28.1 C
Bhubaneswar
Monday, May 13, 2024
Homeବଲିଉଡଦୀପିକାଙ୍କୁ ଜନ୍ମଦିନରେ ମିିଳିଲା ଏହି ଉପହାର

ଦୀପିକାଙ୍କୁ ଜନ୍ମଦିନରେ ମିିଳିଲା ଏହି ଉପହାର

ମୁମ୍ବାଇ: ୩୮ ବର୍ଷ ବୟସରେ ପାଦଥାପିଲେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋନ । ଶୁକ୍ରବାର ସେ ତାଙ୍କର ୩୮ ତମ ଜନ୍ମଦିନ ପାଳନ କରିଛନ୍ତି । ଏହି ସ୍ୱତନ୍ତ୍ର ଦିନରେ ତାଙ୍କୁ ମିଳିଛି ସବୁଠାରୁ ଦାମୀ ଉପହାର । ଏହାକୁ ଦେଇଛନ୍ତି ତାଙ୍କର ଆଗାମୀ ଫିଲ୍ମ ଫାଇଟରର ଟିମ୍ । ଏହି ଜନ୍ମଦିନକୁ ଅଧିକ ସ୍ୱତନ୍ତ୍ର କରି ନିର୍ମାତାମାନେ ଦୀପିକା ପାଦୁକୋନଙ୍କ ଏପିକ‘ମିନ୍ନି’ ଅବତାରର ଏକ ସ୍ୱତନ୍ତ୍ର ବିଟିଏସ ଭିଡିଓ ସେୟାର କରିଛନ୍ତି ।ଏହି ଝଲକ ଦୀପିକା ପାଦୁକୋନ ଓରଫ ମିନ୍ନିଙ୍କ ଭାଇବ୍ସକୁ ଏକ୍ସପ୍ଲୋର କରେ, ଯାହା ‘ସୌସି’, ‘ବିୟୁଟିଫୁଲ’ ଏବଂ ‘ବ୍ୟାଡସ’ ମୁହୂର୍ତ୍ତରେ ପରିପୂର୍ଣ୍ଣ । ପରଦା ପଛରେ ଥିବା ଏହି ମଜାଦାର କ୍ଲିପ ଦର୍ଶାଉଛି ଯେ ଦୀପିକା ପାଦୁକୋନ ପୁରା ‘ଫାଇଟର’ ଟିମ ସହିତ ମଜା କରୁଛନ୍ତି, ସେମାନଙ୍କର ଅଫ ସ୍କ୍ରିନ କେମେଷ୍ଟ୍ରିକୁ ଉଜାଗର କରିଛନ୍ତି । ପ୍ରତ୍ୟେକ ମୁହୂର୍ତ୍ତକୁ ଉତ୍ସାହରେ ପରିପୂର୍ଣ୍ଣ କରୁଛନ୍ତି । ଆସନ୍ତା ୨୫ ତାରିଖରେ ରିଲିଜ୍ ହେବ ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶନାରେ ନିର୍ମିତ ଏହି ଫିଲ୍ମ ଫାଇଟର । ସିନେମା ହଲରେ ରିଲିଜ ପାଇଁ ପ୍ରସ୍ତୁତ ହୋଇ ରହିଛି । ଏହି ଏରିୟଲ ଏଣ୍ଟରଟେନମେଣ୍ଟ ଫିଲ୍ମରେ ଦୀପିକା ପାଦୁକୋନ ଓ ଅନିଲ କପୁର ଲିଡ ରୋଲରେ ନଜର ଆସିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking