27.1 C
Bhubaneswar
Sunday, March 16, 2025
Homeଓଡିଶାକୋଟଗରା ଗ୍ରାମ ପଞ୍ଚାୟତ କୋଟିଏରେ ଗୋଟିଏ

କୋଟଗରା ଗ୍ରାମ ପଞ୍ଚାୟତ କୋଟିଏରେ ଗୋଟିଏ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ କୋଟଗରା ପଞ୍ଚାୟତରେ ଏବେ ବିଭିନ୍ନ ପ୍ରକାର ସହରୀ ସୁବିଧା ଉପଲବ୍ଧ ହେବା ଜଣାପଡିଛି । ରଙ୍ଗବେରଙ୍ଗର ବିଭିନ୍ନ ପ୍ରକାର ଫୁଲ ଗଛ, ଗ୍ରାମୀଣ ପାର୍କ ଗ୍ରାମର ଶୋଭା ବଢାଉଛି । ଛୋଟ ପିଲାଙ୍କଠାରୁ ଆରମ୍ଭକରି ବୟସ୍କ ଲୋକଙ୍କ ଅବସର ବିନୋଦନ ନିମନ୍ତେ ସ୍ଥାପନ କରାଯାଇଛି ଭଳିକି ଭଳି ଦୋଳି ସହିତ ଗ୍ରାମ ପୋଖରୀରେ ବୋଟିଂର ସୁବିଧା ମଧ୍ୟ ରହିଛି । ଏହା କୌଣସି ବଡ ସହର ନୁହେଁ ବରଂ ଏହା ହେଉଛି ଗୋଟିଏ ପଞ୍ଚାୟତର ବିକାଶର ଦୃଶ୍ୟ । ସ୍ଥାନୀୟ ଜନସାଧାରଣଙ୍କ ଦୃଢ ଇଛାଶକ୍ତି ଓ ସହଯୋଗରେ ଏହା ସମ୍ଭବ । ଏହାକୁ ଆଦର୍ଶ ପଞ୍ଚାୟତର ମାନ୍ୟତା ପାଇଁ ପ୍ରଶାସନ ପକ୍ଷରୁ ରାଜ୍ୟ ସରକାରଙ୍କ ଚିଠି ମାଧ୍ୟମରେ ଜଣାଇଛନ୍ତି ।

ମିଳିଥିବା ସୁଚନା ଅନୁସାରେ, ୧୯୯୨ ମସିହାରେ ରାୟନରସିଂହପୁର ପଞ୍ଚାୟତରୁ ପୃଥକ ହୋଇ ଗଠିତ ହୋଇଥିଲା କୋଟଗରା ପଞ୍ଚାୟତ। କୋଟଗରା, ଯୋଗୀଡିହ, ଗୋଦରିବିଲ, ଦଧିଖାଇ, ପଣ୍ଡୁଆ, ଶାଳିଆ, ମାଣ୍ଡୁକୁରା ଗ୍ରାମ ଗୁଡିକ ଏହି ପଞ୍ଚାୟତରେ ସାମିଲ କରାଯାଇଥିଲା । ପଞ୍ଚାୟତରେ ମୋଟ ଲୋକ ସଂଖ୍ୟା ୫,୬୨୦ ହୋଇଥିବା ବେଳେ ଭୋଟର ତାଲିକାରେ ୪୨୦୩ ଜଣ ତାଲିକା ଭୁକ୍ତ । ମୋଟ ଲୋକ ସଂଖ୍ୟା ମଧ୍ୟରୁ ୩୧ ପ୍ରତିଶତ ଅନୁସୁଚିତ ଜାତି ଓ ଜନଜାତିର । ରାଜ୍ୟରେ ଅନେକ ସରକାରୀ ଅର୍ଥର ହେର୍‌ଫର୍‌, ଦୁର୍ନୀତି ଘଟଣ।। ବିଭିନ୍ନ ସମ୍ବାଦ ପତ୍ରର କେନ୍ଦ୍ର ବିନ୍ଦୁ ପାଲଟିଥିବା ବେଳେ ସ୍ଥାନୀୟ ଲୋକଙ୍କ ଦୃଢ ମନୋବଳ ଓ ଇଚ୍ଛାଶକ୍ତି ଯୋଗୁଁ ପଞ୍ଚାୟତ ପାଲଟିଛି ଅନ୍ୟମାନଙ୍କ ପାଇଁ ଭିନ୍ନ । ଏଠାରେ ସାଧାରଣ ଲୋକଙ୍କ ଅବସର ବିନୋଦନ ପାଇଁ ନିର୍ମାଣ କରାଯାଇଛି ଗ୍ରାମୀଣ ପ୍ରମୋଦ ଉଦ୍ୟାନ । ସେଠାରେ ରଙ୍ଗବେରଙ୍ଗର ଫୁଲ ଗଛ, ଛୋଟ ପିଲା ଓ ବଡ ଲୋକଙ୍କ ପାଇଁ ପୃଥକ ପୃଥକ ଦୋଳିର ବ୍ୟବସ୍ଥା କରାଯାଇଛି । ଏହି ପାର୍କର ରକ୍ଷଣା ବେକ୍ଷଣ ନିମନ୍ତେ ଦୈନିକ ୫ ଟଙ୍କା ପ୍ରବେଶ ଫି କରାଯାଇଛି । ୧ ରୁ ୬ ବର୍ଷ ପର୍ଯ୍ୟନ୍ତ ପିଲାଙ୍କ ନିମନ୍ତେ ଦେୟମୁକ୍ତ କରାଯାଇଛି । ବିଭିନ୍ନ ସଭାସମତି, ବିବାହବ୍ରତ ଭିଳି କାର୍ଯ୍ୟ ନିମନ୍ତେ ନିର୍ମାଣ କରାଯାଇଥିବା କଲ୍ୟାଣ ମଣ୍ଡପ ରାଜସ୍ୱ ବୃଦ୍ଧିରେ ସହାୟ ହେଉଛି ।

ଆନୁଷଙ୍ଗିକ ବିକାଶ କାର୍ଯ୍ୟ ତ୍ୱରାନିତ କରିବା ନିମନ୍ତେ ପଞ୍ଚାୟତ ତରଫରୁ ପ୍ରଚେଷ୍ଟା ଜାରି ରହିଛି । ଏହି ପାର୍କକୁ ଆକର୍ଷଣୀୟ ଓ ସରସ ସୁନ୍ଦର କରିବା ନିମନ୍ତେ ପାଠାଗାର ନିର୍ମାଣ କରାଯିବ । ସକାଳେ ଓ ସନ୍ଧ୍ୟାରେ ସଙ୍ଗୀତର ତାଳେ ତାଳେ ହାଲକା ମୁହୁର୍ତ ବିତାଇବା ଲାଗି ଆବଶ୍ୟକ ବ୍ୟବସ୍ଥା କରାଯିବା ସହିତ ପାନୀୟଜଳ ସମସ୍ୟାକୁ ଦୁର କରାଯିବ । ତେବେ ପ୍ରଶାସନ ତରଫରୁ ଏହି ପଞ୍ଚାୟତକୁ ଆଦର୍ଶ ପଞ୍ଚାୟତ ଘୋଷଣା କରିବା ନିମନ୍ତେ ସାଧାରଣରେ ଦାବୀ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking