35.1 C
Bhubaneswar
Saturday, April 25, 2026
Homeଓଡିଶାବିଦାହେଲେ ଦେବଗଡ଼ ପୌରାଧ୍ୟକ୍ଷା

ବିଦାହେଲେ ଦେବଗଡ଼ ପୌରାଧ୍ୟକ୍ଷା

ଦେବଗଡ଼:ଦେବଗଡ଼ ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈ ବିଦା ହୋଇଛନ୍ତି । ତାଙ୍କ ବିରୋଧରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଜିଲ୍ଲାପାଳଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କ ବିରୋଧୟରେ ଅନିୟମିତତା ଅଭିଯୋଗ ରହିଥିଲା ।

ଅଭିଯୋଗ ଆଧାରରେ ରାଜ୍ୟ ସରକାର ଗତ ନଭେମ୍ବର ୧୧ ତାରିଖରେ ତାଙ୍କ ବିରୁଦ୍ଧରେ କାହିଁକି କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାନଯିବ ସେନେଇ ନୋଟିସ ଜାରୀ କରିଥିଲେ। ସେହିପରି ପୌର ପରିଷଦ ଅଧ୍ୟକ୍ଷା ଜାଣିଶୁଣି ନୀତି ନିୟମ ଏବଂ ଆଇନ ଉଲ୍ଲଙ୍ଘନ କରିବା ସହ ଗାଇଡଲାଇନକୁ ଅମାନ୍ୟ କରିଥିବା ରାଜ୍ୟ ସରକାର ଜିଲାପାଳଙ୍କ ତଦନ୍ତ ରିପୋର୍ଟରୁ ଅନୁଭବ କରିଥିଲେ। ଫଳରେ ତାଙ୍କ ବିରୁଦ୍ଧରେ ଏଭଳି କଠୋର କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିବା ସହ ତାଙ୍କୁ ଅପସାରଣ କରାଯାଇଥିବା ଜଣାପଡ଼ିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking