31.1 C
Bhubaneswar
Sunday, April 26, 2026
Homeଓଡିଶାଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର

ନୂଆଦିଲ୍ଲୀ: ଦିଲ୍ଲୀର ଶାହଦରାରେ ଡବଲ୍ ମର୍ଡର । ଘରୁ ବୃଦ୍ଧ ଦମ୍ପତିଙ୍କ ମୃତଦେହ ଉଦ୍ଧାର। ରାମ ନଗର ଏକ୍ସଟେନସନରେ ଥିବା ଏକ ଘରେ ଏକ ବୃଦ୍ଧ ଦମ୍ପତିଙ୍କ ସନ୍ଦେହଜନକ ପରିସ୍ଥିତିରେ ମୃତ୍ୟୁ ଘଟିଛି। ସୂଚନା ଅନୁଯାୟୀ, ୩ ଏବଂ ୪ ଜାନୁଆରୀ ମଧ୍ୟରାତ୍ରିରେ, ପ୍ରାୟ ୧୨:୩୦ ସମୟରେ ପୋଲିସ ଖବର ପାଇଥିଲା ଘଟଣା ସମ୍ପର୍କରେ ଖବର ପାଇଥିଲା। ଖବର ପାଇ ପୋଲିସ ଘଟଣାସ୍ଥଳକୁ ଯାଇଥିଲେ। ସେଠାରେ ମୃତ ଦମ୍ପତିଙ୍କ ପୁଅ ବୈଭବ ବଂଶଲ ପୋଲିସକୁ କହିଥିଲେ ଯେ ସେ ସନ୍ଦେହ କରୁଛନ୍ତି କେହି ଅଜଣା ବ୍ୟକ୍ତି ତାଙ୍କ ପିତାମାତାଙ୍କୁ ହତ୍ୟା କରିଥାଇପାରନ୍ତି। ପୋଲିସ ଦଳ ଘରେ ପ୍ରବେଶ କରି ଦୁଇଟି ପୃଥକ କୋଠରୀରୁ ଦୁଇଟି ମୃତଦେହ ଉଦ୍ଧାର କଲେ। ମୃତକମାନେ ହେଲେ ବୈଭବଙ୍କ ମାଆ ୬୫ ବର୍ଷୀୟ ପରବେଶ ବଂଶଲ ଏବଂ ବୈଭବଙ୍କ ବାପା ୭୫ ବର୍ଷୀୟ ବୀରେନ୍ଦ୍ର କୁମାର ବଂଶଲ। ଉଭୟ ଶାହଦରାର ରାମନଗର ଏକ୍ସଟେନସନର ବାସିନ୍ଦା ଥିଲେ। ପ୍ରାଥମିକ ତଦନ୍ତରୁ ଡକାୟତିର ସମ୍ଭାବନା ହୋଇଥାଇ ପରେ ବୋଲି ପୋଲିସ କହିଛି, କିନ୍ତୁ ପୋଲିସ ସମସ୍ତ ଦିଗକୁ ଯାଞ୍ଚ କରୁଛି। ଅଧିକ ତଥ୍ୟ ପାଇଁ ପୋଲିସ ତଦନ୍ତ ଜାରି ରହିଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking