27.1 C
Bhubaneswar
Wednesday, July 9, 2025
Homeଦେଶ ବିଦେଶ୪୦କୋଟି ଟ୍ବିଟର ବ୍ୟବହାରକାରୀଙ୍କ ତଥ୍ୟ ଚୋରି

୪୦କୋଟି ଟ୍ବିଟର ବ୍ୟବହାରକାରୀଙ୍କ ତଥ୍ୟ ଚୋରି

ନୂଆଦିଲ୍ଲୀ : ବିଶ୍ବର ପ୍ରାୟ ୪୦କୋଟି ଟ୍ବିଟର ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ଚୋରି ହୋଇଛି । ଜଣେ ହ୍ୟାକର ଏହିସବୁ ତଥ୍ୟ ବିକ୍ରି ଉଦ୍ଦେଶ୍ୟରେ ଚୋରି କରିନେଇଛନ୍ତି। ତଥ୍ୟ ଚୋରି ହୋଇଥିବା ଟ୍ବିଟର ବ୍ୟବହାରକାରୀଙ୍କ ମଧ୍ୟରେ ଅଛନ୍ତି ଗୁଗଲ ସିଇଓ ସୁନ୍ଦର ପିଚାଇ, ବଲିଉଡ ଅଭିନେତା ସଲମାନ ଖାଁ, ଭାରତ ସୂଚନା ପ୍ରସାରଣ ମନ୍ତ୍ରଣାଳୟ, ଡୋନାଲ୍ଡ ଟ୍ରମ୍ପ ଜୁନିୟର, ସ୍ପେସ୍‌ ଏକ୍ସ, ଡୋଜା କାଟ୍‌, ଚାର୍ଲେ ପୁଥ, ନାସାର ଜେଡବ୍ଲ୍ୟୁଏସ୍ ଆକାଉଣ୍ଟ, ଏନବିଏ ପ୍ରମୁଖ। ଚୋରି ତଥ୍ୟକୁ ବିକ୍ରି ଲାଗି ଡାର୍କ ୱେବସାଇଟ୍‌ରେ ରଖାଯାଇଛି। ଇସ୍ରାଏଲ ସାଇବର ଇଣ୍ଟେଲିଜେନ୍ସ କମ୍ପାନୀ ହଡସନ ରକ୍ କହିବା ଅନୁଯାୟୀ ୪୦କୋଟି ଟ୍ବିଟର ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇଛି। ଚୋରି ହୋଇଥିବା ବ୍ୟକ୍ତିଗତ ତଥ୍ୟ ମଧ୍ୟରେ ରହିଛି ଇମେଲ୍‌, ନାମ, ୟୁଜର୍ସ ନାମ, ଟ୍ବିଟର ଅନୁଗାମୀଙ୍କ ସଂଖ୍ୟା, ଫୋନ ନମ୍ବର ଇତ୍ୟାଦି। ପୂର୍ବରୁ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ହୋଇଥିଲା। ଏତେ ସଂଖ୍ୟକ ୟୁଜର୍ସଙ୍କ ତଥ୍ୟ ଚୋରି ହେବା ପ୍ରଥମ ଘଟଣା। ଏହାର କିଛି ମାସ ପୂର୍ବରୁ ୫୪ଲକ୍ଷ ୟୁଜର୍ସଙ୍କ ତଥ୍ୟ ଚୋରି ହୋଇଥିବା ଅଭିଯୋଗ ହୋଇଥିଲା। ଆର୍ୟଲାଣ୍ଡର ଡାଟା ସୁରକ୍ଷା କମିସନ (ଡିପିସି) ନିକଟରେ ତଥ୍ୟ ଚୋରି ଘଟଣା ଉପରେ ତଦନ୍ତ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking