ଦଶପଲ୍ଲା : ଶିଶୁଙ୍କୁ ଦିଆଯାଇନି ଟିକା । ହେଲେ ମମତା କାର୍ଡରେ ଟିକା ଦିଆଯାଇଥିବା ନେଇ ପଡ଼ିଛି ତାରିଖ । କୋମଳମତି ଶିଶୁଙ୍କ ସହ ଖେଳ ଖେଳାଯାଉଛି । ଏଭଳି ଘଟଣା ଦେଖିବାକୁ ମିଳିଛି ମଧ୍ୟଖଣ୍ଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନସ୍ଥ ଖଣ୍ଡପଡ଼ା ଉପ-ସ୍ୱାସ୍ଥ୍ୟକେନ୍ଦ୍ରରେ ।
କେନ୍ଦ୍ରରେ ଶିଶୁଙ୍କୁ ଟିକା ଦିଆଯାଉଥିବା ବେଳେ କିଛି ଶିଶୁଙ୍କୁ ଆପିଭି ଟିକା ଦିଆନଯାଇ ମମତା କାର୍ଡରେ ତାରିଖ ପକାଯାଇଥିବା ଦେଖିବାକୁ ମିଳିଛି । ଶିଶୁଙ୍କୁ ମେଣ୍ଟା-୩, ଓପିଭି, ରୋଟା ପ୍ରଭୃତି ଟିକା ଦିଆଯାଇଥିଲା । ମାତ୍ର ଶିଶୁଙ୍କ ଡେଣାରେ ଆଇପିଭି ଟିକା ଦିଆନଯାଇ ଆସନ୍ତା ପାଳିରେ ଦିଆଯିବ କହି ଫେରାଇ ଦିଆଯାଇଥିଲା । କୋମଳମତି ଶିଶୁଙ୍କ ଜୀବନ ସହ ଖେଳ ଖେଳି ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ଟିକା ନଦେଇ କିଭଳି ମମତା କାର୍ଡରେ ତାରିଖ ପକାଇଲେ ତାହା ଏବେ ଆଶ୍ଚର୍ଯ୍ୟର ବିଷୟ ପାଲଟିଛି । ଏସମ୍ପର୍କରେ ସମ୍ପୃକ୍ତ ସ୍ୱାସ୍ଥ୍ୟ କର୍ମଚାରୀ ପ୍ରଫୁଲ୍ଲ ପାତ୍ରଙ୍କୁ ଯୋଗାଯୋଗ କରିବାରୁ ସେ ଫୋନ୍ ଗ୍ରହଣ କରିନଥିବା ବେଳେ ଜିଲ୍ଲା ମୁଖ୍ୟ ଚିକିିତ୍ସା ଅଧିକାରୀ ଶକ୍ତି ପ୍ରସାଦ ମିଶ୍ର ଏହା ଉପରେ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ।