ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଜରଡା ଥାନା ଅର୍ନ୍ତଗତ ଚୁଡିଆଲାଞ୍ଜି ଗାଁରେ ମାଆ ଓ ପୁଅର ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ମାଆଙ୍କ ନାଁ ଡି.ନୀଳାବେଣୀ ହୋଇଥିବାବେଳେ ତାଙ୍କ ୭ବର୍ଷର ପୁଅର ନାଁ ଡି.ରିତିକ ବୋଲି ଜଣାପଡ଼ିଛି । ବନ୍ଦ ଘରୁ ଆଜି ସକାଳୁ ଦୁଇ ଜଣଙ୍କ ମୃତଦେହ ଉଦ୍ଧାର କରିଛି ପୁଲିସ । ଖବର ପାଇ ଘଟଣାସ୍ଥଳରେ ସାଇଣ୍ଟିଫିକ ଟିମ ସହ ଜରଡା ଥାନା ପୁଲିସ ପହଞ୍ଚି ତଦନ୍ତ ଜାରି ରଖିଛି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି। ବାପା ମୋହନ ରାଓ ଦୁବାଇରେ କାମ କରନ୍ତି ।