33.1 C
Bhubaneswar
Monday, May 6, 2024
Homeଓଡିଶାକାଗଜପତ୍ରରେ ଚାଲିଛି ସ୍ୱଚ୍ଛଭାରତ ମିଶନ୍‌

କାଗଜପତ୍ରରେ ଚାଲିଛି ସ୍ୱଚ୍ଛଭାରତ ମିଶନ୍‌

ଢେଙ୍କାନାଳ : ଗାଁ ପରିବେଶ ସ୍ୱଚ୍ଛ ରହିବା ନେଇ କେନ୍ଦ୍ର ସରକାର ପ୍ରତି ଘରେ ତିଆରି ହେଉଥିଲା ପାଇଖାନା । ଗାଁ ପରିବେଶ ହେବ ସ୍ୱଚ୍ଛ । ଏଭଳି ମହାନ ଉଦେଶ୍ୟ ରଖି କେନ୍ଦ୍ର ଓ ରାଜ୍ୟସରକାରଙ୍କ ମିଳିତ ଉଦ୍ୟମରେ ସ୍ୱଚ୍ଛ ଭାରତ ଅଭିଯାନରେ ଖର୍ଚ୍ଚ ହେଉଛି କୋଟି କୋଟି ଟଙ୍କା । ବିଜ୍ଞାପନ, ସଚେତନତା ମାଧ୍ୟମରେ ଜନସାଧାରଣଙ୍କ ମାନସିକତାକୁ ବଦଳାଇବାକୁ ବିଭିନ୍ନ ସ୍ତରରେ ଚାଲିଛି ଉଦ୍ୟମ । ପାଇଖାନା ନିର୍ମାଣ ଲକ୍ଷ୍ୟ ଧାର୍ଯ୍ୟ ପୁରଣ ହୋଇନଥିବା ବେଳେ ବାହ୍ୟମଳମୁକ୍ତ ଗ୍ରାମ ଘୋଷଣା କରି ବାହାସ୍ପଟ ମାରୁଛି ପ୍ରଶାସନ । ଠିକାଦାରଙ୍କ ହାତରେ ଦାୟିତ୍ୱକୁ ଟେକି ପ୍ରଶାସନ ଚୁପ୍‌ ହୋଇ ବସି ରହିଥିବା ବେଳେ ଅନେକ ପାଇଖାନା ଅଧାପନ୍ତରିଆ ହୋଇ ପଡି ରହିଛି । ଅନ୍ୟପଟେ ବ୍ୟବହାର ହେଉନଥିବା ପାଇଖାନାରେ କିଏ ଜାଳେଣି ରଖୁଛି ତ କିଏ ଅନ୍ୟ କେଉଁ ଉପାୟରେ ବ୍ୟବହାର କରୁଛି । ଏଭଳି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲା ଭୁବନ ବ୍ଲକ୍ ଅନ୍ତର୍ଗତ ଏକ୍‌‌ତାଳି ପଂଚାୟତର ଚନ୍ଦାର ଗ୍ରାମରେ ।

ଏହି ପଂଚାୟତରେ ଚନ୍ଦାର ଗ୍ରାମକୁ ଗତ ୨୦୧୮ ମସିହାରେ ଜିଲ୍ଲା ପ୍ରଶାସନ ବାହ୍ୟ ମଳମୁକ୍ତ ଗାଁ ଘୋଷଣା କରାଯାଇଥିଲା । ଏହି ଗ୍ରାମକୁ ଆଦର୍ଶ ଗ୍ରାମ ଭାବରେ ଗ୍ରାମର ପ୍ରବେଶ ପଥରେ ଫଳକ ମଧ୍ୟ ଲଗାଯାଇଛି । ଘଟଣାକୁ ୨ ବର୍ଷ ବିତିଯାଇଥିଲେ ମଧ୍ୟ ଚନ୍ଦାର ଗ୍ରାମର ସବୁଘରେ ପାଇଖାନା ନିର୍ମାଣ ସ୍ୱପ୍ନ ପାଲଟି ଯାଇଛି । ଫଳରେ ଲୋକମାନେ ପୁର୍ବଭଳି ବାହାରେ ମଳତ୍ୟାଗ କରୁଛନ୍ତି । ତେବେ ପାଇଖାନା ନିର୍ମାଣ ସଂପୁର୍ଣ୍ଣ ନକରାଯାଇ କିଭଳି ଭାବେ ବାହ୍ୟ ମଳମୁକ୍ତ ଗ୍ରାମ ଘୋଷଣା କରାଗଲା ତାହା ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଯାହାକି ଏହି ଯୋଜନାରେ ଲକ୍ଷାଧିକ ଟଙ୍କା ବାଟମାରଣା ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ ଆଣିଛନ୍ତି ।

ମିଳିଥିବା ସୁଚନା ଅନୁସାରେ ଚନ୍ଦାର ଗ୍ରାମରେ ୬୩୫ ଟି ପରିବାର ଓ ଜନସଂଖ୍ୟା ୧୧୦୦ । ମାତ୍ର ଗ୍ରାମରେ ପରିମଳ ବ୍ୟବସ୍ଥାରେ ଗ୍ରାମରେ ୩୧୨ ଟି ପାଇଖାନା ନିର୍ମାଣ କରାଯାଇଛି । ତେବେ ଅଧିକାଂଶ ପାଇଖାନା ଏବେ ଅଧା ହୋଇ ପଡିଛି । ଏ ସଂପର୍କରେ ଉପଜିଲ୍ଲାପାଳଙ୍କୁ ପଚାରିବାରୁ ସେ କୁହନ୍ତି ଯେ ଠିକାସଂସ୍ଥା ବିରୋଧରେ ଅଭିଯୋଗ ଆସିଛି । ସେ ବିଷୟରେ ବିଡିଓଙ୍କ ସହ କଥା ହୋଇ ଠିକାସଂସ୍ଥା ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking