35.1 C
Bhubaneswar
Monday, May 5, 2025
Homeଓଡିଶାଆଉ ୫ମୁଣ୍ଡ ନେଲା କରୋନା :ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

ଆଉ ୫ମୁଣ୍ଡ ନେଲା କରୋନା :ରାଜ୍ୟରେ ମୃତ୍ୟୁ ସଂଖ୍ୟା ୯୧କୁ ବୃଦ୍ଧି

ଭୁବନେଶ୍ୱର : ରାଜ୍ୟରେ ଆଜି ଆଉ ୫ ଜୀବନ ନେଇଛି କରୋନା । କରେନା ସଂକ୍ରମିତ ହୋଇ ଚିକିତ୍ସିତ ହେବା ଅବସ୍ଥାରେ ଆଉ ୫ କରୋନା ସଂକ୍ରମିତ ପ୍ରାଣ ହରାଇଛନ୍ତି । ଆଜିର ମୃତ୍ୟୁ ସଂଖ୍ୟାକୁ ମିଶାଇ ରାଜ୍ୟରେ ମୋଟ କରୋନାଜନିତ ମୃତ୍ୟୁ ୯୧କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତରଫରୁ ସୂଚନା ମିଳିଛି ।
ଆଜି ପ୍ରାଣ ହରାଇଥିବା ସଂକ୍ରମିତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୩ଜଣ ପ୍ରାଣ ହରାଇଛନ୍ତି । ସେଥିମଧ୍ୟରୁ ୨ଜଣ ପୁରୁଷ ଥିବା ବେଳେ ଜଣେ ମହିଳା ଅଛନ୍ତି । ପୁରୁଷ ଦ୍ୱୟଙ୍କର ବୟସ ଯଥାକ୍ରମେ ୪୪ ଓ ୩୯ବୋଲି ଜଣାପଡ଼ିଛି । ମୃତ ମହିଳାଙ୍କ ବୟସ ୭୦ ବୋଲି ଜଣାପଡ଼ିଛି । ଆଜି ମୃତ୍ୟୁ ପରେ ଜିଲ୍ଲାରେ ମୋଟ ୫୪ଜଣ କେରୋନାରେ ପ୍ରାଣ ହରାଇସାରିଲେଣି ।
ସେହିପରି ଜଗତସିଂହପୁର ଜିଲ୍ଲାରୁ ଜଣେ ୬୭ବର୍ଷୀୟ ପୁରୁଷ ପୂର୍ବରୁ ମଧୁମେହରେ ପିଡ଼ୀତ ଥିଲେ । ଆଜିର ମୃତ୍ୟୁ ପରେ ଜଗତସିଂହପୁରରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଛି ।
ସୁନ୍ଦରଗଡ଼ରୁ ଜଣେ ୬୫ ବର୍ଷୀୟା ମହିଳା ପୂର୍ବରୁ ମଧୁମେହ ଓ ବ୍ରୋଞ୍ଚିଆଟିସ୍‌ରେ ପିଡ଼ୀତ ଥିଲେ ।ଆଜି ର ମୃତ୍ୟୁ ପରେ ଜିଲ୍ଲାରେ ମୋଟ ୨ଜଣ କରୋନାରେ ପ୍ରାଣ ହରାଇଲେଣି ।
ଆଜି ରାଜ୍ୟରେ ପୁଣି ଆଉ ନୂଆ ୭୩୬ଟି କରୋନା ପଜିଟିଭ କେସ୍ ଚିହ୍ନଟ ହୋଇଛି । ଆଜିର ଚିହ୍ନଟ ହୋଇଥିବା ୭୩୬ଟି କେସ୍ ୨୫ଟି ଜିଲ୍ଲାରୁ ଆସିଛି । ସେଥିମଧ୍ୟରୁ ୪୮୧ ଜଣ କ୍ୱାରେଣ୍ଟାଇନ କେନ୍ଦ୍ରରୁ ଓ ଅନ୍ୟ ୨୫୫ଜଣ ସ୍ଥାନୀୟ ମାମଲା ବୋଲି ଜଣାପଡ଼ିଛି । ଏବେ ରାଜ୍ୟରେ ମୋଟ ୧୭୪୩୭ଟି ପଜିଟିଭ କେସ୍ ଚିହ୍ନଟ ହୋଇଥିବା ବେଳେ ୫୩୮୧ ଜଣ ଆକ୍ଟିଭ କେସ୍ ଭାବେ ଚିକିତ୍ସିତ ହେଉଛନ୍ତି । ୯୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ୧୧୯୩୭ ଜଣ ବିଭିନ୍ନ କୋଭିଡ଼ ଡ଼ାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ତରଫରୁ ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking