ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ସହରବାସୀଙ୍କ ସୁରକ୍ଷା ନିମନ୍ତେ ସ୍ଥାନୀୟ ପ୍ରଶାସନ ବିଭିନ୍ନ ପଦକ୍ଷେପ ନେଉଛି । କିନ୍ତୁ ସହରର ବିଭିନ୍ନ ଜନଗହଳିପୂର୍ଣ୍ଣ ସ୍ଥାନରେ ଅପରାଧିକ କାର୍ଯ୍ୟକଳାପ ବୃଦ୍ଧି ପାଉଥିଲେ ମଧ୍ୟ ସେମାନଙ୍କ ଗତିବିଧି ଉପରେ ନଜର ରଖିବାକୁ ସହରର ଅଧିକାଂଶ ସ୍ଥାନରେ ସିିସିଟିଭି ସଂଯୋଗ ହୋଇନାହିଁ । ହିଞ୍ଜିଳିକାଟୁ ସହରରେ ଦିନକୁ ଦିନ ଜନସଂଖ୍ୟା ବଢ଼ିଚାଲିଛି । ସେହି ଦୃଷ୍ଟିରୁ ଲୋକଙ୍କ ଅନୁପାତରେ ଗାଡ଼ି ମୋଟର ଓ ଦୋକାନ ବଜାର ସଂଖ୍ୟା ମଧ୍ୟ ବୃଦ୍ଧି ପାଇଛି । ସମ୍ପୂର୍ଣ୍ଣ ସହରରେ ସୁରକ୍ଷାକୁ ଦେଖିଲେ ହାତ ଗଣତି କେତୋଟି ସ୍ଥାନରେ ସୁରକ୍ଷା ଦେବା ପାଇଁ ସିସିଟିଭି ଲଗା ହୋଇଥିବା ଦେଖିବାକୁ ମିଳିଛି । ବିଜୁ ପଟ୍ଟନାୟକ ଛକରେ ସିସିଟିଭି ସଂଯୋଗ ହୋଇଥିବା ବେଳେ ସହରର ପ୍ରାୟ ଜନଗହଳିପୂର୍ଣ୍ଣ ମୁଖ୍ୟ ରାସ୍ତା ଅର୍ଥାତ ଆରଏମସି ଠାରୁ ଘୋଡାହାଡ଼ ଡ୍ୟାମ ଯାଏଁ ସମ୍ପୂର୍ଣ୍ଣ ସହରକୁ ସିସିଟିଭି ସଂଯୋଗ ହୋଇନାହିଁ । ଅପରାଧୀମାନଙ୍କୁ ଠାବ କରିବାକୁୁୁ ହେଲେ ପୋଲିସକୁ ଅନ୍ୟ ବ୍ୟବସାୟୀ କିମ୍ବା ବିଭିନ୍ନ ଘର ଗୁଡିକରେ ଲାଗିଥିବା ସିସିଟିଭି କ୍ୟାମେରା ଉପରେ ନିର୍ଭର ହେବାକୁ ପଡୁଛି । ବସ୍ଷ୍ଟାଣ୍ଡକୁ ପ୍ରତିଦିନ ଶହ ଶହ ଯାତ୍ରୀ ଦୂର ଦୁରାନ୍ତରୁ ଆସୁଥିଲେ ବି ସେମାନଙ୍କ ସୁରକ୍ଷା ପାଇଁ ବସ୍ଷ୍ଟାଣ୍ଡ ପରିସରରେ ସିସିଟିଭି କ୍ୟାମେରା ବ୍ୟବସ୍ଥା କରିବାକୁ ଦାବି ହେଉଛି । ଲୋକଙ୍କ ସୁରକ୍ଷାକୁ ଦୃଷ୍ଟିରେ ସହରରେ ସିସିଟିଭି କ୍ୟାମେରା ଲଗାଇବା ପାଇଁ ସାଧାରଣରେ ଦାବି ହୋଇଛି ।