ପଶ୍ଚିମବଙ୍ଗ : ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି । ଏଥର ନିର୍ବାଚନରେ ବିଜେପି ଓ ଟିଏମସି ମଧ୍ୟରେ ମୁକାବିଲା ଜୋର ସୋର ହେବାକୁ ଯାଉଛି । ପଶ୍ଚିିମବଙ୍ଗ ରାଜନିତୀରେ ପୁର୍ବରୁ ଅନୁମାନ ଲଗାଯାଉଥିଲା ଯେ, ପୁର୍ବ ଭାରତୀୟ କ୍ରିକେଟର ସୌରଭ ଗାଙ୍ଗୁଲୀ ବିଜେପିରେ ଯୋଗ ଦେଇପାରନ୍ତି । ସୂଚନା ଅନୁୟାୟୀ କୋଲକାତାରେ ୭ ମାର୍ଚ୍ଚକୁ ହେବାକୁ ଥିବା ପ୍ରଧାନମନ୍ତ୍ରୀଙ୍କ ର୍ୟାଲିରେ ସୌରଭ ଗାଙ୍ଗୁଲୀ ଯୋଗ ଦେଇ ପାରନ୍ତି । ଏହାନଇ ବିଜେପିକୁ ପ୍ରଶ୍ନ କରିବାରୁ ଦଳ ପକ୍ଷରୁ କୁହାଯାଇଛିି ଯେ, ର୍ୟାଲିରେ ଯୋଗ ଦେବା ନିଷ୍ପତି ଦାଦାଙ୍କର ,ସେ ଆସିବେ କି ନାହିଁ ଏହା ତାଙ୍କ ଉପରେ ନିର୍ଭର କରେ । ବାଇ ଇଲେକ୍ସନ ରେ, ସିଟିଙ୍ଗ ବିଧାୟକ ଇଲିୟାସ୍ ମହମ୍ମଦ ଏସକେ ଜାନୁଆରୀ 2009 ରେ ନନ୍ଦିଗ୍ରାମ ହିଂସା ପୃଷ୍ଠଭୂମିରେ ଦୁର୍ନୀତି ଅଭିଯୋଗରେ ତୃଣମୂଳ କଂଗ୍ରେସର ଫିରୋଜା ବିବି ସିପିଆଇର ପରମାନନ୍ଦ ଭାରତୀଙ୍କୁ ପରାସ୍ତ କରିଥିଲେ ।
ଭାରତୀୟ ଜନତା ପାର୍ଟିର ପ୍ରବକ୍ତା ଶାମିକ ଭଟ୍ଟାଚାର୍ଯ୍ୟ କୋଲକାତାରେ ଗଣମାଧ୍ୟମକୁ କହିଥିଲେ ଯେ, ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଠିକ ରହିଲେ ଓ ସେ ର୍ୟାଲିରେ ଯୋଗ ଦେଲେ ତାଙ୍କର ସ୍ୱାଗତ କରାଯିବ ।
ସୂଚନାଯୋଗ୍ୟଯେ,ଦାଦାଙ୍କୁ ଜାନୁଆରୀରେ ହୃଦଘାତ ଯୋଗୁଁ ହସ୍ଫିଟାଲରେ ସର୍ଜରୀ ପାଇଁ ଭର୍ତ୍ତି କରାଯାଇଥିଲା । ତେଣୁ ସେ ପିଏମଙ୍କ ର୍ୟାଲିରେ ଯୋଗ ଦେବାନେଇ କୌଣସି ସ୍ପଷ୍ଟୀକରଣ ମିଳିପାରିନାହିଁ । ଏହା କୁହାଯାଉଛି ଯେ ସେ ରାଜ୍ୟ ରେ ବିଧାନସଭା ନିର୍ବାଚନ ପୁର୍ବରୁ ରାଜନିତୀରେ ସାମିଲ ହୋଇପାରନ୍ତି ।