32.1 C
Bhubaneswar
Saturday, June 22, 2024
Homeବଲିଉଡଭଗବାନଙ୍କ ଭକ୍ତିରେ ଡୁବିଲେ ଶେହନାଜ, ନିଜ ର‍୍ୟୁମର୍ଡ ବଏଫ୍ରେଣ୍ଡ ରାଘବଙ୍କ ସହ ଗଲେ ବଦ୍ରୀନାଥ

ଭଗବାନଙ୍କ ଭକ୍ତିରେ ଡୁବିଲେ ଶେହନାଜ, ନିଜ ର‍୍ୟୁମର୍ଡ ବଏଫ୍ରେଣ୍ଡ ରାଘବଙ୍କ ସହ ଗଲେ ବଦ୍ରୀନାଥ

ମୁମ୍ବାଇ : ‘ବିଗ୍ ବସ୍ ୧୩’ ଫେମ ଶେହନାଜ୍ ଗିଲ । ନିଜ ଚୁଲବୁଲି ଅନ୍ଦାଜରେ ଫ୍ୟାନ୍ସଙ୍କ ହୃଦୟରେ ରାଜ କରୁଥିବା ଶେହନାଜଙ୍କୁ ଆଜି କୌଣସି ପରିଚୟର ଆବଶ୍ୟକତା ନାହିଁ । ଛୋଟ ପରଦାରେ ନିଜ ଜଲବା ଦେଖାଇବା ପରେ ଏବେ ସେ ବଲିଉଡରେ ଏଣ୍ଟ୍ରି କରିଛନ୍ତି । ନିଜ ୱାର୍କ ଲାଇଫ ସହିତ ଶେହନାଜ ସୋସିଆଲ ମିଡିଆରେ ମଧ୍ୟ ବହୁତ ଆକ୍ଟିଭ । ଶେହନାଜ ଗିଲ ସେହି ଷ୍ଟାର ମାନଙ୍କ ମଧ୍ୟରୁ ଜଣେ ଯେ ସବୁବେଳେ ସୋସିଆଲ ମିଡିଆ ମାଧ୍ୟମରେ ନିଜ ଫ୍ୟାନ୍ସଙ୍କ ସହିତ ଯୋଡି ହୋଇ ରହିଥାନ୍ତି । ସବୁବେଳେ କାମରେ ବ୍ୟସ୍ତ ଥିବା ଶେହନାଜ ଏବେ ନିଜ କାମରୁ ବ୍ରେକ ନେଇଛନ୍ତି । ଏବେ ସେ ବୁଲିବାକୁ ଯାଇଛନ୍ତି । ନିକଟରେ ସେ ନିଜ ବଦ୍ରିନାଥ ଟ୍ରିପର କିଛି ଫଟୋ ନିଜ ଫ୍ୟାନ୍ସଙ୍କ ସହ ସେୟାର କରିଛନ୍ତି । ଏହାପୂର୍ବରୁ ଶେହନାଜ ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ପାହାଡି ଲାଇଫକୁ ଏଞ୍ଜୟ କରୁଥିବାର ନଜର ଆସିଛନ୍ତି । ଏହି ଫଟୋ ଗୁଡିକ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ବର୍ତ୍ତମାନ ପର୍ଯ୍ୟନ୍ତ ସମସ୍ତେ ଭାବୁଥିଲେ ଶେହନାଜ ଏକା ବଦ୍ରୀନାଥ ଧାମ ଦର୍ଶନ କରିବାକୁ ଯାଇଛନ୍ତି । କିନ୍ତୁ ଏବେ ଏକ ଭାଇରାଲ ଭିଡିଓରେ ଶେହନାଜ ନିଜ ର‍୍ୟୁମର୍ଡ ବଏଫ୍ରେଣ୍ଡ ରାଘବ ଜୁୟାଲଙ୍କ ସହ ବଦ୍ରୀନାଥରେ ନଜର ଆସିଛନ୍ତି । ଯେଉଁଥିରେ ଶେହନାଜ ନିଜ ମୁହଁ ଲୁଚାଇ ରଖିଛନ୍ତି । ଶେହନାଜ ଗିଲ ଏବଂ ରାଘବ ଜୁୟାଲ ‘କିସି କା ଭାଇ କିସି କି ଜାନ’ ଫିଲ୍ମରେ ଏକାଠି କାମ କରିଛନ୍ତି । ଏହି ଫିଲ୍ମ ସମୟରୁ ହି ଉଭୟଙ୍କ ଡେଟିଂର ଖବର ସାମ୍ନାକୁ ଆସିଛି । ଉଭୟ ପ୍ରାୟତଃ ଏକାଠି ନଜର ଆସିଥାନ୍ତି । ଯଦିଓ ଦୁହେଁ ପରସ୍ପରକୁ କେବଳ ଭଲ ବନ୍ଧୁ ବୋଲି କୁହନ୍ତି । ରାଘବଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।ଯେଉଁଥିରେ ରାଘବ ମନ୍ଦିର ପରିଦର୍ଶନ କରୁଥିବାର ଦେଖିବାକୁ ମିଳିଛି । ଏହି ଭିଡିଓରେ ଜଣେ ମହିଳା ତାଙ୍କ ସହିତ ଛିଡ଼ା ହୋଇଛନ୍ତି ଯିଏକି ନିଜ ମୁହଁକୁ ଲୁଚାଇଥିବାର ଦେଖାଯାଇଛି । ଯଦି ଆପଣ ବଦ୍ରୀନାଥରୁ ଶେହନାଜଙ୍କ ଫଟୋ ଦେଖିବେ, ତେବେ ସେ ମଧ୍ୟ ସେହି ମହିଳାଙ୍କ ପରି ସମାନ ଜ୍ୟାକେଟ୍ ପିନ୍ଧିଛନ୍ତି । ତେବେ ଉଭୟଙ୍କ ମଧ୍ୟରେ ଥିବା ଯେଉଁ ରିଲେସନ ବିଷୟରେ ଏବେ ଶୁଣିବାକୁ ମିଳୁଛି, ଏହା ସତ କି ଗୁଜବ ତାହା ଆଗାମୀ ଦିନରେ ହି ଜଣାପଡିବ । ୱାର୍କ ଫ୍ରଣ୍ଟ ବିଷୟରେ କହିବାକୁ ଗଲେ ଶେହନାଜ ଗିଲ ସଲମାନ ଖାନଙ୍କ ଫିଲ୍ମ ‘କିସି କା ଭାଇ କିସି କି ଜାନ’ ସହିତ ବଲିଉଡରେ ଏଣ୍ଟ୍ରି କରିଥିଲେ । ଏହା ପରେ ଅଭିନେତ୍ରୀ ଭୁମି ପେଡନେକରଙ୍କ ସହ ଫିଲ୍ମ ‘ଥାଙ୍କ ୟୁ ଫର କମିଂ’ ରେ ମଧ୍ୟ ନଜର ଆସିଛନ୍ତି । କିନ୍ତୁ ଦର୍ଶକ ଏହି ଫିଲ୍ମକୁ ଅଧିକ ପସନ୍ଦ କରିନାହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking