ଝାରସୁଗୁଡା: ଆଜି ଝାରସୁଗୁଡା ସରବାହାଲଠାରେ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କ ସ୍ମୃତିସଭାରେ ଯୋଗଦେଇଥିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନବ ଦାସଙ୍କ ସ୍ତ୍ରୀ, ପୁଅ, ଝିଅଙ୍କ ସହ କଥା ହୋଇ ତାଙ୍କୁ ସମବେଦନା ଜଣାଇଥିଲେ ।
ସୄଚନା ମୁତାବକ, ବାପାଙ୍କ ସ୍ମୃତିସଭାରେ ଝିଅ ଦୀପାଳି ବହୁତ ଭାବବିହ୍ୱଳ ହୋଇପଡିଥିଲେ । ବାପାଙ୍କ କଥା ମନେପକାଇ ଭାବଗର୍ବକ ଅଭିଭ୍ୟକ୍ତ ଦେଲେ ଦୀପାଳି । ବାପା କହିଥିଲେ ଯେଉଁଠି ରାମ ଅଛନ୍ତି ସେଠି ରାବଣ ବି ଅଛନ୍ତି । ଯେଉଁଠି କୃଷ୍ଣ ଅଛନ୍ତି, ସେଠି କଂସ ବି ଅଛନ୍ତି କହିଥିଲେ । କିନ୍ତୁ ସତ୍ୟର ଜୟ ହେବ ବୋଲି କହୁଥିଲେ ବାପା । ବାପାଙ୍କ ନାଁ ପୂର୍ବରୂ କେବେ ସୂର୍ଗତ ଲାଗିବ ବୋଲି ଭାବିନଥିଲି । ବାପା ସବୁବେଳେ ବିକାଶ ଚାହୁଁଥିଲେ, ଝାରସୁଗୁଡାର ଉନ୍ନତି ଚାହୁଁଥିଲେ । ବାପା ଆମକୁ ମୁଣ୍ଡ ନୁଆଇଁ ନୁହେଁ, ମୁଣ୍ଡ ଟେକି ଚାଲିବା ଶିଖାଇଛନ୍ତି ବୋଲି ଭାବବିହ୍ୱଲ ହୋଇ କହିଛନ୍ତି ନବ ଦାସଙ୍କ ଝିୟ ଦୀପାଳି ।