ନୂଆଦିଲ୍ଲୀ: ରୂପେଲି ଦୁନିଆର ସବୁଠୁ ଅଧିକ ଆଉ ଲୋକପ୍ରିୟ ଅନଲାଇନ ଡାଟାବେସ ହେଉଛି IMDb । ଫିଲ୍ମ, ଟିଭି ସିରିଏଲ ସହିତ ସେଲିବ୍ରିଟି ଏବଂ ସିରିଜ ଇତ୍ୟାଦି ଉପରେ ସବୁ ଡାଟା ଏଥିରେ ଉପଲବ୍ଧ ହୋଇଥାଏ । ସିଲିଭର ଇଣ୍ଡଷ୍ଟ୍ରିର କୌଣସି ବି ତଥ୍ୟ ପାଇବା ପାଇଁ ହେଲେ IMDbକୁ ଆପଣ ଫଲୋ କରିପାରିବେ । ତେବେ ଚଳିତ ୨୦୨୨ ବର୍ଷରେ ଅନେକ ସିନେମା ରିଲିଜ ହୋଇଛି । ଯେଉଁଥିରେ ଅନେକ କଳାକାର ନିଜ ଟାଲେଣ୍ଟ ଦେଖାଇଛନ୍ତି । କିନ୍ତୁ ଆପଣ ଜାଣନ୍ତି କି କିଏ ଏଥିରେ ବାଜି ମାରିଛନ୍ତି । ଧନୁଷଙ୍କଠାରୁ ଆରମ୍ଭ କରି ବାବୁସାନଙ୍କ ଫିଲ୍କ ଦମନ ଏହି ଡାଟାବେସରେ ସ୍ଥାନ ପାଇପାରିଛି । ତେବେ ଆସନ୍ତୁ ଜାଣିବା ଓଗଊଭର ଏହି ତାଲିକାରେ କେଉଁ ସେଲିବ୍ରିଟି ଟପରେ ରହିଛନ୍ତି ।
IMDb ଅନୁସାରେ, ତାଲିକାର ଟପରେ ସ୍ଥାନ ପାଇଛନ୍ତି ପାନ୍ ଇଣ୍ଡିଆର ସୁପରଷ୍ଟାର ଧନୁଷ । ଭେଙ୍କଟେଶ ପ୍ରଭୁ ଔରଫ ଧନୁଷ ନିଜ ଦମଦାର ଆକ୍ଟିଙ୍ଗ ଏବଂ ଷ୍ଟାଇଲରେ ଦର୍ଶକଙ୍କ ମନ ଜିଣି ପାରିଛନ୍ତି । କେବଳ ସେତିକି ନୁହେଁ, IMDbରେ ମଧ୍ୟ ନିଜର ଜଲୱା ଦେଖାଇଛନ୍ତି ଧନୁଷ । ‘ଦ ଗ୍ରେ ମ୍ୟାନ’ ଏବଂ ‘ଥିରୁଚିତ୍ରାମ୍ବଲମ୍’ ଭଳି କିଛି ସୁପରହିଟ ଚଳଚ୍ଚିତ୍ର ସେ ଦର୍ଶକଙ୍କୁ ଭେଟି ଦେଇଛନ୍ତି । ଯେଉଁଥିପାଇଁ IMDb ମଧ୍ୟ ଧନୁଷଙ୍କୁ ସେଲିବ୍ରିଟି ଲିଷ୍ଟର ଟପରେ ସ୍ଥାନ ଦେଇଛି ।
ଏହି ତାଲିକାରେ ଦ୍ୱିତୀୟ ସ୍ଥାନରେ ରହିଛନ୍ତି ଗଙ୍ଗୁବାଇ ମାନେ ଆଲିଆ ଭଟ୍ଟ । ଗଙ୍ଗୁବାଇ କାଠିଆୱାଡି, ଆରଆରଆର ଏବଂ ବ୍ରହ୍ମାସ୍ତ୍ର ଇତ୍ୟାଦି ସିନେମାରେ ସେ ଦର୍ଶକଙ୍କ ମନରେ ନିଜ ପାଇଁ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି । ଏହାସହିତ ଆଲିଆ ନିଜ ହଲିଉଡ ଡେବ୍ୟୁକୁ ନେଇ ମଧ୍ୟ ଖୁବ ଚର୍ଚ୍ଚାରେ ରହିଛନ୍ତି । ଜବରଦସ୍ତ ଆକ୍ଟି ତାଙ୍କୁ ଆଜି ଭାରତର ସବୁଠାରୁ ଲୋକପ୍ରିୟ ଅଭିନେତ୍ରୀ ଭାବରେ ପରିଚୟ ପ୍ରଦାନ କରିଛି ।
ଏହି ଲିଷ୍ଟର ତୃତୀୟ ସ୍ଥାନରେ ଏଣ୍ଟ୍ରି କରିଛନ୍ତି ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ପିଏସ–୧ ଚଳଚ୍ଚିତ୍ର ସହିତ ସେ ପୁଣିଥରେ ବଲିଉଡ ଇଣ୍ଡଷ୍ଟ୍ରିକୁ କମବ୍ୟାକ କରିଛନ୍ତି । ବେଶ୍ କିଛି ଦିନର ଗ୍ୟାପ ପରେ ସେ ପୁଣିଥରେ ସିଲିଭର ଦୁନିଆରେ ପାଦ ରକିଛନ୍ତି । ଆଉ ଆସିବା ମାତ୍ରେ ନିଜ ଜଲୱା ଦେଖାଇଛନ୍ତି ବି୍ଶବସୁନ୍ଦରୀ ଐଶ୍ୱର୍ଯ୍ୟା ।
ତେବେ ଏହାପରେ ଚତୁର୍ଥ ସ୍ଥାନରେ ଟ୍ରିପଲ ଆର ଫେମ୍ ରାମ ଚରଣ ଥିବା ବେଳେ ପଞ୍ଚମ ସ୍ଥାନରେ ପହଞ୍ଚିଛନ୍ତି ସମନ୍ଥା ରୁଥ୍ ପ୍ରଭୁ ଏବଂ ଷ୍ଟାଇଲିସ ଷ୍ଟାର ହ୍ରିତିକ ରୋଶନ । ତେବେ କେଜିଏଫ କିଙ୍ଗ ୟଶ୍ ଏହି ଲିଷ୍ଟର ଦଶମ ପୋଜିସନରେ ସ୍ଥାନ ପାଇଛନ୍ତି । ସେହିପରି ପୁଷ୍ପା ଷ୍ଟାର ଅଲ୍ଲୁ ଅର୍ଜ୍ଜୁନ ନବମରେ ଏବଂ କିୟାରା ଆଡଭାନୀଙ୍କୁ ସପ୍ତମ ସ୍ଥାନରେ ରଖିଛି IMDb ।