33.1 C
Bhubaneswar
Friday, April 26, 2024
Homeଓଡିଶାଦିଲିପ ରାୟ ଙ୍କୁ ୩ ବର୍ଷ ଜେଲ ଦଣ୍ଡ

ଦିଲିପ ରାୟ ଙ୍କୁ ୩ ବର୍ଷ ଜେଲ ଦଣ୍ଡ

ଭୁବନେଶ୍ଵର: କୋଇଲା ବ୍ଲକ ଆବଣ୍ଟନ ଦୁର୍ନୀତି ମାମଲାରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ ୩ ବର୍ଷ ଜେଲ୍ ଦଣ୍ଡ ହୋଇଛି । କୋଲସ୍କାମରେ ଦଣ୍ଡାଦେଶ କରିଛନ୍ତି ସ୍ୱତନ୍ତ୍ର ସିବିଆଇ କୋର୍ଟ । ୧୯୯୯ ଝାଡଖଣ୍ଡ କୋଲବ୍ଲକ ଆବଣ୍ଟନ ମାମଲାରେ ଏହି ଦଣ୍ଡାଦେଶ ମିଳିଛି । ବ୍ରହ୍ମଡିହ କୋଲବ୍ଳକ ସିଟିଏଲକୁ ଆବଣ୍ଟନ ନେଇ ଅନିୟମିତତା ଅଭିଯୋଗ ହୋଇଥିଲା । ଅନ୍ୟ ୨ ଅଧିକାରୀଙ୍କୁ ମଧ୍ୟ ୩ ବର୍ଷ ଲେଖାଏଁ ଜେଲଦଣ୍ଡ ହୋଇଛି । ଏହି ମାମଲାରେ ଅଦାଲତ କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଦୋଷୀ ସାବ୍ୟସ୍ତ କରିଥିଲେ। ଅଦାଲତ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କ ମାଲିକାନାରେ ଥିବା ଦୁଇ କମ୍ପାନି ସିଟିଏଲ୍ ଓ ସିଏମଏଲକୁ ଯଥାକ୍ରମେ ୬୦ ଲକ୍ଷ ଓ ୧୦ ଲକ୍ଷ ଟଙ୍କା ଜରିମାନା କରିଛନ୍ତି। ସୂଚନାଯୋଗ୍ୟ, ଅକ୍ଟୋବର ୬ ତାରିଖରେ ସ୍ବତନ୍ତ୍ର ସିବିଆଇ କୋର୍ଟ ପୂର୍ବତନ କେନ୍ଦ୍ର କୋଇଲା ରାଷ୍ଟ୍ରମନ୍ତ୍ରୀ ଦିଲ୍ଲୀପ ରାୟ, କୋଇଲା ମନ୍ତ୍ରାଳୟର ଦୁଇ ପୂର୍ବତନ ବରିଷ୍ଠ ଅଧିକାରୀ ପ୍ରଦୀପ କୁମାର ବାନାର୍ଜୀ ଓ ନିତ୍ୟାନନ୍ଦ ଗୌତମ, କାଷ୍ଟ୍ରନ୍ ଟେକନୋଲୋଜି ଲିମିଟେଡର ନିର୍ଦ୍ଦେଶକ ମହେନ୍ଦ୍ର କୁମାର ଅଗ୍ରୱାଲଙ୍କୁ ଆଇପିସିର ଦଫା ୧୨୦(ଖ), ୪୨୦ ଓ ୪୦୯ ଏବଂ ଦୁର୍ନୀତି ନିବାରଣ ଆଇନର ବିଭିନ୍ନ ଦଫାରେ ଦୋଷୀ ସାବ୍ୟସ୍ତ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking