27.1 C
Bhubaneswar
Wednesday, April 29, 2026
Homeଓଡିଶାଭଦ୍ରକ ଉତ୍ତେଜନା: ଇଣ୍ଟରନେଟ୍ ସେବା ବନ୍ଦ, ୯ ଅଟକ

ଭଦ୍ରକ ଉତ୍ତେଜନା: ଇଣ୍ଟରନେଟ୍ ସେବା ବନ୍ଦ, ୯ ଅଟକ

ଭଦ୍ରକ : ଭଦ୍ରକରେ ସୋସିଆଲ ମିଡିଆ ପୋଷ୍ଟ ପରେ ଦେଖାଦେଇଛି ବିବାଦ। ଯାହାକୁ ନେଇ ୧୬୩ ଧାରା ଜାରି କରାଯାଇଛି। ବର୍ତ୍ତମାନ ଭଦ୍ରକ ଜିଲ୍ଲାରେ ଇଣ୍ଟରନେଟ୍ ସେବା ବନ୍ଦ କରାଯାଇଛି। ସୋସିଆଲ ମିଡିଆ ପୋଷ୍ଟକୁ ନେଇ ଦେଖାଦେଇଥିବା ଉତ୍ତେଜନା ପରେ ପ୍ରଶାସନ ପକ୍ଷରୁ ଏଭଳି ପଦକ୍ଷେପ ନିଆଯାଇଛି। ଭଦ୍ରକ ଜିଲ୍ଲାରେ ୪୮ ଘଣ୍ଟା ପର୍ଯ୍ୟନ୍ତ ଇଣ୍ଟରନେଟ୍ ସେବା ବନ୍ଦ ରଖାଯାଇଛି। ସହରରେ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଛି।

ପୁରୁଣା ବଜାର ଅଞ୍ଚଳରେ ୧୬୩ ଧାରା ସହ ୧୦ ପ୍ଲାଟୁନ୍ ପୁଲିସ୍ ଫୋର୍ସ ମୁତୟନ କରାଯାଇଛି। ସହରରେ କିଭଳି ଶାନ୍ତି ଫେରିବ, ସେ ନେଇ ପୁଲିସ୍ ଏବଂ ପ୍ରଶାସନ ଉଦ୍ୟମ ଜାରି ରଖିଛନ୍ତି। ସୋସିଆଲ ମିଡିଆରେ ଏକ ବିବାଦୀୟ ଫଟୋ ପୋଷ୍ଟକୁ ନେଇ ଜଣେ ଅଭିଯୁକ୍ତଙ୍କୁ ଗିରଫ ଦାବି କରି ରାଲି ଚାଲିଥିବାବେଳେ ଶୁକ୍ରବାର ମୁହାଁମୁହିଁ ସ୍ଥିତି ଉପୁଜିଥିଲା। ଏଥିରେ ୩ ପୁଲିସ୍ ଅଧିକାରୀ ଆହତ ହୋଇଥିଲେ।

ତା ସହ ଘଟଣାସ୍ଥଳକୁ ଯାଇଥିବା ତହସିଲଦାରଙ୍କ ଗାଡି ଭଙ୍ଗାରୁଜ୍ଜା ହୋଇଥିଲା। ସ୍ଥିତି ନିୟନ୍ତ୍ରଣ ପାଇଁ ପୁଲିସ୍ ଲାଠିଚାର୍ଜ କରିବା ସହ ସହରରେ ଫ୍ଲାଗମାର୍ଚ କରିଛି। ପୁରୁଣା ବଜାର ଥାନା ଅଞ୍ଚଳରେ ପୁଲିସ୍ ଏବଂ ପ୍ରଶାସନିକ ଅଧିକାରୀ ଙ୍କ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ ସହିତ ପୁଲିସ୍ ଡିଆଇଜି, ଭଦ୍ରକ ଏସପି ଏବଂ ଭଦ୍ରକ ଜିଲ୍ଲାପାଳଙ୍କ ସମେତ ସମସ୍ତ ଅଧିକାରୀ ଅଞ୍ଚ ବୁଲି ଦେଖିବା ସହ ନିଜେ ଫ୍ଲାଗମାର୍ଚ କରିଛନ୍ତି। ଶାନ୍ତି କମିଟି ସହ ଆଲୋଚନା କରାଯାଇଛି। ଅନ୍ୟପଟେ ଧାମନଗରରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଛି। ସୁରକ୍ଷା ପାଇଁ ୪ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking