ଢେଙ୍କାନାଳ : ହିନ୍ଦୋଳ ଉପଖଣ୍ଡ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର ଦୀର୍ଘଦିନ ଧିର ଖାଲି ପଡିଥିବା ଡାକ୍ତର ଏବଂ କର୍ମଚାରୀ ଅଭାବରୁ ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ହେଉଛନ୍ତି । ଏହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଅସନ୍ତୋଷ ବଢିବାରେ ଲାଗିଛି । ଏହି ସ୍ୱାସ୍ଥ୍ୟ ସେବାରେ ପରିବର୍ତ୍ତନ ଆଣିବା ଏବଂ ଖାଲିପଡିଥିବା ଡାକ୍ତରଙ୍କ ପଦବୀ ପୂରଣ କରିବା ଦାବୀରେ ହିନ୍ଦୋଳ ସମାଜିକ ସଂଗଠନ ତରଫରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀପତ୍ର ପ୍ରଦାନ କରିଛନ୍ତି ।
ଏହି ଉପଖଣ୍ଡ ଚିକିତ୍ସାଳୟରେ ୨୧ ଜଣ ଡାକ୍ତର ପଦବୀ ରହିଥିଲେ ମଧ୍ୟ ଏଠାରେ ଥିବା ଉପଖଣ୍ଡ ଚିକିତ୍ସାଧିକାରୀଙ୍କୁ ମିଶାଇ ମାତ୍ର ୨ ଜଣ ଡାକ୍ତର ରହିଛନ୍ତି । ସ୍ତ୍ରୀ ଓ ପ୍ରସୂତି ବିଭାଗ ଡାକ୍ତର, ଶିଶୂରୋଗ, ଶଲ୍ୟ, ଭେଷଜ, ଚକ୍ଷ୍ୟୂ, ଆନାସ୍ଥେସିଆ, ଅସ୍ଥିଶଲ୍ୟ ଭଳି ଗୁରୁତ୍ୱପୁର୍ଣ୍ଣ ବିଭାଗ ସମେତ ସହକାରୀ ଡାକ୍ତର ପଦବୀରେ ବହୂବର୍ଷ ହେଲା ପୂରଣ ହୋଇନାହିଁ । କର୍ମଚାରୀ ଅଭାବରୁ ରକ୍ତ ଭଣ୍ଡାର, ଅଲଟ୍ରାସାଉଣ୍ଡ ଏବଂ ଏକ୍ସର ମେସିନ ଥାଇ ମଧ୍ୟ କାମରେ ଲାଗୁନି । ଏହି ଚିକିତ୍ସାଳୟ ଉପରେ ୩୫ଟି ପଂଚାୟତର ଲୋକ ନିର୍ଭର କରୁଥିବାରୁ ଏହି ସବୁ ଚିକିତ୍ସା ନିମନ୍ତେ ସେମାନଙ୍କୁ ଢେଙ୍କାନଳ କିମ୍ବା ଅନୁଗୁଳକୁ ଯିବାକୁ ପଡିଥାଏା ହେଲେ ଆବଶ୍ୟକ ଡାକ୍ତର ନଥିବାରୁ ବହୁ ଖର୍ଚ୍ଚାନ୍ତ ହୋଇ ଅନ୍ୟ ଜିଲ୍ଲାକୁ ଯିବାକୁ ପଡିଥାଏ । ଏହି ସମସ୍ୟାର ତୁରନ୍ତ ସମାଧାନ ନହେଲେ ଆସନ୍ତା ୨୪ ତାରିଖରେ ହିନ୍ଦୋଳ ଉପଖଣ୍ଡ ବନ୍ଦ କରାଯିବ ବୋଲି ସଂଘ ପକ୍ଷରୁ ଦାବୀ କରାଯାଇଛି ।