29.4 C
Bhubaneswar
Wednesday, April 17, 2024
Homeମନୋରଞ୍ଜନଫ୍ୟାନ୍ସକୁ ଖୁସି ଖବର ଦେଲେ ଦୀପିକା ଓ ରଣବୀର

ଫ୍ୟାନ୍ସକୁ ଖୁସି ଖବର ଦେଲେ ଦୀପିକା ଓ ରଣବୀର

ମୁମ୍ବାଇ: ଫ୍ୟାନ୍ସକୁ ଖୁସି ଖବର ଦେଲେ ବଲିଉଡର ହିଟ ଯୋଡି ଦୀପିକା ପାଦୁକୋନ ଏବଂ ରଣବୀର ସିଂ। ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଗର୍ଭବତୀ ଥିବା ଦୀପିକା ଘୋଷଣା କରିଛନ୍ତି। ଦୀପିକାଙ୍କ ଗର୍ଭଧାରଣ ଖବର ଶୁଣିବା ପରେ ପ୍ରଶଂସକମାନେ ଖୁସିରେ ଶୁଭେଚ୍ଛା ଦେବା ଆରମ୍ଭ କରିଛନ୍ତି। ସେପ୍ଟେମ୍ବରରେ ତାଙ୍କର ପ୍ରସବ ହେବ ବୋଲି ପୋଷ୍ଟରେ ସେ ଲେଖିଛନ୍ତି। ଏହି ପୋଷ୍ଟ ସେୟାର କରି କ୍ୟାପସନରେ ଦୀପିକା ହାତଯୋଡିଥିବା ଲୋକର ଓ ଏଭିଲ ଆଏର ଇମୋଜି ଦେଇଥିବା ଦେଖିବାକୁ ମିଳିଛି। ସେ ସେୟାର କରିଥିବା ପୋଷ୍ଟରେ ଲେଖାଯାଇଛି ଯେ, ସେପ୍ଟେମ୍ବର ୨୦୨୪। ଦୀପିକା-ରଣବୀର। ଏହି ଫଟୋରେ ଛୋଟ ପିଲାମାନଙ୍କର ପୋଷାକ, ଜୋତା, ବେଲୁନ୍ ଇତ୍ୟାଦିର ଫଟୋ ଥିବା ଦେଖିବାକୁ ମିଳିଛି।କିଛି ଦିନ ତଳେ ସ୍ବାମୀ ତଥା ଅଭିନେତା ରଣବୀର ସିଂହଙ୍କୁ, ଦୀପିକା ଛାଡ଼ପତ୍ର ଦେବେ ବୋଲି ଚର୍ଚ୍ଚା ଜୋର ଧରିଥିବା ବେଳେ ପରେ ଅଭିନେତ୍ରୀ ଗର୍ଭବତୀ ଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଥିଲା। କୁହାଯାଉଥିଲା ଯେ, ଦୀପିକା ୩ମାସର ଗର୍ଭବତୀ ଅଛନ୍ତି। ଏଭଳି ଚର୍ଚ୍ଚା ମଧ୍ୟରେ ଦୀପିକାଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା, ଯେଉଁଥିରେ ତାଙ୍କ ବେବି ବମ୍ପ ନଜର ଆସୁଥିବା କଥା ଲୋକେ କହିବା ଆରମ୍ଭ କରିଥିଲେ। ଏଭଳି ଚର୍ଚ୍ଚା ମଧ୍ୟରେ ଦୀପିକା ଆଜି ଇନଷ୍ଟାରେ ଏକ ପୋଷ୍ଟ କରି ଗର୍ଭବତୀ ଅଛନ୍ତି ବୋଲି ଜଣାଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking