ଭୁବନେଶ୍ୱର: ଏଣିକି ୧୧୨ ଡାଏଲ କଲେ ମିଳିବ ପ୍ରମୁଖ ୩ଟି ଜରୁରୀ ସେବା । ପୋଲିସ, ଅଗ୍ନିଶମ ଏବଂ ଆମ୍ବୁଲାନ୍ସ ସେବା ପାଇଁ ଏବେ ଡାଏଲ କରାଯିବ ୧୧୨ । ଭିଡିଓ କନଫରେନ୍ସିଂ ରେ ଏହି ସେବାର ଆଜି ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ପୂର୍ବରୁ ଭିନ୍ନ ଭିନ୍ନ ସେବା ପାଇଁ ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ଡାଏଲ କରିବାକୁ ପଡ଼ୁଥିଲା। ଏପରିକି କିଛି ଲୋକ ଏହାଦ୍ୱାରା ସମସ୍ୟାର ସମ୍ମୁଖିନ ହେଉଥିଲେ। ତେଣୁ ସାଧାରଣ ଲୋକଙ୍କ ନିକଟରେ ଅତ୍ୟାବଶ୍ୟକ ସହାୟତା ପହଞ୍ଚାଇବା ପ୍ରକ୍ରିୟାକୁ ସହଜ କରିବା ପାଇଁ ରାଜ୍ୟ ସରକାର ଏହି ପଦକ୍ଷେପ ନେଇଛନ୍ତି। ୧୦୦, ୧୦୧, ୧୦୨, ୧୦୪, ୧୦୮ ଆଦି ନମ୍ବରକୁ ଏକୀଭୂତ କରି ୧୧୨ କରାଯାଇଛି । ୧୧୨ ସେବା ପାଇଁ ୧୦୯୮ ପଦବୀକୁ ମଞ୍ଜୁର କରିଛନ୍ତି ମୁଖ୍ୟମନ୍ତ୍ରୀ। ଏହି ସେବାରେ ନିୟୋଜିତ ହେବେ ୪ ଡିଏସ୍ପି, ୧୫୧ SI, ୨୦୩ ASI ଓ ୭୪୦ କନଷ୍ଟେବଲ ।