29.3 C
Bhubaneswar
Tuesday, May 20, 2025
Homeଓଡିଶାନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

ନିଯୁକ୍ତି ପ୍ରକ୍ରିୟାରେ ଓପିଏସସିର ଭେଦଭାବ ନୀତି, ବର୍ଷିଲେ ହାଇକୋର୍ଟ

କଟକ: ଓଡ଼ିଶା ସିଭିଲ୍ ସର୍ଭିସ୍ ନିଯୁକ୍ତି ସମୟରେ ସରକାରୀ କର୍ମଚାରୀ ଓ ପୂର୍ବତନ ସେନା ଅଧିକାରୀଙ୍କ ଏନ୍ଓସି ଓ ଡିସଚାର୍ଜ ସାର୍ଟିଫିକେଟ୍ ଦାଖଲ ମାମଲାରେ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି)ର ଭିନ୍ନ ଭିନ୍ନ ନିୟମ ରହିପାରିବ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଛନ୍ତି।

ଓଡ଼ିଶା ସିଭିଲ ସର୍ଭିସ ୨୦୨୦ ନିଯୁକ୍ତି ପ୍ରକ୍ରିୟାରେ ସମସ୍ତ ପର୍ଯ୍ୟାୟରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇଥିବା ଭାରତୀୟ ନୌସେନାର ଜଣେ ପୂର୍ବତନ କର୍ମଚାରୀଙ୍କ ମାମଲାର ବିଚାର କରି କୋର୍ଟ ଏହି ରାୟ ଶୁଣାଇଛନ୍ତି, କିନ୍ତୁ ଡକ୍ୟୁମେଣ୍ଟ ଭେରିଫିକେସନ୍ ସମୟରେ ତାଙ୍କ ପ୍ରାର୍ଥିପତ୍ର ନାକଚ ହୋଇ ଯାଇଥିଲା, କାରଣ ଅନଲାଇନ୍ ଆବେଦନ ଫର୍ମ ଦାଖଲର ଶେଷ ତାରିଖ ପରେ ତାଙ୍କ ଡିସଚାର୍ଜ ସାର୍ଟିିଫିକେଟ ଜାରି କରାଯାଇଥିଲା।

ଆବେଦନ ଫର୍ମ ଦାଖଲର ଶେଷ ତାରିଖ ପୂର୍ବରୁ ପୂର୍ବତନ ସୈନିକମାନେ ଡିସଚାର୍ଜ ସାର୍ଟିଫିକେଟ ଦାଖଲ କରିବାକୁ ଓପିଏସସି ଯେଉଁ ନିୟମ କରିଥିଲା ତାହା ଅତ୍ୟନ୍ତ ମନମାନୀ ଓ ଭେଦଭାବପୂର୍ଣ୍ଣ ବୋଲି କୋର୍ଟ ଜାଣିବାକୁ ପାଇଛନ୍ତି। ସେହିପରି ପୂର୍ବତନ ସୈନିକଙ୍କ ପ୍ରାର୍ଥିତ୍ବକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଓପିଏସସିର କୌଣସି କ୍ଷମତା ନାହିଁ ବୋଲି କୋର୍ଟ ରାୟ ଦେଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking