27.1 C
Bhubaneswar
Friday, October 18, 2024
Homeଅପରାଧଦିଲ୍ଲୀ ପଞ୍ଚ ତାରକା ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ଦିଲ୍ଲୀ ପଞ୍ଚ ତାରକା ହୋଟେଲରେ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ଦିଲ୍ଲୀର ଏକ ପଞ୍ଚ ତାରକା ହୋଟେଲରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଅଭିଯୁକ୍ତ ଏବଂ ପୀଡିତା ଏକ ଡେଟିଂ ଆପ୍ ମାଧ୍ୟମରେ ପରସ୍ପରକୁ ପରିଚିତ ହୋଇ ହୋଟେଲରେ ପହଞ୍ଚିଥିଲେ। ଏହି ଘଟଣା ପରେ ଅଭିଯୁକ୍ତ ଜଣକ ଫେରାର ହୋଇ ଯାଇଛନ୍ତି । ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ଚଢାଉ କରୁଛି ।

ଏହି ଘଟଣା ମେ ୩୦ରେ ଘଟିଥିବା ଦିଲ୍ଲୀ ପୋଲିସ କହିଛି।  ଏକ ଡେଟିଂ ଆପ୍ ମାଧ୍ୟମରେ ଅଭିଯୁକ୍ତ ଏବଂ ପୀଡିତାଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା । ଅଭିଯୁକ୍ତ ଜଣକ ଯୁବତୀଙ୍କୁ ଦ୍ୱାରକାସ୍ଥିତ ଏକ ପଞ୍ଚ ତାରକା ହୋଟେଲକୁ ଡାକିଥିଲେ । ସେଠାରେ ସେ ଯୁବତୀଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଛନ୍ତି । ପୀଡିତା ଜଣକ ପୋଲିସକୁ ଯାଇ ଘଟଣା ବିଷୟରେ କହିଥିଲେ । ପୋଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଖୋଜିବା ଆରମ୍ଭ କରିଛି ।

ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ମେ ୨୭ ରେ ସୋସିଆଲ ମିଡିଆ ଆପ୍ ଟିଣ୍ଡରରେ ମୋହକ ଗୁପ୍ତା ନାମକ ଜଣେ ବ୍ୟକ୍ତିଙ୍କ ସହ ତାଙ୍କର ବନ୍ଧୁତା ହୋଇଥିଲା । ତିନି ଦିନ ପରେ ଯୁବକ ଜଣକ ମେ ୩୦ରେ, ଅଭିଯୁକ୍ତ ତାଙ୍କୁ ଦ୍ୱାରକାସ୍ଥିତ ଏକ ହୋଟେଲରେ ଭେଟିବାକୁ ଡାକିଥିଲେ । ହୋଟେଲରେ ଭେଟିବା ସମୟରେ ତାଙ୍କୁ ପାନୀୟରେ ନିଶା ମିଶାଇ ଦିଆଯାଇଥିଲା ।

ପୀଡିତା କହିଛନ୍ତି ଯେ ଏହାକୁ ପିଇବା ପରେ ତାଙ୍କ ମୁଣ୍ଡ ବୁଲାଇ ହୋଇଥିଲା । ଏହା ପରେ ସେ ବଳାତ୍କାର କରିଥିଲେ । ପରଦିନ ସକାଳ ସାଢେ ୧୦ରେ ଅଭିଯୁକ୍ତ ପୀଡିତାଙ୍କୁ ମେଟ୍ରୋ ଷ୍ଟେସନ ବାହାରେ ଛାଡି ଦେଇଥିଲା । ସେବେ ଠାରୁ ତାଙ୍କ ଫୋନ୍ ସୁଇଚ୍ ଅଫ୍ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking