28.1 C
Bhubaneswar
Friday, March 29, 2024
Homeଓଡିଶାଷଷ୍ଠରୁ ଅଷ୍ଟମଶ୍ରେଣୀ ପ୍ରଶ୍ନପତ୍ର ବ୍ୟବସ୍ଥାରେ ହେବ ସଂସ୍କାର

ଷଷ୍ଠରୁ ଅଷ୍ଟମଶ୍ରେଣୀ ପ୍ରଶ୍ନପତ୍ର ବ୍ୟବସ୍ଥାରେ ହେବ ସଂସ୍କାର

ଭୁବନେଶ୍ୱର : ରାଜ୍ୟର ସ୍କୁଲ ସ୍ତରରେ ପ୍ରସ୍ତତ ହେବ ନୂଆ ସିଲାବସ୍‌, ଆଉ ନୂତନ ପରୀକ୍ଷା ପଦ୍ଧତି । ଏଣିକି ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନେ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍ ସାମ୍ନା କରିବେ । ପ୍ରତିଯୋଗୀତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ଏପରି ବ୍ୟବସ୍ଥା ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗୀତାମୂଳକ ଢ଼ାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ପରୀକ୍ଷାରେ ଉଭୟ ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପତ୍ର ଏବଂ ସଂକ୍ଷିପ୍ତମୂଳକ ପ୍ରଶ୍ନପତ୍ରକୁ ଗୁରୁତ୍ୱ ଦିଆଯିବ । ତେବେ ସିବିଏସ୍‌ଇ ପରୀକ୍ଷାକୁ ଅନୁକରଣ କରିବା ଏବଂ ପାଇଲଟ ପ୍ରକଳ୍ପ ଭାବେ ଏହାକୁ କାର୍ଯ୍ୟକାରୀ କରିବା ଲାଗି ବିଭାଗ ନିଷ୍ପତ୍ତି ନେଇଛି ।

ଏହି ବ୍ୟବସ୍ଥା ୨୦୨୨ରୁ ଲାଗୁ କରାଯିବ । ଯଦି ଏହି ବ୍ୟବସ୍ଥା ସଫଳ ହୁଏ ଏବଂ ଛାତ୍ରଛାତ୍ରୀମାନେ ଦଶମରେ ଭଲ ପ୍ରଦର୍ଶନ କରନ୍ତି ତେବେ ଏହାକୁ ନିୟମିତ ରାଜ୍ୟବ୍ୟାପି ଲାଗୁ କରିବାକୁ ବିଭାଗ ଯୋଜନା ପ୍ରସ୍ତୁତ କରିଛି । ଏହି ବ୍ୟବସ୍ଥାକୁ ଉଭୟ ଶିକ୍ଷାବିତ ଏବଂ ଅଭିଭାବକମାନେ ସ୍ୱାଗତ କରିଛନ୍ତି । ରାଜ୍ୟରେ ଗତ କିଛି ବର୍ଷ ହେବ ଦଶମ ପରୀକ୍ଷାରେ ଫଳାଫଳ ଉଦ୍‌ବେଗଜନକ ରହୁଛି । ଏପରିକି ଅନେକ ସ୍କୁଲରେ ଶତପ୍ରତିଶତ ପରୀକ୍ଷାର୍ଥୀମାନେ ଫେଲ ହୋଇଯାଉଛନ୍ତି । ଏପରି ବ୍ୟବସ୍ଥାକୁ ସଜାଡିବା ଲାଗି ଗଣଶିକ୍ଷା ବିଭାଗ ଅଣ୍ଟା ଭିଡ଼ିଛି । ରାଜ୍ୟର ସରକାରୀ ସ୍କୁଲଗୁଡିକର ଭିତ୍ତିଭୂମି ସଜାଡିବାକୁ ପ୍ରୟାସ କରୁଥିବା ବେଳେ ଗୁଣାତ୍ମକ ଶିକ୍ଷାଦାନ ଉପରେ ମଧ୍ୟ ଗୁରୁତ୍ୱ ଦେଉଛି ବିଭାଗ ।

ଖୋଦ ବିଭାଗୀୟ ମନ୍ତ୍ରୀ ଏବଂ ସଚିବ ଅଚାନକ ସ୍କୁଲ ପରିଦର୍ଶନ କରି ସମସ୍ୟାର ଅନୁଧ୍ୟାନ କରୁଛନ୍ତି । ପାଠପଢ଼ା ବ୍ୟବସ୍ଥାରେ ପରିବର୍ତ୍ତନ ଆଣିବା ସହ ପରୀକ୍ଷା ପରିଚାଳନାରେ ମଧ୍ୟ ସୁଧାର ଆଣିବାକୁ ବିଭାଗ ପକ୍ଷରୁ ନିଷ୍ପତ୍ତି ହୋଇଛି । ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷାରେ ଦୀର୍ଘମୂଳକ ପ୍ରଶ୍ନପତ୍ର ନରଖି ସଂକ୍ଷିପ୍ତ କିମ୍ବା ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପ୍ରତ୍ର କରାଯିବ । ଫଳରେ ପରୀକ୍ଷାରେ ପିଲାଙ୍କ ଉପରେ କୌଣସି ଚାପ ରହିବ ନାହିଁ । ତେବେ କେବଳ ଗଣିତ ଏବଂ ବିଜ୍ଞାନ ବିଷୟକୁ ଏଥିରୁ ବାଦ୍ ଦିଆଯିବ । ଏହାବ୍ୟତୀତ ପରୀକ୍ଷା ଲାଗି ସମୟସୀମାକୁ ମଧ୍ୟ ହ୍ରାସ କରାଯିବ । ୧୦୦ମାର୍କ ମଲ୍ଟି ପାଟର୍ଣ୍ଣ ପ୍ରଶ୍ନପ୍ରତ୍ର ଲାଗି ଦେଢ଼ଘଣ୍ଟା କରିବାକୁ ଯୋଜନା ଥିବା ଜଣାପଡ଼ିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking