23.1 C
Bhubaneswar
Friday, November 22, 2024
Homeଓଡିଶାଆଜି ଧାମନଗର ରାୟ: ଇଭିଏମ୍ ଭୋଟ୍‌ଗଣନା ପାଇଁ ୧୪ ଟେବୁଲ

ଆଜି ଧାମନଗର ରାୟ: ଇଭିଏମ୍ ଭୋଟ୍‌ଗଣନା ପାଇଁ ୧୪ ଟେବୁଲ

ଭୁବନେଶ୍ୱର: ପ୍ରତୀକ୍ଷାର ଅନ୍ତ ଘଟିବାକୁ ଯାଉଛି । ପ୍ରସ୍ତୁତି ଶେଷ ହୋଇଛି । ଆଉ ମାତ୍ର କେଇ ଘଣ୍ଟା ବାକି । ଖୋଲିଛି ଇଭିଏମ୍ ପେଡ଼ି । ବହୁଚର୍ଚ୍ଚିତ ଧାମନଗର ଉପନିର୍ବାଚନର ଫଳ ପ୍ରକାଶ ପାଇବ । କାହା ମୁଣ୍ଡରେ ଭୋଟର୍ ଢାଳିଛନ୍ତି ସୂନାକଳସ ଏବଂ କି’ଏ ବସିବ ରାଜେନ୍ଦ୍ରାସନେ ତାହା ଏବେ ରାଜ୍ୟବ୍ୟାପୀ ଚର୍ଚ୍ଚାର ବିଷୟ ।  ଧାମନଗର ବିଧାନସଭା ନିର୍ବାଚନ ମଣ୍ଡଳୀରେ ସମାପ୍ତ ହୋଇଥିବା ଉପନିର୍ବାଚନର ଫଳାଫଳ ଆଜି ପ୍ରକାଶ ପାଇବ । ତେଣୁ ରବିବାର ସକାଳ ୮ରେ ଭୋଟ୍‌ଗଣନା କାର୍ଯ୍ୟ ଭଦ୍ରକସ୍ଥିତ ସଂସ୍କୃତି ଭବନଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(ସିଇଓ) ସୁଶୀଲ କୁମାର ଲୋହାନୀ ।

ଇଭିଏମ୍ ଭୋଟ୍‌ଗଣନା ପାଇଁ ସମୁଦାୟ ୧୪ଟି ଟେବୁଲର ବ୍ୟବସ୍ଥା କରାଯାଇଥିବାବେଳେ ପୋଷ୍ଟାଲ ବାଲାଟ ଗଣତି ପାଇଁ ରିଟର୍ଣ୍ଣିଂ ଅଧିକାରୀଙ୍କ ପାଖରେ ଅନ୍ୟ ଗୋଟିଏ ଟେବୁଲର ବ୍ୟବସ୍ଥା କରାଯାଇଛି । ୨୫୨ ବୁଥ୍‌ରୁ ଫେରିଥିବା ଇଭିଏମ୍ ଭୋଟ୍ ସମୁଦାୟ ୧୮ଟି ରାଉଣ୍ଡ୍‌ରେ ଗଣତି କରାଯିବ । ଶେଷରେ ଭିଭିପ୍ୟାଟ୍ ସ୍ଲିପ୍‌ଗୁଡ଼ିକୁ ଗଣତି କରାଯିବ ।  ଶ୍ରୀ ଲୋହାନୀ କହିଛନ୍ତି ଯେ ନିର୍ବାଚନ ଆୟୋଗଙ୍କ ଦ୍ୱାରା ନିଯୁକ୍ତ ହୋଇଥିବା ପର୍ଯ୍ୟବେକ୍ଷକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଗଣତି କାର୍ଯ୍ୟ ହେବ । ପ୍ରତ୍ୟେକ କାଉଣ୍ଟିଂ ଟେବୁଲ୍ ପାଇଁ ଜଣେ କାଉଣ୍ଟିଂ ସୁପର୍‌ଭାଇଜର ଓ ଜଣେ କାଉଣ୍ଟିଂ ଆସିଷ୍ଟାଣ୍ଟ୍ ନିଯୁକ୍ତ ହୋଇଛନ୍ତି । ଜଣେ କେନ୍ଦ୍ର ସରକାରଙ୍କ କର୍ମଚାରୀଙ୍କୁ ମାଇକ୍ରୋ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତ କରାଯାଇଛି; ଯିଏକି ପର୍ଯ୍ୟବେକ୍ଷକଙ୍କୁ ମତଗଣନା ସମୟରେ ସହାୟତା କରିବେ ।

ଭୋଟ୍ ଗଣନାର ପ୍ରତ୍ୟେକ ରାଉଣ୍ଡ୍‌ର ଫଳାଫଳ ଜନସାଧାରଣଙ୍କୁ ଜଣାଇବା ପାଇଁ ଡାକବାଜି ଯନ୍ତ୍ର ସହ ସ୍ୱତନ୍ତ୍ର ବ୍ୟବସ୍ଥା ପ୍ରଶାସନ ତରଫରୁ କରାଯାଇଛି । ପ୍ରାର୍ଥୀମାନଙ୍କ ଦ୍ୱାରା ମନୋନୀତ ହୋଇଥିବା ଏଜେଣ୍ଟ୍‌ମାନେ ଭୋଟ୍‌ଗଣନାର ପ୍ରକ୍ରିୟା ନିରୀକ୍ଷଣ କରିପାରିବେ । ତ୍ରିସ୍ତରୀୟ କଡ଼ା ସୁରକ୍ଷା ବଳୟ ମଧ୍ୟରେ ଷ୍ଟ୍ରଙ୍ଗ୍‌ରୁମ୍‌ରେ ଇଭିଏମ୍‌ଗୁଡ଼ିକୁ ରଖାଯାଇଛି । ଭୋଟ୍‌ଗଣନା କେନ୍ଦ୍ରରେ ଫଳାଫଳ ଜାଣିବା ପାଇଁ ମାଇକ ଦ୍ୱାରା ପ୍ରଚାର ବ୍ୟବସ୍ଥା ହୋଇଛି । ଏହି ନିର୍ବାଚନ ଫଳାଫଳ ମଧ୍ୟ ୱେବ୍‌ସାଇଟ୍ ମାଧ୍ୟମରେ ଜନସାଧାରଣ ପାଇପାରିବେ । ସେହିପରି ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ଯ୍ୟାଳୟଠାରେ ଗଣମାଧ୍ୟମ ପ୍ରତିନିଧିମାନଙ୍କ ପାଇଁ ନିର୍ବାଚନ ଫଳାଫଳ ଜାଣିବା ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ବୋଲି ଶ୍ରୀ ଲୋହାନୀ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking