ଭୁବନେଶ୍ୱର: ବିସ୍ଫୋରକ ବୟାନ ଦେଲେ ପୂର୍ବତନ ଡିଜିପି ପ୍ରକାଶ ମିଶ୍ର । ଗୁରୁବାର ନବ ଦାସ ହତ୍ୟାକାଣ୍ଡ ଓ ଏହାର ତଦନ୍ତ ପ୍ରକ୍ରିୟାକୁ ନେଇ ସରକାରଙ୍କୁ କଡ଼ା ସମାଲୋଚନା କରିଥିବା ବେଳେ ସେ ଓଡ଼ିଶା ପୋଲସର ସ୍ଥିତି ଏବେ କ’ଣ ରହିଛି ସେନେଇ ମଧ୍ୟ ମୁହଁ ଖୋଲିଛନ୍ତି । ସେ କହିଛନ୍ତି ଓଡ଼ିଶା ପୋଲିସରେ ଏବେ ଅନେକ ଗୋପାଳ ରହିଛନ୍ତି । ଓଡ଼ିଶା ପୋଲିସକୁ ସୃଙ୍ଖଳିତ ନକରାଗଲେ ଆଗକୁ ଅନେକ କ୍ଷତି ହୋଇପାରେ । ତେବେ ଓଡ଼ିଶା ପୋଲିସରେ ଅନେକ ଗୋପାଳ ରହିଥିବା କହିଛନ୍ତି ପ୍ରକାଶ । ଓଡ଼ିଶା ପୋଲିସରେ ଏବେ ଆଉ ଶୃଙ୍ଖଳା ନାହିଁ । ଓଡ଼ିଶା ପୋଲିସରେ ଏବେ ଚେନ୍ ଅଫ୍ କମାଣ୍ଡ କିଛି ନାହିଁ । ଡିଜିଙ୍କୁ କେହି ମାନୁନାହାନ୍ତି, ଏସପି ତାଙ୍କ ନିଜ ହିସାବରେ ଗଲେଣି । ଫୋର୍ସ ଷ୍ଟ୍ରକଚର ନଷ୍ଟ କରାଯିବାରୁ ପୋଲିସର ବହୁତ କ୍ଷତି ଘଟିଛି । ଏବେ ଯେଉଁ ସିଷ୍ଟମ ଚାଲିଛି, ସେଥିରେ ଅନେକ ଗୋପାଳ ବାହାରିବେ । ଏବେ ପୋଲିସ ହାତରେ ବହୁ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ରହିଛି । ଯଦି ଓଡ଼ିଶା ପୋଲିସକୁ ଡିସିପ୍ଲିନ କରାନଯାଏ, ଭୟଙ୍କର ଘଟଣା ଘଟିପାରେ । ବହୁ ବିଚିତ୍ର ନିୟମାବଳୀ ଲାଗୁ ପାଇଁ ପୋଲିସ ଧ୍ୱଂସ ହେଉଛି । ଅଯଥା ହସ୍ତକ୍ଷେପ କରାନଯାଉ, ପୋଲିସରେ ଶୃଙ୍ଖଳା ଅଣାଯାଉ ବୋଲି ପୂର୍ବତନ ଡିଜିପି ପ୍ରକାଶ ମିଶ୍ର କହିଛନ୍ତି । ଖାଲି ସେତିକି ନୁହେଁ ସେ ଆହୁରି କହିଛନ୍ତି, ବିହେଭିୟରାଲ ଷ୍ଟଡି ପାଇଁ ୠଈଓ ସହାୟତା ନିଆଯିବ କୁହାଯାଉଛି । ବିହେଭିୟର ଷ୍ଟଡିରେ ସେ କାହିଁକି ମାରିଲା ତାହା ଜଣାପଡ଼ିବ ନାହିଁ । ଯେଉଁଠି ୫/୭ ଜଣଙ୍କୁ ସନ୍ଦେହ କରାଯାଏ, ସେଠି ଏହି ଷ୍ଟଡି ହୁଏ । ସନ୍ଦିଗ୍ଧଙ୍କ ଆଚରଣକୁ ତର୍ଜମା କରି ଅପରାଧୀକୁ ଧରାଯାଇଥାଏ । ଏ କ୍ଷେତ୍ରରେ ତ ଗୋପାଳ ଅପରାଧୀ ବୋଲି ଚିହ୍ନଟ ହୋଇସାରିଛି । ସେ କାହିଁକି ମାରିଲା, ତାହା ନାର୍କୋ ଟେଷ୍ଟରୁ ଜଣାପଡ଼ିବ । ନାର୍କୋ ଟେଷ୍ଟରେ କଣ ରିପୋର୍ଟ ଆସିଛି, ତାହା ତ ଜଣାପଡ଼ିନି । ଏଠି ସବୁ ତ ବିଶ୍ୱସ୍ତରୀୟ ହେଉଛି, ସେଥିପାଇଁ ବୋଧେ ୠଈଓ ସହାୟତା ନିଆଯାଉଛି