ଚଣ୍ଡିଗଡ: ଦୀର୍ଘ ଏକମାସର ପାରୋଲ ମିଆଦ ପୂରିଯିବାପରେ ଡେରା ସଚ୍ଚା ସୌଦା ସଂଗଠନର ମୁଖ୍ୟ ଗୁରମିତ ରାମ ରହିମ ରବିବାର ପୁଣି ରୋହତକ୍ର ସୁନାରିଆ ଜେଲ୍କୁ ଫେରିଛନ୍ତି । ପାରୋଲରେ ଯାଇଥିବାବେଳେ ରହିମ୍ ଉତ୍ତର ପ୍ରଦେଶର ବାଗପତ୍ଠାରେ ଥିବା ଡେରା ସଚ୍ଚା ସୌଦା ଆଶ୍ରମ ପରିଦର୍ଶନ କରିଥିଲେ । ଚଳିତବର୍ଷ ଦ୍ୱିତୀୟ ଥର ପାଇଁ ରହିମଙ୍କୁ ପାରୋଲରେ ଯିବାକୁ ଅନୁମତି ମିଳିଛି ।
ସୂଚନାଯୋଗ୍ୟ ଆଶ୍ରମର ଦୁଇଜଣ ଶିଷ୍ୟାଙ୍କୁ ବଳାତ୍କାର କରିଥିବା ଅଭିଯୋଗରେ ଦୋଷୀସାବ୍ୟସ୍ତ ହୋଇଥିବା ରହିମ ବର୍ତ୍ତମାନ ୨୦ ବର୍ଷିୟା ଜେଲଦଣ୍ଡ ଭୋଗୁଛନ୍ତି । ପୁନଶ୍ଚ ଡେରା ସଂଗଠନର ପୂର୍ବତନ ମ୍ୟାନେଜର ରଞ୍ଜିତ ସିଂହଙ୍କୁ ଏବଂ ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଥିବା ଅଭିଯୋଗରେ ରହିମ ଓ ଅନ୍ୟ ୭ ଜଣ ସହଯୋଗୀ ଦୋଷୀସାବ୍ୟସ୍ତ ହୋଇସାରିଛନ୍ତି ।