19.1 C
Bhubaneswar
Monday, December 23, 2024
Homeଅପରାଧବୃଦ୍ଧଙ୍କୁ ରଡ୍‌ରେ ପିଟି ପିଟି ମାରିଦେଲା ନାବାଳକ, କାରଣ କ’ଣ ଜାଣନ୍ତୁ....

ବୃଦ୍ଧଙ୍କୁ ରଡ୍‌ରେ ପିଟି ପିଟି ମାରିଦେଲା ନାବାଳକ, କାରଣ କ’ଣ ଜାଣନ୍ତୁ….

ନୂଆଦିଲ୍ଲୀ: ଦିଲ୍ଲୀର ନଜଫଗଡର ନାଙ୍ଗଲା ଡେରି ଗ୍ରାମରେ ଜଣେ ବୃଦ୍ଧଙ୍କୁ ନାବାଳକ ହତ୍ୟା କରିଥିବାର ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । କୁକୁର ଭୁକିବା କାରଣରୁ ନାବାଳକ ରାଗି ଯାଇ ବୃଦ୍ଧଙ୍କୁ ହତ୍ୟା କରିଥିବା କୁହାଯାଉଛି । ମୃତ ବୃଦ୍ଧଙ୍କ ନାମ ଅଶୋକ କୁମାର ବୟସ ୮୫ବର୍ଷ ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ, ମୃତ ଅଶୋକ କୁମାରଙ୍କ ସ୍ତ୍ରୀ ମିଣା କହିଛନ୍ତି, ମାର୍ଚ୍ଚ ୧୮ରେ ଘଟିଥିବା ଏହି ଘଟଣାରେ ଜଣେ ୧୭ ବର୍ଷର ନାବାଳକ ଅଶୋକ କୁମାରଙ୍କୁ ଲୁହା ରଡରେ ବାଡେଇ ଲହୁଲୁହାଣ କରିଥିଲା । ଏହାପରେ ଭୟରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ସ୍ଥାନୀୟଲୋକେଅଶୋକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହସ୍ପିଟାଲ ନେଇ ଯାଇଥିଲେ । ହେଲେ ସେଠାରେ ଡାକ୍ତର ବୃଦ୍ଧଙ୍କୁ ମୃତ ଘୋଷଣା କରିଥି?ଲେ । ଅଭିଯୋଗ ହେବା ପରେ ପୁଲିସ ନାବାଳକକୁ ଧରିବା ପାଇଁ ତଦନ୍ତ ଆରମ୍ଭ କରିଛି । କୁହାଯାଉଛି କି କୁକୁର ଭୁକିବା କାରଣରୁ ନାବାଳକ ବିରକ୍ତ ହୋଇ କୁକୁରକୁ ବାଡେଇଥିଲା । କୁକୁରକୁ ଉଦ୍ଧାର କରିବାକୁ ଆସିବାରୁ ନାବାଳକ ବୃଦ୍ଧଙ୍କୁ ବି ଲୁହ ରଡ଼ରେ ବା?ଡେଇବାକୁ ଆରମ୍ଭ କରିଥିଲା । ଫଳରେ ନାବାଳକ ମାଡ଼ରେ ବୃଦ୍ଧଙ୍କ ମୃତ୍ୟୁ ହୋଇଯାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking