24.4 C
Bhubaneswar
Sunday, December 22, 2024
Homeଦେଶ ବିଦେଶଶିମଲା ଠାରୁ ଦିଲ୍ଲୀରେ ଅଧିକ ଥଣ୍ଡା

ଶିମଲା ଠାରୁ ଦିଲ୍ଲୀରେ ଅଧିକ ଥଣ୍ଡା

ନୂଆଦିଲ୍ଲୀ: ଜମ୍ମୁ-କାଶ୍ମୀର, ହିମାଚଳପ୍ରଦେଶ ଏବଂ ଉତ୍ତରାଖଣ୍ଡରେ ଗତ କିଛି ଦିନ ଧରି ତୁଷାରପାତ ଜାରି ରହିଛି । ପଞ୍ଜାବ, ମଧ୍ୟପ୍ରଦେଶ, ଉତ୍ତରପ୍ରଦେଶ, ରାଜସ୍ଥାନ ସହିତ ଅନ୍ୟ ରାଜ୍ୟଗୁଡ଼ିକରେ ମଧ୍ୟ ଥଣ୍ଡାର ପ୍ରକୋପ ବଢ଼ିଯାଇଛି । ଶୁକ୍ରବାର ରାଜଧାନୀ ଦିଲ୍ଲୀରେ ସର୍ବକାଳୀନ ତାପମାତ୍ରା ରେକର୍ଡ କରାଯାଇଥିଲା । ଶୁକ୍ରବାର ଏଠାରେ ୫ଡିଗ୍ରୀରୁ ମଧ୍ୟ ତଳକୁ ଖସିଆସିଥିଲା । ରାଜଧାନୀ ଦିଲ୍ଲୀରେ ଏବେ ହିମାଚଳର ଶିମଲା ଠାରୁ ମଧ୍ୟ ଅଧିକ ଥଣ୍ଡା ଅନୁଭୂତ ହେଉଛି । ଶୁକ୍ରବାର ଶିମଲାରେ ୬.୮ଡିଗ୍ରୀ ତାପମାତ୍ରା ରହିଥିବା ବେଳେ ଦିଲ୍ଲୀରେ ୪.୯ ଡିଗ୍ରୀ ରହିଥିଲା ।

ପାଣିପାଗ ବିଭାଗ ଅନୁସାରେ ହରିଆଣାର ହିସାର ସମ୍ପ୍ରତି ଦେଶର ଅନ୍ୟ ଯେକୌଣସି ପ୍ରାନ୍ତ ତୁଳନାରେ ସର୍ବାଧିକ ଥଣ୍ଡା ରହିଛି । ଏଠାରେ ସମ୍ପ୍ରତି ତାପମାତ୍ରା ୪.୨ ଡିଗ୍ରୀରୁ ମଧ୍ୟ କମ୍ ରହିବା ଦେଖିବାକୁ ମିଳୁଛି । ତେବେ ଥଣ୍ଡା କାରଣରୁ ସମ୍ପ୍ରତି ଦେଶରେ ଅଧିକ ଘନ କୁହୁଡି ମଧ୍ୟ ପରିଲକ୍ଷିତ ହେଉଛି । ଅନ୍ୟପକ୍ଷେ ମଧ୍ୟପ୍ରଦେଶ ରାଜ୍ୟସ୍ଥାନ ଭଳି ରାଜ୍ୟର କେତେକ ଅଞ୍ଚଳରେ ତାପମାତ୍ରା ୭ଡିଗ୍ରୀରୁ କମ୍ ରହୁଥିବା ପାଣିପାଗ ବିଭାଗ ଦର୍ଶାଇଛି । ଛତିଶଗଡର ସରଗୁଜା ଅଞ୍ଚଳରେ ମଧ୍ୟ ହାଲକା ବରଫ ପଡୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking