28.1 C
Bhubaneswar
Tuesday, July 22, 2025
Homeଓଡିଶାରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି ଶୌଚାଳୟ

ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି ଶୌଚାଳୟ

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ମୁନ୍‌ସିପାଲିଟି ତରଫରୁ ଜିଲ୍ଲା ତହସିଲ କାର୍ଯ୍ୟାଳୟ ପରିସରରେ ଲକ୍ଷ୍ୟାଧିକ ଟଙ୍କା ବ୍ୟୟରେ ନିର୍ମିତ ହୋଇଛି ଶୌଚାଳୟ । ରକ୍ଷଣା ବେକ୍ଷଣ ଅଭାବରୁ ଭାଙ୍ଗି ଗଲାଣି ଶୌଚାଳୟ । ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ସଦର ମହକୁମାରେ ଥିବା ତହସିଲ କାର୍ଯ୍ୟାଳୟରେ ସ୍ୱଚ୍ଛ ଭାରତ ମିଶନ ଦ୍ୱାରା ପୌରପାଳିକା ତରଫରୁ ନିର୍ମିତ ହୋଇଛି ଶୌଚାଳୟ । ମାତ୍ର ଦୁଃଖର ବିଷୟ ଶୌଚାଳୟଟିର ମାର୍ବଲ ଭାଙ୍ଗିବା, ପରିଷ୍କାର ନରିହିବା, ବହୁ ସମୟରେ ପାଣି ନଆସିବାରୁ ଦୁର୍ଗନ୍ଧ ହେବା ଆଦି ବିଭିନ୍ନ ଅସୁବିଧାର ସମୁଖିନ ହେଉଛନ୍ତି ଜନସାଧାରଣା ବୃଦ୍ଧ ଲୋକଟିଏ ପରିଶ୍ରା କରିବାକୁ ଠିକ୍ ଭାବେ ଯାଇ ପାରୁନାହିଁ ଶୌଚାଳୟକୁ ।

ମାର୍ବଲ ଭାଙ୍ଗି ଖାଲ ହୋଇଗଲାଣି । ନିମ୍ନମାନର କାମ ହୋଇଥିବା ହେତୁ ଅଳ୍ପଦିନ ମଧ୍ୟରେ ଶୌଚାଳୟଟି ଭାଙ୍ଗି ନଷ୍ଟ ହେବାରେ ବସିଲାଣି । କିଛି ଅସାଧୁ କର୍ମଚାରୀ ଓ ଠିକାଦରଙ୍କ ମଧୁଚନ୍ଦ୍ରିକାରେ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମୁଖିନ ହେଉଛନ୍ତି । ପରିଶ୍ରା ଓ ଶୌଚ ହେବା ପାଇଁ ବହୁଦୁରକୁ ଯିବାକୁ ପଡୁଛି । ଢେଙ୍କାନାଳ ତହସିଲ କାର୍ଯ୍ୟାଳୟକୁ ଦୈନିକ ହଜାର ହଜାର ଲୋକ ଆସିଥାନ୍ତି । ପରିଶ୍ରାଗରଟି ଅବ୍ୟବସ୍ଥା ଭିତରେ ପଡିଛି । ମାତ୍ର ପୌରପାଳିକା ତରଫରୁ ଏଥିପ୍ରତି ନଜର ନଥିବାରୁ ଏପିର ଅନିୟମିତତା ଦେଖାଦେଉଛି। ରକ୍ଷାଣ ବେକ୍ଷଣର ଅଭାବରୁ ଶୌଚାଳୟଟି ଭାଙ୍ଗିବାକୁ ବସିଲାଣି । ଲୋକମାନେ ଏଣେ ତେଣେ ପରିଶ୍ରା କରୁଥିବା ଜଣାପଡୁଛି । ସ୍ୱଚ୍ଛ ଭାରତ ଯୋଜନା ଏଠାରେ ସଂପୁର୍ଣ୍ଣ ଭାବେ ଫେଲ ମାରିଥିବା କୁହଯାଉଛି । ତୁରନ୍ତ ଶୌଚାଳୟଟି ମରାମତି କରିବା ଓ ନିୟମିତ ପରିଷ୍କାର ପରିଛନ୍ନତା ରଖିବା ପାଇଁ ଜନସାଧରଣ ପ୍ରଶାସନ ନିକଟରେ ଦାବୀ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking