29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶପ୍ରତିଶ୍ରୁତି ପୂରଣ କରିଛି: ପ୍ରଧାନମନ୍ତ୍ରୀ; ମହିଳା ସଂରକ୍ଷଣ ବିଲ୍ ଗୃହୀତ ପରେ ମହିଳାଙ୍କୁ ଅଭିନନ୍ଦନ

ପ୍ରତିଶ୍ରୁତି ପୂରଣ କରିଛି: ପ୍ରଧାନମନ୍ତ୍ରୀ; ମହିଳା ସଂରକ୍ଷଣ ବିଲ୍ ଗୃହୀତ ପରେ ମହିଳାଙ୍କୁ ଅଭିନନ୍ଦନ

ନୂଆଦିଲ୍ଲୀ: ସଂସଦରେ ମହିଳା ସଂରକ୍ଷଣ ବିଲ୍ ଗୃହୀତ ହେବା ପରେ ନିଜ ପ୍ରତିଶ୍ରୁତି ପାଳନ କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର କହିଛନ୍ତି । ନୂଆଦିଲ୍ଲୀସ୍ଥିତ ବିଜେପି ମୁଖ୍ୟାଳୟରେ ମହିଳାମାନଙ୍କୁ ଉଦ୍‌ବୋଧନ ଦେଇ ପ୍ରଧାନମନ୍ତ୍ରୀ ମୋଦୀ ଏହା କହିଛନ୍ତି । ଭାରତୀୟ ମହିଳାମାନଙ୍କୁ ଅଭିନନ୍ଦନ ଜଣାଇ ସେ କହିଛନ୍ତି, ଦଶନ୍ଧି ଦଶନ୍ଧି ଧରି ଦେଶ ଅପେକ୍ଷା କରିଥିବା ପ୍ରତିଶ୍ରୁତିକୁ ସେ ପୂରଣ କରିଛନ୍ତି । ପ୍ରଧାନମନ୍ତ୍ରୀ କହିଛନ୍ତି, ଆଜି ମୁଁ ଭାରତର ପ୍ରତ୍ୟେକ ମାଆ, ଭଉଣୀ ଓ ଝିଅମାନଙ୍କୁ ଅଭିନନ୍ଦନ ଜଣାଉଛି । ସେପ୍ଟେମ୍ବର ୨୦ ଓ ୨୧ ତାରିଖ ଦିନ ଇତିହାସ ସୃଷ୍ଟି କରାଯାଇଥିବା ଆମେ ଦେଖିଲେ ।

ଭାରତର ନାଗରିକମାନେ ଇତିହାସ ସୃଷ୍ଟି ପାଇଁ ସୁଯୋଗ ଦେଇଥିବାରୁ ଆମେ ଭାଗ୍ୟବାନ । ଆଗାମୀ ପିଢ଼ି ଏହି ନିଷ୍ପତ୍ତିକୁ ନେଇ ଆଲୋଚନା କରିବେ । ସଂସଦରେ ‘ନାରୀ ଶକ୍ତି ବନ୍ଦନ ଅଧିନିୟମ’ ବିପୁଳ ସଂଖ୍ୟାରେ ଗୃହୀତ ହୋଇଛି । ବିଲ୍ ସପକ୍ଷରେ ଭୋଟ୍ ଦେଇଥିବା ରାଜନୈତିକ ଦଳ ଓ ସାଂସଦମାନଙ୍କୁ ପ୍ରଧାନମନ୍ତ୍ରୀ କୃତଜ୍ଞତା ଜଣାଇଛନ୍ତି । ସେ କହିଛନ୍ତି, ମହତ୍ ଉଦ୍ଦେଶ୍ୟ ଓ ନିଷ୍ଠାପର ଉଦ୍ୟମ ବଳରେ ସମସ୍ତ ବାଧାକୁ ଅତିକ୍ରମ କରି ଲକ୍ଷ୍ୟ ହାସଲ କରିହେବ । ନୂଆ ସଂସଦରେ ଏହି ଅଧିନିୟମକୁ ପ୍ରାୟ ସମସ୍ତେ ସମର୍ଥନ କରିବା ମଧ୍ୟ ଏକ ରେକର୍ଡ । ଏଥିପାଇଁ ମୁଁ ସମସ୍ତ ରାଜନୈତିକ ଦଳ ଓ ସାଂସଦମାନଙ୍କ ପ୍ରତି କୃତଜ୍ଞ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking