27.1 C
Bhubaneswar
Monday, November 18, 2024
Homeଓଡିଶାଏଣିକି ସତ୍ୟପାଠ କରିବେ ଢିଙ୍କିଆବାସୀ: ହାଇକୋର୍ଟ

ଏଣିକି ସତ୍ୟପାଠ କରିବେ ଢିଙ୍କିଆବାସୀ: ହାଇକୋର୍ଟ

 

କଟକ : ହାଇକୋର୍ଟ କମିଟିଙ୍କ ଢିଙ୍କିଆ ଜନଶୁଣାଣି ବେଳେ ଗଣ୍ଡଗୋଳ ମାମଲା । ସତ୍ୟପାଠ ଜରିଆରେ ଅଭିଯୋଗ ଦାଖଲ ପାଇଁ ହାଇକୋର୍ଟ ଅନୁମତି ଦେଇଛନ୍ତି । ଯେଉଁ ଲୋକ କମିଟି ସାମ୍ନାକୁ ଆସିପାରିନାହାନ୍ତି, ସେମାନେ ସତ୍ୟପାଠରେ ଜଣାଇପାରିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିଛି ଆପତ୍ତି ଅଭିଯୋଗ ଥିଲେ ସତ୍ୟପାଠରେ ଜଣାଇବାକୁ କହିଛନ୍ତି ହାଇକୋର୍ଟ । ଗତ ୫ରେ କମିଟି ପାଖକୁ କିଛି ଲୋକ ଆସି ନ ପାରିବା ଅଭିଯୋଗ ହୋଇଥିଲା । ଜାନୁଆରୀ ୧୪ ଗଣ୍ଡଗୋଳ ଘଟଣାରେ ଏସ୍‌ପିଙ୍କ ଠାରୁ ରିପୋର୍ଟ ତଲବ ହୋଇଥିଲା । କେତେଜଣଙ୍କୁ କେଉଁ ଦଫାରେ ଗିରଫ କରାଯାଇଛି ଜଣାଇବାକୁ ନିର୍ଦ୍ଦେଶ ଦିଆଯାଇଛି । ଗଣ୍ଡଗୋଳ ପରେ କେତେ ବାହାରେ ରହୁଛନ୍ତି, ଆବେଦନକାରୀଙ୍କ ଓକିଲ ଜଣାନ୍ତୁ ବୋଲି କୁହାଯାଇଛି । ଏପ୍ରିଲ ୭ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପୂର୍ବରୁ ଜଗତସିଂହପୁର ଢିଙ୍କିଆରେ ଜନଶୁଣାଣି ବେଳେ ଉତ୍ତେଜନା ଦେଖାଯାଇଥିଲା । ହାଇକୋର୍ଟଙ୍କ ଦ୍ୱାରା ଗଠିତ ୫ ଜଣିଆ ଆଇନଜୀବୀ କମିଟି ଢିଙ୍କିଆରେ ପହଞ୍ଚି ଶୁଣାଣି କରିଥିଲେ । କମିଟି ସହ ଜଗତସିଂହପୁର ଜିଲ୍ଲାପାଳ ଏବଂ ଏସପି ଉପସ୍ଥିତ ରହିଥିଲେ । ଆଧାର କାର୍ଡ ଦେଖି ଲୋକଙ୍କୁ ପୋଲିସ ଶିବିରକୁ ଛଡାଯାଇଥିଲା । ପ୍ରଶାସନ, ପୋଲିସ ଓ କମ୍ପାନୀ ବିରୋଧରେ ଯାହାର ଯାହା ମତାମତ ଅଛି, ସେସବୁ ରଖିଥିଲେ ଢିଙ୍କିଆବାସୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking