25.1 C
Bhubaneswar
Thursday, December 26, 2024
Homeଓଡିଶାଯନ୍ତ୍ରୀଙ୍କ ଅବହେଳାରୁ ଚାଲିଗଲା ଲାଇନ୍ ମ୍ୟାନଙ୍କ ଜୀବନ

ଯନ୍ତ୍ରୀଙ୍କ ଅବହେଳାରୁ ଚାଲିଗଲା ଲାଇନ୍ ମ୍ୟାନଙ୍କ ଜୀବନ

ଢେଙ୍କାନାଳ : ଓଡିଶା ଟାଟା ପାୱାର ବିତରଣ କମ୍ପାନୀ କର୍ତୃପକ୍ଷଙ୍କ ଅବହେଳାରୁ ଚାଲିଗଲା ଜଣେ ଲାଇନ୍ ମ୍ୟାନଙ୍କ ଜୀବନ । ୧୧ କେଭି ବିଦ୍ୟୁତ୍ ଖୁଣ୍ଟରେ ଚଢି କାମ କରୁଥିବାବେଳେ ବିଦ୍ୟୁତ୍ କରେଣ୍ଟ ଲାଗି ଜଣେ ଲାଇନ୍ ମ୍ୟାନଙ୍କ ମୃତ୍ୟୁ ଘଟିଛି । ଯାହାକୁ ନେଇ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ତୀବ୍ର ଉତେଜନା ପ୍ରକାଶ ପାଇଥିବା ଜଣାପଡିଛି ।

ମିଳିଥିବା ସୁଚନା ମୁତାବକ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ରାୟନୃସିଂହପୁର ନିକଟରେ ୧୧ କେଭି ବିଦ୍ୟୁତ ଖୁଂଟରେ ଚଢି କାମ କରୁଥିଲେ । ମାତ୍ର ଖାମଖିଆଲି ଭାବେ ବିଦ୍ୟୁତ୍ କାମ ଚାଲୁଥିବା ବେଳେ ଅସାବଧାନତା ବସତଃ ବିଦ୍ୟୁତ୍ ସଂଯୋଗ କରିଦିଆଯିବାରୁ ବିଦ୍ୟୁତ୍ କରେଂଟ ଖାଇ ଗୁରୁତର ଅବସ୍ଥାରେ ଢେଙ୍କାନାଳ ମୁଖ୍ୟ ଚକିତ୍ସାଳୟକୁ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ଢେଙ୍କାନାଳ ଜିଲ୍ଲା ସଦର ବ୍ଲକ୍ ଅନ୍ତର୍ଗତ ସଦାଶିବ ପୁର ଗ୍ରାମର ସୁବାଷ ସେଠୀ ଜଣାପଡିବା ପରେ ଢେଙ୍କାନାଳ ମୁଖ୍ୟ ଚିକିତ୍ସାଳୟ ପରିସରରେ ତୀବ୍ର ଉତେଜନା ପ୍ରକାଶ ପାଇଛି ।

ଯାହାକୁ ନେଇ ମୃତକଙ୍କ ସଦାଶିବପୁର ଗ୍ରାମର ଲୋକମାନେ ଆସି ହୋ ହାଲା କରିବା ସହିତ ତାଙ୍କ ମୃତ୍ୟୁ ପାଇଁ ଟାଟା ପାୱାର କଂପାନୀକୁ ଦାୟୀ କରିଛନ୍ତି । ତେବେ ମୃତକଙ୍କ ପରିବାରକୁ ଥଇଥାନ କରିବା ଓ ୫୦ ଲକ୍ଷ୍ୟ ଟଙ୍କା କ୍ଷତିପୁରଣ ଦେବାକୁ ଅଡି ବସିଛନ୍ତି । ନଚେତ ଆଗାମୀ ସମୟରେ ଆନ୍ଦୋଳନକୁ ଭୟାବହ କରିବାକୁ ଚେତାବନୀ ହେଇଛନ୍ତି । ତେବେ ସେଠାରେ ଟାଉନଥାନା ପୋଲିସ ପହଂଚି ବୁଝାସୁଝା କରିଥିବାରୁ ଉତେଜନା ଥମିଥିଲା । ପରେ ପୋଲିସ ମୃତ ଦେହ ଜବତ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking