29.1 C
Bhubaneswar
Sunday, May 12, 2024
Homeଅପରାଧସମ୍ପର୍କରେ କଳଙ୍କ ଲଗାଇଲା ବାପା! ୧୫ ବର୍ଷର ଝିଅକୁ କଲା ଦୁଷ୍କର୍ମ

ସମ୍ପର୍କରେ କଳଙ୍କ ଲଗାଇଲା ବାପା! ୧୫ ବର୍ଷର ଝିଅକୁ କଲା ଦୁଷ୍କର୍ମ

ଜୟପୁର: ସଇତାନ ସାଜିଲା ବାପା । ନିଜର ଜନ୍ମକଲା ୧୫ ବର୍ଷୀୟା ଝିଅକୁ ଦୁଷ୍କର୍ମ କଲା ବାପା । ସ୍ୱାମୀର ଏହି କୁକର୍ମ ସମ୍ପର୍କରେ ଜାଣିବା ପରେ ଥାନାରେ ପହଞ୍ଚି ଅଭିଯୋଗ କରିଛନ୍ତି ସ୍ତ୍ରୀ । ରାଜସ୍ଥାନ ଉଦୟପୁର ଅନ୍ତର୍ଗତ ବାୱଲୱାଡା ଥାନା ଅଞ୍ଚଳରେ ଏହି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି । ସ୍ତ୍ରୀର ଅଭିଯୋଗ ପରେ ଅଭିଯୁକ୍ତ କୁଆଡେ ଫେରାର ହୋଇଯାଇଛି । ପୋଲିସ ତାକୁ ଧରିବାକୁ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛି । ତେବେ ଗତବର୍ଷ ଜୁନ ୯ ତାରିଖରେ ଏହି ଅଭାବନୀୟ ଘଟଣା ଘଟିଥିବା ବେଳେ ମଙ୍ଗଳବାର ଦିନ ଏନେଇ ଥାନାରେ ଅଭିଯୋଗ କରାଯାଇଥିବା ଜଣାପଡିଛି । ସ୍ତ୍ରୀର ଅଭିଯୋଗ ଅନୁଯାୟୀ, ଅଭିଯୁକ୍ତ ସ୍ୱାମୀ ସବୁବେଳେ ମଦ୍ୟପାନ କରୁଥିଲା । ନିଶାସକ୍ତ ଅବସ୍ଥାରେ ଘରକୁ ଆସି ପାଟିତୁଣ୍ଡ ଓ ମାରପିଟ୍ କରୁଥିଲା । ପୂର୍ବରୁ ମଧ୍ୟ ଅଭିଯୁକ୍ତ କୌଣସି ଏକ ଅପରାଧିକ ମାମଲାରେ ଜେଲ୍ ଯାଇଥିଲା ।

ତେବେ ଜାମିନରେ ମୁକୁଳିବା ପରେ ସେ ନିଜର ନାବାଳିକା ଝିଅ ସହ ଦୁଷ୍କର୍ମ କରିଥିଲା । ଏତଲାରେ କୁହାଯାଇଛି, ଅଭିଯୁକ୍ତ ନିଜର ୧୫ ବର୍ଷୀୟା ଝିଅକୁ ଘରୁ ବାହାରକୁ ନେଇ ଦୁଷ୍କର୍ମ କରିଥିଲା । ଏହି ଘଟଣା ପରେ ପୀଡିତାଙ୍କ ମାନସିକ ସ୍ଥିତି ଦୋହଲି ଯାଇଥିଲା । ସେ ସବୁବେଳେ ଚୁପଚାପ୍ ରହୁଥିଲେ । ଏନେଇ ଝିଅକୁ ପଚରାଉଚରା କରିବା ପରେ ସେ ନିଜ ମାଆକୁ ସବୁକଥା ଜଣାଇଥିଲେ । ଏହାପରେ ମହିଳା ବାୱଲୱାଡା ଥାନାରେ ପହଞ୍ଚି ନିଜ ସ୍ୱାମୀଙ୍କ ବିରୁଦ୍ଧରେ ଅଭିଯୋଗ କରିଛନ୍ତି । ତେବେ କେବଳ ସ୍ୱାମୀ ନୁହଁନ୍ତି, ଏହି କାମରେ ଶାଶୁଘର ଲୋକେ ସହଯୋଗ କରୁଥିବାର ମହିଳା ଥାନାରେ କହିଛନ୍ତି । ଏନେଇ ପୋଲିସ ମାମଲା ରୁଜୁ କରିଛି । ସେପଟେ ଏହି ଘଟଣା ପରେ ଅଭିଯୁକ୍ତ ବାପା କୁଆଡେ ଫେରାର୍ ହୋଇଯାଇଥିବା ଜଣାପଡିଛି । ତାକୁ ଧରିବାକୁ ପୋଲିସ ତନାଘନା ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking