28.1 C
Bhubaneswar
Sunday, September 8, 2024
Homeଦେଶ ବିଦେଶସଂସାର ଉଜାଡିଲା ଗ୍ୟାସ୍ ସିଲିଣ୍ଡର

ସଂସାର ଉଜାଡିଲା ଗ୍ୟାସ୍ ସିଲିଣ୍ଡର

ଲକ୍ଷ୍ନୌ: ଉତ୍ତର ପ୍ରଦେଶରେ ହୃଦୟ ବିଦାରକ ଘଟଣା । ଘର ଲୋକଙ୍କ ପାଇଁ ଚା’ ଜଳଖିଆ ବନାଉଥିବା ବେଳେ ଫାଟିଲା ଗ୍ୟାସ୍ ସିଲିଣ୍ଡର । ନିଆଁରେ ଜଳି ଚାଲିଗଲା ମାଆ ଓ ୩ ଛୁଆଙ୍କ ଜୀବନ । ଆଜି ସକାଳେ ୟୁପି ଦେଓରିଆ ଜିଲ୍ଲାର ଗୋଟିଏ ଗାଁରେ ଏଭଳି ଅଭାବନୀୟ ଘଟଣା ଘଟିଯାଇଛି । ସିଲିଣ୍ଡର ବିସ୍ଫୋରଣରେ ଛାରଖାର୍ ହୋଇଯାଇଛି ଏକ ହସଖୁସିର ସଂସାର । ବିସ୍ଫୋରଣରେ ମହିଳା ଓ ତାଙ୍କର ଛୁଆଙ୍କୁ ମିଶାଇ ୪ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ କେହି ଆହତ ହୋଇନାହାନ୍ତି ।

ସୂଚନା ମୁତାବକ, ଆଜି ଭୋର୍‌ ସମୟରେ ମହିଳା ଜଣକ ପରିବାର ଲୋକଙ୍କ ପାଇଁ ଗ୍ୟାସ୍‌ରେ ଚା’ ଜଳଖିଆ ପ୍ରସ୍ତୁତ କରୁଥିଲେ । ପାଖରେ ତାଙ୍କର ୩ ଛୁଆ ଖେଳୁଥିଲେ । ଠିକ୍ ଏତିକି ବେଳେ ଘଟିଥିଲା ଭୟଙ୍କର ବିସ୍ଫୋରଣ । ସେ ରୋଷେଇ କରୁଥିବା ଗ୍ୟାସ୍ ସିଲିଣ୍ଡରଟି ଫାଟି ଯାଇଥିଲା । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ, ସମଗ୍ର ଅଞ୍ଚଳର ଥରି ଉଠିଥିଲା । ଆଖପାଖର ଲୋକମାନେ ଭୟରେ ନିଦରୁ ଉଠି ପଡିଥିଲେ । ପ୍ରଚଣ୍ଡ ଶବ୍ଦ ଶୁଣି ଗାଁ ଲୋକମାନେ କ’ଣ ହୋଇଛି ଦେଖିବାକୁ ଧାଇଁ ଆସିଥିଲେ । ହେଲେ ସେତେବେଳକୁ ମହିଳାଙ୍କ ସହ ତାଙ୍କର ୩ ଜଣ ସନ୍ତାନ ନିଆଁରେ ଜୀବନ ଦଗ୍ଧ ହୋଇଯାଇଥିଲେ । ସମସ୍ତଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking