ନୂଆଦିଲ୍ଲୀ : ଏୟାର ଇଣ୍ଡିଆ ଉପରେ ୧.୧୦ କୋଟି ଟଙ୍କାର ଜରିମାନା ଲଗାଇଲା ଡିଜିସିଏ । ଭାରତର ବିମାନ ନିୟାମକ ବେସାମରିକ ବିମାନ ଚଳାଚଳ ସୁରକ୍ଷା ନିୟମ ଉଲ୍ଲଂଘନ ପାଇଁ ଏୟାର ଇଣ୍ଡିଆକୁ ୧.୧୦ କୋଟି ଟଙ୍କା ଜରିମାନା ଲଗାଇଛି। ଏୟାର ଇଣ୍ଡିଆର ଜଣେ କର୍ମଚାରୀଙ୍କ ସ୍ୱେଚ୍ଛାକୃତ ସୁରକ୍ଷା ରିପୋର୍ଟ ପ୍ରଦାନ ପରେ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି ବୋଲି ବିମାନ ନିୟାମକ ପକ୍ଷରୁ ସୂଚନା ମିଳିଛି। ସୁରକ୍ଷା ବ୍ୟବସ୍ଥାକୁ ନେଇ ଡିଜିସିଏ ରିପୋର୍ଟ ପାଇବା ପରେ ଏହାକୁ ନେଇ ଜେର୍ସୋର୍ରେ ତଦନ୍ତ କରିଥିଲା। ବିମାନ ନିୟାମକ ଏୟାର ଇଣ୍ଡିଆ ଲିମିଟେଡର ଆକାଉଣ୍ଟେବଲ୍ ମ୍ୟାନେଜରଙ୍କୁ ଏକ କାରଣ ଦର୍ଶାଅ ନୋଟିସ୍ ବି ଜାରି କରିଥିବା ମଧ୍ୟ ଜଣାପଡ଼ିଛି।