28.1 C
Bhubaneswar
Wednesday, April 29, 2026
Homeଓଡିଶାରୁଙ୍ଗଟା କାରଖାନାରେ ବିସ୍ପୋରଣ; ୮ରୁ ଅଧିକ ଶ୍ରମିକ ଗୁରୁତର

ରୁଙ୍ଗଟା କାରଖାନାରେ ବିସ୍ପୋରଣ; ୮ରୁ ଅଧିକ ଶ୍ରମିକ ଗୁରୁତର

ହିନ୍ଦୋଳ: ହିନ୍ଦୋଳ ଉପଖଣ୍ଡ ଝାଡ଼ବନ୍ଧ ନିକଟରେ ଗଢି ଉଠିଥିବା ରୁଙ୍ଗଟା କାରଖାନାରେ ବିସ୍ପୋରଣ ଘଟି ୮ରୁ ଅଧିକ ଶ୍ରମିକ ଗୁରୁତର ହୋଇଛନ୍ତି। ଶୁକ୍ରବାର ସକାଳୁ ରୁଙ୍ଗଟା କାରଖାନାର ଏସ୍‌ଏମ୍‌ସି ଅଞ୍ଚଳରେ କମ୍ପାନୀ କର୍ମଚାରୀ ଓ କିଛି ଶ୍ରମିକ କାର୍ଯ୍ୟ କରୁଥିଲେ। ଏହି ସମୟରେ ବିସ୍ପୋରଣ ଘଟିଥିଲା। ନିକଟରେ ଥିବା କିଛି ଶ୍ରମିକ ଗୁରୁତର ଭାବେ ପୋଡ଼ି ଯାଇଥିବା ଜଣାପଡିଛି। ୮ରୁ ଅଧିକ ଶ୍ରମିକଙ୍କୁ ଗୁରୁତର ଅବସ୍ଥାରେ ଏକ ଘରୋଇ ଡାକ୍ତରଖାନରେ ଭର୍ତ୍ତି କରାଯାଇଛି।

ଏଥିରେ ଅନ୍ୟ କେତେ ଜଣ ଶ୍ରମିକ ଆହତ ହୋଇଥିବା ଜଣାପଡିଛି। ଘଟଣା ଘଟିବା ପରେ କମ୍ପାନୀର ସମସ୍ତ ପ୍ରବେଶପଥକୁ ବନ୍ଦ କରି ଦିଆଯାଇଥିଲା। ଘଟଣାକୁ ଚପାଇ ଦେବାକୁ ଉଦ୍ୟମ କରାଯାଇଥିବାବେଳେ ସତ୍ୟାସତ୍ୟ କମ୍ପାନୀରେ କାର୍ଯ୍ୟରତ ଅନ୍ୟ ଶ୍ରମିକଙ୍କଠାରୁ ଜଣାପଡିଥିଲା। କାରଖାନା ପ୍ରତିଷ୍ଠା ଦିନରୁ ବାରମ୍ବାର ବିସ୍ପୋରଣ ଘଟୁଥିବାବେଳେ କର୍ତ୍ତୃପକ୍ଷଙ୍କ ଦ୍ୱାରା ଏହାକୁ ଚପାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking