୮ ସମିତିସଭ୍ୟଙ୍କ ମଧ୍ୟରୁ ୧୨ ଭୋଟ୍ରେ ସେ ଜିତିଥିବା ବେଳେ ବିଧାୟକ ବିରୋଧୀ ଗୋଷ୍ଠୀର କିରଣ ଦାସ ଜିତିଥିବାରୁ ବିଧାୟକ ଗୋଷ୍ଠୀଙ୍କ ମନ ମଉଳି ଯାଇଛି । ପ୍ରତିପକ୍ଷରୁ ଲଢ଼ୁଥିବା ପ୍ରାର୍ଥୀଙ୍କୁ ମାତ୍ର ୬ ଖଣ୍ଡ ଭୋଟ୍ ମିଳିଥିବା ଜଣାପଡ଼ିଛି । ସେପଟେ ପୁରୀରୁ ଫେରୁଥିବା ବେଳେ ସମସ୍ତଙ୍କୁ ବାଲୁଗାଁର ଏକ ଲଜ୍ରେ ଅଟକ ରଖାଯାଇଥିଲା । ସେମାନଙ୍କୁ ପୋଲିସ୍ ତାଲା ପକାଇ ଅଟକ ରଖିଥିବା ଅଭିଯୋଗ ହୋଇଥିଲା । ଗଣମାଧ୍ୟମରେ ଖବର ପ୍ରକାଶ ପରେ ସମସ୍ତଙ୍କୁ ମୁକୁଳାଇ ଥିଲା ପୋଲିସ୍ ।