ଢେଙ୍କାନାଳ : ମହାମାରୀ କରୋନା ପ୍ରକୋପରୁ ବର୍ତିବା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ପ୍ରତ୍ୟେକ ସ୍ୱାସ୍ଥ୍ୟ କେନ୍ଦ୍ର ଗୁଡିକରେ ମାଗଣାରେ ଟିକା ପ୍ରଦାନ କରାଯାଉଛି । ଏନେଇ ବିଭିନ୍ନ ସଚେତନତା ମାଧ୍ୟମରେ ଗ୍ରାମାଂଚଳରେ ସଚେତନ କରାଯାଉଛି । ମାତ୍ର ଭୁବନ ଏନଏସି ଅଚଂଳରେ ଜାନୁଆରୀ ମାସରୁ ଏପ୍ରିଲ ମଧ୍ୟଭାଗ ପର୍ଯ୍ୟନ୍ତ ପ୍ରାୟ ୪୩୦୦ ଲୋକ ଟିକା ନେଇଥିବା ବେଳେ ଦୈନିକ ଶତାଧିକ ଲୋକ ଟିକା ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି । ବିନା ଟିକାରେ ରାଜ୍ୟ ସରକାର ଟିକା ଉତ୍ସବ ପାଳନ କରୁଥିବା ସାଧାରଣରେ ଚର୍ଚ୍ଚା ହେଉଛି । ମୁଖ୍ୟ କଥା ହେଲା ଯେଉଁମାନେ ପ୍ରଥମ ଡୋଜ ଟିକା ନେଇଛନ୍ତି ପୁନର୍ବାର ୨୮ ଦିନ ପରେ ଦ୍ୱିତୀୟ ଡୋଜ ଟିକା ନେବାକୁ ଆସି ନିରାଶ ହୋଇ ଫେରୁଛନ୍ତି । ଗୋଷ୍ଟୀ ସ୍ୱାସ୍ଥ୍ୟ କେନ୍ଦ୍ର ଭାରାପ୍ରାପ୍ତ ଚିକିତ୍ସାଧିକାରୀ ଡା, ରମେଶ କୁମାର ସାହୁ କାର୍ଯ୍ୟରେ ଅନିୟମିତତା ସହିତ କିଛି ବୁଝୁନଥିବା ଅଭିଯୋଗ କରିଛନ୍ତି ସାଧାରଣ ଲୋକେ । ଏ ସଂପର୍କରେ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କୁହନ୍ତି ଟିକାର ଅଭାବ ହେତୁ ଟିକା ଯାଇପାରି ନାହିଁ । ଟିକା ଆସିଲେ ପଠାଯିବ ବୋଲି ସେ କହିଛନ୍ତି ।