16.1 C
Bhubaneswar
Monday, January 20, 2025
Homeଦେଶ ବିଦେଶବିବାହର ୧୦ ଘଣ୍ଟା ଭିତରେ ହେଲା କନ୍ୟାଙ୍କ ମୃତ୍ୟୁ, କାରଣ କ’ଣ ଜାଣନ୍ତୁ....

ବିବାହର ୧୦ ଘଣ୍ଟା ଭିତରେ ହେଲା କନ୍ୟାଙ୍କ ମୃତ୍ୟୁ, କାରଣ କ’ଣ ଜାଣନ୍ତୁ….

ଯୋଦ୍ଧପୁର: ରାଜସ୍ଥାନର ଯୋଦ୍ଧପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା । ଜଣେ କନ୍ୟାଙ୍କର ବିବାହର ୧୦ ଘଣ୍ଟା ମଧ୍ୟରେ ମୃତ୍ୟୁ ହୋଇଛି । ପରିବାରରେ ବିବାହ ପାଇଁ ଖୁସିର ମାହୋଲ ଥିବା ବେଳେ ଅଚାନକ ଦୁଃଖର କଳାବାଦଲ ଛାଇଯାଇଛି । ବିବାହ ପରେ ଅଚାନକ କନ୍ୟା ଶ୍ୱଶୁର ଘରେ ପହଞ୍ଚିବା ପରେ ତାଙ୍କ ଶରୀର ଖରାପ ହୋଇଗଲା । ତାଙ୍କୁ ପରିବାର ଲୋକେ ତୁରନ୍ତ ହସ୍ପିଟାଲ୍ ନେଇଗଲେ । ହସ୍ପିଟାଲ୍‌ରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ସୂଚନା ଅନୁଯାୟୀ, ଜିଲ୍ଲାର ଯୋଦ୍ଧା ଗାଁକୁ ବରପକ୍ଷ ଲୋକେ ବରଯାତ୍ରୀ ନେଇ ବିବାହ ପାଇଁ ଆସି ପହଞ୍ଚିଥିଲେ । ସେଠାରେ ବଡ଼ ଧୁମ୍‌ଧାମ୍‌ରେ ବିବାହ ହେଲା । ବିବାହ ସରିବା ପରେ କନ୍ୟା ବିଦା ହେଲା ।

କନ୍ୟା ଜଣକ ଯାଇ ତାଙ୍କ ଶ୍ୱଶୁର ଘରେ ପହଞ୍ଚିବା ପରେ ହଠାତ ଅସୁସ୍ଥ ହୋଇପଡ଼ିଲେ । ପରିବାର ଲୋକ ତାଙ୍କୁ ନିକଟସ୍ଥ ଏକ ହସ୍ପିଟାଲ୍‌କୁ ନେଇଗଲେ । ସେଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ । ସଂପର୍କୀୟମାନଙ୍କ କହିବା କଥା ହେଉଛି, ବିବାହ ପରେ ବର ସୁବାସ ଓ କନ୍ୟା ରେଖାଙ୍କୁ ବହୁ ଦେବାଦେବୀ ମନ୍ଦିରକୁ ରୀତି ପୂରା କରିବାକୁ ଯିବାକୁ ପଡ଼ିଥିଲା । ସେମାନେ ଖରାରେ ଦିନ ସାରା ବୁଲାବୁଲି କରି ଥକି ପଡ଼ିଥିଲେ । ସେହି କାରଣରୁ କନ୍ୟା ଟିକେ ବିଶ୍ରାମ ନେଇଥିଲେ । ମାତ୍ର ଯେତେବେଳେ କନ୍ୟା ଜଣକ ବହୁ ସମୟ ପର୍ଯ୍ୟନ୍ତ ଉଠିନଥିଲେ ତାଙ୍କୁ ଘରର ମହିଳା ଡାକିଥିଲେ । ମାତ୍ର ସେତେବେଳକୁ ତାଙ୍କର ମୃତ୍ୟୁ ହୋଇ ସାରିଥାଏ । ପରିବାର ଲୋକ ସନ୍ଦେହ କରି ଡାକ୍ତରଖାନା ନେଇ ଯାଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking