31.1 C
Bhubaneswar
Sunday, May 19, 2024
Homeଓଡିଶାନୀଳାଦ୍ରି ଅବଢ଼ା ପାଇଁ ଲମ୍ବା ଲାଇନରେ ଛିଡା ହେଲେ ଭକ୍ତ

ନୀଳାଦ୍ରି ଅବଢ଼ା ପାଇଁ ଲମ୍ବା ଲାଇନରେ ଛିଡା ହେଲେ ଭକ୍ତ

ପୁରୀ: ସରିଲା ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା । ଲୀଳାଖେଳା ସାରି ନୀଳକନ୍ଦରକୁ ଫେରିଲେ ମହାବାହୁ । ଶ୍ରୀଜୀଉମାନେ ନୀଳକନ୍ଦରରେ ବିରାଜମାନ କରିଛନ୍ତି । ରତ୍ନସିଂହାସନରେ ଏବେ ଭକ୍ତଙ୍କୁ ଦର୍ଶନ ଦେବେ ଚତୁର୍ଦ୍ଧାମୂରତି । ଏହାସହ ଆଜିଠୁ ନୀଳାଚଳ ଅବଢ଼ା ଭକ୍ତମାନେ ପାଇପାରିବେ । ସକାଳୁ ଭକ୍ତ ନୀଳାଚଳ ଅବଢା ପାଇବା ପାଇଁ ଲମ୍ବା ଲାଇନ କରି ଠିଆ ହୋଇଥିଲେ ।

ଦୈନନ୍ଦିନ ଭଳି ଠାକୁରଙ୍କ ନୀତି ଶ୍ରୀମନ୍ଦିରରେ ଆରମ୍ଭ ହୋଇଥିଲା । ଏପଟେ ଘୋଷଯାତ୍ରା ସରିଥିବାରୁ ରଥ ଫିଟାଇବା କାମ ଆରମ୍ଭ ହୋଇଛି । ଗତକାଲି ପହଣ୍ଡି ଶେଷ ପରେ ବିଳମ୍ବିତ ରାତିରେ ରୁନ୍ଧା କାର୍ଯ୍ୟ ଶେଷ କରାଯାଇଥିଲା । ଭୋରରୁ କୋଠସୁଆସିଆଁ ଚାରମାଳ ଖୋଲିଥିଲେ । ସକାଳେ ମହାପ୍ରଭୁଙ୍କ ମଙ୍ଗଳ ଆଳତୀ, ଅବକାଶ ଓ ଅନ୍ୟାନ୍ୟ ନୀତି ପରେ ଗୋପାଳବଲ୍ଳଭ ଭୋଗ ବଢି ବାହାରିଛି ନୀଳାଚଳ ଅବଢା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking