28.1 C
Bhubaneswar
Sunday, October 6, 2024
Homeଅପରାଧମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ; ଏନସିଆରବି ରିପୋର୍ଟ

ମହିଳାଙ୍କ ପାଇଁ ଅସୁରକ୍ଷିତ ଦିଲ୍ଲୀ; ଏନସିଆରବି ରିପୋର୍ଟ

ନୂଆଦିଲ୍ଲୀ: ଜାତୀୟ ରାଜଧାନୀ ଦିଲ୍ଲୀ ମହିଳାମାନଙ୍କ ପାଇଁ ସବୁଠୁ ଅସୁରକ୍ଷିତ ସ୍ଥାନ । ୨୦୨୨ ମସିହାରେ ଏଠାରେ ପ୍ରତିଦିନ ୩ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ପକ୍ଷରୁ ୨୦୨୨ ବର୍ଷରେ ଘଟିଥିବା ଅପରାଧିକ ରିପୋର୍ଟ ଜାରି କରାଯାଇଛି । ଯେଉଁଥିରେ ଏଭଳି ସାଂଘାତିକ ତଥ୍ୟ ପ୍ରକାଶ ପାଇଛି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଦିଲ୍ଲୀର ଆଇନ ଶୃଙ୍ଖଳା ବ୍ୟବସ୍ଥା ଓ ସେଠାରେ ମହିଳାଙ୍କ ସୁରକ୍ଷାକୁ ନେଇ ବଡ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ଜାତୀୟ ଅପରାଧ ରେକର୍ଡ ବ୍ୟୁରୋ (ଏନସିଆରବି) ୨୦୨୨ ମସିହାର ନିଜର ବାର୍ଷିକ ରିପୋର୍ଟ ଜାରି କରିଛି । ଯେଉଁଥିରେ ପୂର୍ବ ବର୍ଷ ଅପେକ୍ଷା ମହିଳାଙ୍କ ବିରୋଧରେ ଅପରାଧ ୪ ପ୍ରତିଶତ ବୃଦ୍ଧି ପାଇଥିବା ଦେଖାଯାଇଛି ।

ତେବେ ୨୦୨୨ରେ ୪ ଲକ୍ଷ ୪୫ ହଜାର ୨୫୬ ଅପରାଧିକ ମାମଲା ଦାୟର ହୋଇଛି । ୩ ଡିସେମ୍ବରରେ ଏନସିବି ପକ୍ଷରୁ ରିପୋର୍ଟ ଜାରି କରାଯାଇଛି । ରିପୋର୍ଟରେ ଦର୍ଶାଯାଇଛି ଯେ ପୂର୍ବ ବର୍ଷ ଅପେକ୍ଷା ୨୦୨୨ରେ ଶିଶୁ, ଅନୁସୂଚିତ ଜାତି(ଏସସି), ଅନୁସୂଚିତ ଜନଜାତି( ଏସଟି) ଓ ସାଇବର ଅପରାଧ ବିରୋଧରେ ମାମଲା ବୃଦ୍ଧି ହୋଇଛି । ସାରା ଦେଶରେ ପ୍ରମୁଖ ସହର ଓ ରାଜ୍ୟରେ ହୋଇଥିବା ଅପରାଧିକ ମାମଲାକୁ ନେଇ ଏହି ତଥ୍ୟ ଜାରି କରାଯାଇଛି । ଏନସିଆରବି ରିପୋର୍ଟ ଅନୁଯାୟୀ, ମହିଳାମାନଙ୍କ ପାଇଁ ଭାରତର ସବୁଠୁ ଅସୁରକ୍ଷିତ ସ୍ଥାନ ହେଉଛି ଦିଲ୍ଲୀ । ଏଠାରେ ୨୦୨୨ରେ ୧ ହଜାର ୨୦୪ଟି ଦୁଷ୍କର୍ମ ମାମଲା ଦାୟର ହୋଇଛି ।

ତେବେ ଏହି ମାମଲା ସାରା ଦେଶରେ ମହିଳା ବିରୁଦ୍ଧରେ ହୋଇଥିବା ଅପରାଧ ମାମଲାର ୩୧.୨୦ ପ୍ରତିଶତ ଅଟେ । ଏହି ରିପୋର୍ଟ ଅନୁସାରେ, ୨୦୨୨ରେ ପ୍ରତିଦିନ ୩ଟି ଦୁଷ୍କର୍ମ ଅଭିଯୋଗ ଆସିଛି । ସେହିଭଳି ୨୦ ଲକ୍ଷରୁ ଉର୍ଦ୍ଧ୍ୱ ଲୋକ ରହୁଥିବା ୧୯ଟି ମହାନଗରୀରେ ୨୦୨୨ ମସିହାରେ ୪୮ହଜାର ୭୫୫ଟି ମହିଳାଙ୍କ ବିରୋଧରେ ହୋଇଥିବା ଅପରାଧ ମାମଲା ଦାୟର ହୋଇଛି । ଯେଉଁଥିରେ ଦିଲ୍ଲୀରେ ସଂଖ୍ୟା ସବୁଠୁ ଅଧିକ ରହିଛି । ଦିଲ୍ଲୀରେ ୧୪ ହଜାର ୧୫୮ ଅଭିଯୋଗ ସାମ୍ନାକୁ ଆସିଛି । ତେବେ ଦାୟର ହୋଇଥବା ସର୍ବମୋଟ ମାମଲା ମଧ୍ୟରେ ୩୧.୪ ପ୍ରତିଶତ ସ୍ୱାମୀ କିମ୍ବା ସମ୍ପର୍କୀୟଙ୍କ ଦ୍ୱାରା ଦିଆଯାଇଥିବା ଅତ୍ୟାଚାର ବିରୋଧରେ ଏଫଆଇଆର ଅଟେ । ଯାହା ଘରୋଇ ହିଂସା ଶ୍ରେଣୀରେ ଆସୁଛି । ଏହାପରେ ୧୯.୨ ପ୍ରତିଶତ ମହିଳାଙ୍କୁ ଅପହରଣ କରାଯାଇଥିବା ମାମଲା ଦାୟର ହୋଇଛି । ତେବେ ଏଭଳି ରିପୋର୍ଟକୁ ଦେଖିଲେ ସର୍ବସାଧାରଣ ସ୍ଥାନରେ ମହିଳାମାନେ କେତେ ସୁରକ୍ଷିତ ତାହା ଦର୍ଶାଉଛି ! ରିପୋର୍ଟ କରାଯାଇଥିବା ଅପରାଧିକ ମାମଲା ମଧ୍ୟରେ କେବଳ ଦୁଷ୍କର୍ମ ମାମଲା ରହିଛି ୭. ୧ ପ୍ରତିଶତ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking