21.1 C
Bhubaneswar
Thursday, January 16, 2025
Homeଦେଶ ବିଦେଶହେନେରୀ କିସିଞ୍ଜରଙ୍କ ପରଲୋକ

ହେନେରୀ କିସିଞ୍ଜରଙ୍କ ପରଲୋକ

ୱାଶିଂଟନ: ଆମେରିକାର ବହୁଚର୍ଚ୍ଚିତ ପୂର୍ବତନ ବିଦେଶ ସଚିବ ହେନେରୀ କିସିଞ୍ଜରଙ୍କର ବୁଧବାର ରାତିରେ ୧୦୦ ବର୍ଷ ବୟସରେ ପରଲୋକ ହୋଇଯାଇଛି । ରିଚାର୍ଡ ନିକ୍ସନ୍ ଓ ଜେରାଲ୍‌ଡ ଫୋର୍ଡଙ୍କ ରାଷ୍ଟ୍ରପତିତ୍ୱ କାଳରେ କିସିଞ୍ଜର ୧୯୭୩ ସେପ୍ଟେମ୍ବର ୨୨ରୁ ୧୯୭୭ ଜାନୁଆରୀ ୨୦ ପର୍ଯ୍ୟନ୍ତ ବିଦେଶ ସଚିବଭାବେ କାର୍ଯ୍ୟ କରିଥିଲେ । କିସିଞ୍ଜରଙ୍କ ପରିବାର ୟେହୁଦି ସଂପ୍ରଦାୟର ହୋଇଥିବାବେଳେ ଜର୍ମାନୀ ଶାସକ ହିଟ୍‌ଲରଙ୍କ ଦୌରତ୍ମ୍ୟରେ ଅତିଷ୍ଠ ହୋଇ ୧୯୩୮ରେ ସେମାନେ ଆମେରିକା ଚାଲିଆସିଥିଲେ ।

୧୯୫୦ରେ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ସ୍ନାତକ ଡିଗ୍ରା ହାସଲ କରିବାପରେ ସେ ୧୯୬୯ରେ ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା ନିଯୁକ୍ତ ହୋଇଥିବାବେଳେ ୧୯୭୩ରେ ବିଦେଶ ସଚିବ ନିଯୁକ୍ତ ହୋଇଥିଲେ । ରାଷ୍ଟ୍ରପତି ନିକ୍ସନ୍‌ଙ୍କ ସହ ତାଙ୍କର ଘନିଷ୍ଠ ସମ୍ପର୍କ ଥିବାବେଳେ ଏହି ଯୋଡି ଏକାଧିକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିପରିଥିଲେ । ତେବେ ୧୯୭୧ରେ ଇଷ୍ଟ ପାକିସ୍ତାନ (ବର୍ତ୍ତମାନ ବାଂଲାଦେଶ) ବିରୋଧରେ ଯୁଦ୍ଧ ଘୋଷଣା କରିବାରୁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ନିକ୍ସନ୍‌-କିସଞ୍ଜର ଯୋଡିର ଆକ୍ରୋଶର ଶିକାର ପାଲଟିଥିଲେ ।

ପାକିସ୍ତାନକୁ ଅନ୍ଧଭାବେ ସପୋର୍ଟ କରୁଥିବା ନିକ୍ସନ୍ ଏହି ଯୁଦ୍ଧ ପାଇଁ ଇନ୍ଦିରାଙ୍କୁ ଦାୟୀ କରିଥିବାବେଳେ ଭାରତ ମହାସାଗରକୁ ସପ୍ତମ ନୌଭେଳା ପଠାଇଥିଲେ । ତେବେ ସୋଭିଏତ୍ ରୁଷରୁ ଯୁଦ୍ଧଜାହାଜ ଠିକଣା ସମୟରେ ପହଞ୍ଚିବାରୁ ସପ୍ତମ ନୌଭେଳା ଫେରିଯାଇଥିଲା । କିସିଞ୍ଜର ସେତେବେଳେ ଇନ୍ଦିରା ଓ ଭାରତୀୟଙ୍କ ପାଇଁ ଅଶାଳୀନ ଭାଷା ପ୍ରୟୋଗ କରି ଚର୍ଚ୍ଚାକୁ ଆସିଥିଲେ । ପରବର୍ତ୍ତୀ ସମୟରେ କିସିଞ୍ଜର ଏଥିପାଇଁ ମନସ୍ତାପ ମଧ୍ୟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking