ନୂଆଦିଲ୍ଲୀ: ୟୁପିର ଯୋଗୀ ସରକାର ଆଜି ମର୍ଯ୍ୟାଦା ପୁରୁଷ ଭଗବାନ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟା ରେ ଭବ୍ୟ ଦ୍ୱିପୋତ୍ସବର ଆୟୋଜନ କରିବାକୁ ଯାଉଛନ୍ତି । ରାମଙ୍କ ନଗରୀରେ ଆଜି ପୁଣି ଥରେ ଲକ୍ଷ ଲକ୍ଷ ଦୀପ ସରୟୁ ଘାଟରେ ଚକମକ କରିବ । ଦୀପୋତ୍ସବରେ ୧୨ ଲକ୍ଷ ଦୀପ ଜଳାଇ ଯୋଗୀ ସରକାର ନିଜ ପଛ ରେକର୍ଡ ଭାଙ୍ଗିବାକୁ ଯାଉଛନ୍ତି । ସରୟୁ କୂଳରେଥିବା ରାମଙ୍କ ଭୂମିରେ ୯ ଲକ୍ଷ ଦୀପ ୩ ଲକ୍ଷ ଦୀପ ଅଯୋଦ୍ଧାର ମଠ ମନ୍ଦିରରେ ଜଳାଯିବ । ସନ୍ଧ୍ୟା ୬ଟାରେ ଏହି ଭବ୍ୟ କାର୍ଯ୍ୟକ୍ରମର ଶୁଭାରମ୍ଭ ହେବ । ଏହି କାର୍ଯ୍ୟକ୍ରମରେ ସିଏମ ଯୋଗୀ ଆଦିତ୍ୟନାଥ, ରାଜ୍ୟପାଳ ଆନନ୍ଦୀବେନ ପଟେଲ, କେନ୍ଦ୍ରମନ୍ତ୍ରୀ ଜି କିଶନ ରେଡ୍ଡୀ ସାମିଲ ହେବେ । ଗତବର୍ଷ ଦୀପତ୍ସୋବରେ ୬ ଲକ୍ଷରୁ ଅଧିକ ଦୀପ ଜଳା ଯାଇଥିଲା । ଯାହା ବିଶ୍ୱ ରେକର୍ଡ ଥିଲା । ଦୀପୋତ୍ସବ ଲଗାତର ୫ମ ବର୍ଷ ଧରି ଆୟୋଜିତ କରାଗଲାଣି । ସିଏମ ଯୋଗୀ ଆଦିତ୍ୟନାଥ ଟ୍ୱିଟ କରି ଦୀପାବଳୀ ଶୁଭେଚ୍ଛା ଜଣାଇଛନ୍ତି ।