28.1 C
Bhubaneswar
Sunday, September 8, 2024
Homeଓଡିଶାମୃତ ପ୍ରଦ୍ୟୁମ୍ନଙ୍କ ଶବ କୋଲକାତାରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରଣ

ମୃତ ପ୍ରଦ୍ୟୁମ୍ନଙ୍କ ଶବ କୋଲକାତାରୁ କେନ୍ଦ୍ରାପଡ଼ା ସ୍ଥାନାନ୍ତରଣ

କେନ୍ଦ୍ରାପଡ଼ା : କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର ଘଡ଼ାଇ ଅନେକ ବର୍ଷ ହେବ କୋଲକାତାରେ ରହି କମାରହାଟିଠାରେ ଏକ ଜଳଖିଆ ଦୋକାନ କରି ଗୁଜୁରାଣ ମେଣ୍ଟାଉଥିଲେ । ହଠାତ୍, ଗତ ନଭେମ୍ବର ୨୩ତାରିଖରେ ସେ ଦୋକାନରେ ଠାକୁର ପୂଜା କରୁଥିବା ସମୟରେ ଟଳି ପଡ଼ିଥିଲେ । ତାଙ୍କୁ ସ୍ଥାନୀୟ ବାସିନ୍ଦା ନିକଟସ୍ଥ ସାଗରଦତ୍ତ ହସ୍ପିଟାଲକୁ ନେଇଥିଲେ । ଦୁର୍ଭାଗ୍ୟବଶତଃ, ହୃଦଘାତ ହେତୁ ତାଙ୍କର ମୃତ୍ୟୁ ହୋଇଥିବା ନେଇ ଡାକ୍ତର ଜଣାଇଥିଲେ । ପରିବାରବର୍ଗ ଶେଷ ମୁହୂର୍ତ୍ତରେ ପ୍ରଦ୍ୟୁମ୍ନଙ୍କ ମୁହଁ ଟିକେ ଦେଖିବା ପାଇଁ ବ୍ୟାକୁଳ ହେଉଥିଲେ ଏବଂ ଆର୍ଥିକ ଚାପରେ ଥିବାରୁ ଓଡ଼ିଶା-ମୋ ପରିବାର କୋଲକାତା ପ୍ରତିନିଧି ଶ୍ରୀ ପ୍ରମୋଦ ମହାନ୍ତିଙ୍କର ସହଯୋଗ ଲୋଡ଼ିଥିଲେ ।

ଶ୍ରୀ ମହାନ୍ତି ସଙ୍ଗେସଙ୍ଗେ ଘଟଣା ସମ୍ପର୍କରେ ଉଚ୍ଚ ଶିକ୍ଷା ମନ୍ତ୍ରୀ ତଥା ଓଡ଼ିଶା ମୋ ପରିବାର ସହ- ଆବାହକ ଶ୍ରୀ ଅତନୁ ସବ୍ୟସାଚୀ ନାୟକଙ୍କୁ ଜଣାଇବା ପରେ ଶ୍ରୀ ନାୟକ ତୁରନ୍ତ ପଦକ୍ଷେପ ନେଇ ମୃତଦେହ ଫେରାଇ ଆଣିବାକୁ ସମସ୍ତ ପରିବହନ ଖର୍ଚ୍ଚ ରେଡକ୍ରସ୍ ପାଣ୍ଠିରୁ ବହନ କରିବା ପାଇଁ ଜଣାଇଥିଲେ । ଏହାପରେ ପ୍ରଦ୍ୟୁମ୍ନଙ୍କ ମୃତଦେହ କୋଲକାତାରୁ ଆସି ପାଟକୁରାସ୍ଥିତ ତାଙ୍କ ବାସଭବନରେ ପହଞ୍ଚିଥିଲା । ଏହି ସମଗ୍ର ପ୍ରକ୍ରିୟାକୁ ଓଡ଼ିଶା- ମୋ ପରିବାର, କୋଲକାତା ପ୍ରତିନିଧି ଶ୍ରୀ ପ୍ରମୋଦ ମହାନ୍ତି ସଂଯୋଜନା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking