35.1 C
Bhubaneswar
Monday, June 17, 2024
Homeଓଡିଶାମନ୍ତ୍ରୀ ଓ ସଚିବଙ୍କୁ ଧର୍ମେନ୍ଦ୍ରଙ୍କ ତାଗିଦ

ମନ୍ତ୍ରୀ ଓ ସଚିବଙ୍କୁ ଧର୍ମେନ୍ଦ୍ରଙ୍କ ତାଗିଦ

ଭୁବନେଶ୍ୱର: ମହିଳା ବିକାଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବୟାନ । ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା କରିବା ସହ ରାଜ୍ୟରେ ନବଜାତ ଶିଶୁ ଓ ମହିଳାଙ୍କ ସ୍ଥିତି ଭଲ ନଥିବା ନେଇ କହିଛନ୍ତି । ରକ୍ତହୀନତା ,ଅପପୃଷ୍ଟି ଭଳି ରୋଗର ଶିକାର ହେଉଛନ୍ତି । ମିଶନ ଶକ୍ତିର ମହିଳା ମାନେ ଆଉ କେତେ ଦିନ ବଡି ପାମ୍ପଡ ଆଚାର ବିକ୍ରି କରିବେ? ସେମାନେ କାହିଁକି ଇ-କମର୍ସ ବ୍ୟବସାୟ ନକରିବେ ବୋଲି ସରକାରଙ୍କୁ ପ୍ରଶ୍ପ କରିଛନ୍ତି। ଏମଓୟୁ ପାଇଁ ରାଜ୍ୟସରକାରଙ୍କୁ ଅନୁରୋଧ କଲେ କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ ।ରାଜ୍ୟରେ ୮୦୦ସ୍କୁଲ ପାଇଁ ୧୬୦୦କୋଟି ଖର୍ଚ୍ଚ କରିବ କେନ୍ଦ୍ର । କାହିଁକି ରାଜ୍ୟ ସରକାର ଏମଓୟୁ କରୁନାହାନ୍ତିଁ ବୋଲି ଧର୍ମେନ୍ଦ୍ର ପ୍ରଶ୍ନ କରିଛନ୍ତି । ଏହା ସହିତ ସେ ଫାଇଭ-ଟି ସ୍କୁଲ ସହ ରାଜ୍ୟରେ ପିଏମ୍‌ଶ୍ରୀ ସ୍କୁଲ ବି ହେଉ ବୋଲି ମନ୍ତ୍ରୀ ଏବଂ ସଚିବଙ୍କୁ ଧର୍ମେନ୍ଦ୍ର ତାଗିଦ କରିଛନ୍ତି । ଓଡିଶାରେ ରାଜସ୍ୱର ଅଭାବ ନାହଁ ।ସରପଂଚ,ଜିଲ୍ଲାପରିଷଦ,ଅଧ୍ୟକ୍ଷଙ୍କ ପାଣ୍ଠିରେ ହାତ ମରାନଯାଇ । ନାଚଗୀତରେ ୩୦୦୦ କୋଟି ଟଙ୍କାଖର୍ଚ୍ଚ କରିନେଲେ ଯାହାକୁ ନେଇ ରାଜ୍ୟ ସରକାରଙ୍କ ଉପରେ ଖପ୍ପା ହୋଇଛନ୍ତି କେନ୍ଦ୍ରମନ୍ତ୍ରୀ । ଏଥିପ୍ରତି ଦୃଷ୍ଟିଦେବାକୁ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking